ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ସୀମା ଟପିଲା ପାକିସ୍ତାନ; ଭାରତୀୟ କୂଟନୀତିଜ୍ଞଙ୍କୁ ହଇରାଣ କରୁଛି, ଦେଉନି ଜରୁରୀ ଜିନିଷ

Published By : Ankita S | August 12, 2025 3:24 PM

ନୂଆଦିଲ୍ଲୀ,୧୨/୦୮: ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ । ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲା । ସିନ୍ଦୂର ମାଡ଼ରେ ଛାରଖାର ହୋଇଥିବା ଆତଙ୍କୀସ୍ଥାନ ତଥାପି ସୁଧୁରୁନାହିଁ । ପୁଣି ସୀମା ଟପିଛି ପାକିସ୍ତାନ । ଅପରେସନ୍ ସିନ୍ଦୂର ମାଡ଼ରେ ହତାଶ୍ ପାକିସ୍ତାନ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞକୁ ହଇରାଣ ହରକତ କରୁଛି । ତାଙ୍କୁ ଜରୁରୀ ଜିନିଷ ଯୋଗାଇବା ଉପରେ ବାଧା ସୃଷ୍ଟି କରୁଛି ।

କୂଟନୀତିଜ୍ଞଙ୍କୁ ଟାର୍ଗେଟ କରିବା ସହିତ ସେମାନଙ୍କୁ ରନ୍ଧନ ଗ୍ୟାସ, ପାଣି ଓ ଖବରକାଗଜ ପାଇବାରୁ ବଞ୍ଚିତ କରିଛି । ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞଙ୍କ ଘରକୁ ଖବରକାଗଜ ଯୋଗାଣ ବନ୍ଦ କରିଦେଇଛି ବୋଲି ସୂତ୍ରରୁ ଜଣାପଡିଛି । ସେମାନଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ପ୍ରବେଶ କରୁଛି । ସେହିପରି ଭାରତ ଯେସାକୁ ତେସା ନୀତି ଆପଣାଇ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ମଧ୍ୟ ଖବରକାଗଜ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ୨୦୧୯ ପୁଲୱାମା ଆତଙ୍କୀ ଆକ୍ରମଣ ପରେ ବି ସମାନ ଘଟଣା ଦେଖିବାକୁ ମିଳିଥିଲା । ଭାରତର ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ଭାରତ କୂଟନୀତିଜ୍ଞଙ୍କୁ ହଇରାଣ କରିଥିଲା ।

କହି ରଖୁଛୁ କି, ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ଲଞ୍ଚ କରିଥିଲା । ଏ ସମୟରେ ବିପୁଳ କ୍ଷତି ସହିଥିଲା ପାକିସ୍ତାନ। ଅନେକ ଆତଙ୍କବାଦୀ ଆଡ୍ଡା ଧ୍ବଂସ ହେବ ସହ ୧୦୦ରୁ ଉର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଥିଲେ। ଏଥିରେ ହତାଶ୍ ହୋଇଯାଇଛି ପାକିସ୍ତାନ । ଏବେ ପାକିସ୍ତାନ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ହଇରାଣ କରୁଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.