ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ମୁନିରଙ୍କୁ ଆଇନା ଦେଖାଇଲେ ରୁବିନ: କହିଲେ 'ଆମେରିକାରୁ ପରମାଣୁ ଧମକ ଅଗ୍ରହଣୀୟ, ପାକିସ୍ତାନକୁ କରାଯାଉ ଆତଙ୍କୀ ରାଷ୍ଟ୍ର ଘୋଷଣା'

Published By : Rasmita Pradhan | August 12, 2025 8:50 AM

ନୂଆଦିଲ୍ଲୀ, ୧୨/୦୮ : ଆମେରିକାରେ ବସି ଭାରତକୁ ପରମାଣୁ ଧମକ ଦେଉଥିବା ଆସିମ ମୁନିରଙ୍କୁ ଆଇନା ଦେଖାଇଲେ ପୂର୍ବତନ ପେଣ୍ଟାଗନ ଅଧିକାରୀ। କହିଲେ ପାକିସ୍ତାନକୁ କରାଯାଉ ଆତଙ୍କୀ ଦେଶ ଘୋଷଣା। ପାକ୍ ଆର୍ମି ଚିଫ୍ ଜେନେରାଲ୍‌ଙ୍କ ଭାଷା ଓସାମା ବିନ ଲାଡେନ ଭଳି। ମୁନିରଙ୍କ ପରମାଣୁ ଧମକ ପରେ ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ୍ ରୁବିନ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଆମେରିକା ମାଟିରୁ ପାକିସ୍ତାନର ଧମକକୁ ସମ୍ପୂର୍ଣ୍ଣ ରୂପେ ଅଗ୍ରହଣୀୟ ବୋଲି କହିଛନ୍ତି। 

ମାଇକେଲ୍ ରୁବିନ କହିଛନ୍ତି ଯେ, ମୁନିରଙ୍କ ବୟାନବାଜି ଓସାମା ବିନ ଲାଡେନର ଭାଷଣ ଭଳି ମନେ ହେଉଛି। ପାକିସ୍ତାନକୁ "ପ୍ରମୁଖ ଅଣ-ନାଟୋ ସହଯୋଗୀ" ମାନ୍ୟତା ଦେବା ବନ୍ଦ କରିଦେବା ଉଚିତ। ଏହାକୁ ଆତଙ୍କବାଦର ରାଷ୍ଟ୍ର ପ୍ରାୟୋଜକଙ୍କ ତାଲିକାରେ ରଖାଯିବା ଉଚିତ। ଆସିମ ମୁନିର ହେଉଛନ୍ତି ସୁଟ୍ ପିନ୍ଧା ଲାଡେନ।

ଆମେରିକୀୟ ଜେନେରାଲ୍‌ଙ୍କ ଉପସ୍ଥିତିରେ ମୁନିରଙ୍କ ପରମାଣୁ ଧମକକୁ ନେଇ ରୁବିନ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ଇସ୍ତଫା ଦାବି କରିଛନ୍ତି।  ସେ କହିଛନ୍ତି, ଆମେରିକା ମାଟିରୁ ମୁନିର ଏଭଳି ଧମକ ଦେବା ବେଳେ ଆମେରିକୀୟ ଜେନେରାଲ୍ କାହିଁକି ଚୁପ୍ ରହିଲେ। କାହିଁକି ସେହି ବୈଠକରୁ ବ୍ୟାକ୍‌ଆଉଟ୍ କଲେନି ? ଏହା ଏକ ସମ୍ଵେଦନଶୀଳ ପ୍ରସଙ୍ଗ। ଏହା ଉପରେ ପାକିସ୍ତାନ ସ୍ପଷ୍ଟିକରଣ ନଦେବା ପର୍ଯ୍ୟନ୍ତ ମୁନିର କିମ୍ଵା ଯେକୌଣସି ଅନ୍ୟ ପାକିସ୍ତାନୀ ଅଧିକାରୀଙ୍କୁ ଆମେରିକାରେ ଅବାଞ୍ଚିତ ବ୍ୟକ୍ତି ଘୋଷଣା କରିଦେବା ଉଚିତ୍। ସେମାନଙ୍କୁ ଆମେରିକାର ଭିସା ନମିଳିବା ଉଚିତ୍।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.