ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ମହଙ୍ଗା ପଡ଼ିଲା ଏଆଇ ଉପଦେଶ, ଲୁଣ ବଦଳରେ ସୋଡିୟମ୍‌ ବ୍ରୋମାଇଡ୍‌ ଖାଇ ଆଇସିୟୁରେ ବ୍ୟକ୍ତି

Published By : Krishna Priya | August 12, 2025 8:11 AM

ନୂଆଦିଲ୍ଲୀ ୧୨/୦୮: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଦେଶ ମାନିବା ଜଣେ ବ୍ୟକ୍ତିଙ୍କ ପାଇଁ ପ୍ରାଣଘାତକ ପ୍ରମାଣିତ ହୋଇଛି । ମୃତ୍ୟୁ ମୁହଁରୁ ସେ ଅଳ୍ପକେ ବର୍ତ୍ତିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ମାର୍ଗଦର୍ଶନ ପାଇଁ ସେ ସର୍ବଦା ଏଆଇ ଉପରେ ଭରସା କରୁଥିଲେ । କିନ୍ତୁ ସେହି ଏଆଇର ଉପଦେଶ ତାଙ୍କୁ ଆଇସିୟୁ ବେଡ୍‌ରେ ପକାଇଦେଲା । ଲୁଣର ବିକଳ୍ପ କ’ଣ ବୋଲି ବ୍ୟକ୍ତି ଚାଟ୍‌ଜିପିଟିକୁ ପଚାରିଲେ । ଚାଟ୍‌ଜିପିଟିର ପରାମର୍ଶ ମଧ୍ୟରେ ସୋଡିୟମ୍‌ ବ୍ରୋମାଇଡ୍‌ ଥିଲା, ଯାହା ଏକ ବିଷାକ୍ତ ଯୌଗିକ । ସୋଡିୟମ୍‌ ବ୍ରୋମାଇଡ୍‌ ପରାମର୍ଶକୁ ବ୍ୟକ୍ତି ଗ୍ରହଣ କରିବା ପରେ ତାଙ୍କ ଜୀବନ ସଙ୍କଟାପନ୍ନ ହୋଇଗଲା । 

ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ଡାକ୍ତରମାନେ ଏହି ମାମଲାକୁ ‘ଆନାଲ୍‌ସ ଅଫ୍‌ ଇଣ୍ଟରନାଲ୍‌ ମେଡିସିନ୍ସ: କ୍ଲିନିକାଲ କେସେସ୍‌’ରେ ସାମିଲ କରିଛନ୍ତି । ଏଥିରେ ସେମାନେ ସ୍ପଷ୍ଟ କରିଛନ୍ତି, ବ୍ୟକ୍ତି ଜଣକ ୩ ମାସ ଧରି ସୋଡିୟମ୍‌ ବ୍ରୋମାଇଡ୍‌ ସେବନ କରିଥିଲେ । କ୍ଲୋରାଇଡ୍‌ର ସୁରକ୍ଷିତ ବିକଳ୍ପ ସୋଡିୟମ୍‌ ବ୍ରୋମାଇଡ୍‌ ବୋଲି ତାଙ୍କୁ ଚାଟ୍‌ଜିପିଟି ସୂଚନା ଦେଇଥିଲା । ପୂର୍ବେ, ଅନିଦ୍ରା ଓ ଚିନ୍ତା ଭଳି ରୋଗର ଚିକିତ୍ସା ପାଇଁ ବ୍ରୋମାଇଡ୍‌ ଯୌଗିକକୁ ପ୍ରୟୋଗ କରାଯାଉଥିଲା । କିନ୍ତୁ ଅସଂଖ୍ୟ ପାଶ୍ୱର୍ପ୍ରତିକ୍ରିୟା ଯୋଗୁ ଏହାକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ ବ୍ରୋମାଇଡ୍‌ ମୁଖ୍ୟତଃ ପଶୁଚିକିତ୍ସା ଔଷଧ ଓ କିଛି ଔଦ୍ୟୋଗିକ ଉତ୍ପାଦରେ ଦେଖିବାକୁ ମିଳୁଛି । 

ଗତ ୩ ସପ୍ତାହ ହେଲା ବ୍ୟକ୍ତିଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ସୋଡିୟମ୍‌ ବ୍ରୋମାଇଡ୍‌ ସେବନ ପରେ ସେ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଲେ । ତାଙ୍କଠାରେ ପାଗଳାମି ମଧ୍ୟ ଦେଖାଗଲା । ପଡ଼ୋଶୀ ତାଙ୍କୁ ବିଷ ଦେଇଥିବା ସେ ଆଶଙ୍କା କଲେ ଏବଂ ଧୀରେ ଧୀରେ ମାନସିକ ଭାରସାମ୍ୟ ହରାଇଲେ । ଏପରିକି ଶୋଷ ହେଲେ ବି ସେ ପାଣି ପିଇଲେ ନାହିଁ । ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଗୋଟିଏ ସପ୍ତାହ ଚିକିତ୍ସା ପରେ ସେ କଥା ହେବା ଅବସ୍ଥାକୁ ଫେରିଲେ ଏବଂ ନିଜ ସ୍ୱାସ୍ଥ୍ୟ ସମସ୍ୟାର କାରଣ ବର୍ଣ୍ଣନା କଲେ । 

ଯଦିଓ ଚାଟ୍‌ଜିପିଟି ସହ ବ୍ୟକ୍ତିଙ୍କର ଚାଟିଂ ଉପଲବ୍ଧ ନ ଥିଲା, ଡାକ୍ତର ସତ ଜାଣିବାକୁ ଚାଟ୍‌ଜିପିଟିକୁ ସମାନ ପ୍ରଶ୍ନ କଲେ । ତାହା ପୁନଃ ସୋଡିୟମ୍‌ ବ୍ରୋମାଇଡ୍‌ ପରାମର୍ଶ ଦେଲା । ଏହାର ସେବନ ମଣିଷ ପ୍ରତି କେତେ ବିପଦପୂର୍ଣ୍ଣ, ସେ ନେଇ କୌଣସି ଚେତାବନୀ ଏହା ଦେଲାନାହିଁ । ଏହି ଘଟଣା ପରେ ବିଶେଷଜ୍ଞମାନେ ସ୍ୱାସ୍ଥ୍ୟ ସମ୍ପର୍କିତ ଉପଦେଶ ପାଇଁ ଏଆଇର ଉପଯୋଗ ପ୍ରତି ଲୋକଙ୍କୁ ସଚେତନ କରାଇଛନ୍ତି । ଏଆଇ ଦେଉଥିବା ପରାମର୍ଶର ପାଶ୍ୱର୍ ପ୍ରତିକ୍ରିୟା ବିଷୟରେ ସର୍ବଦା ସୂଚନା ଦେଇନଥାଏ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି । ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ ଅନିବାର୍ଯ୍ୟ ବୋଲି ମଧ୍ୟ କହିଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.