ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ପାକିସ୍ତାନର ବଲୁଚ ଲିବରେସନ୍‌ ଆର୍ମି ବିରୋଧରେ ଆମେରିକାର ଆକ୍ସନ, ମଜିଦ୍‌ ବ୍ରିଗେଡକୁ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କଲା

Published By : Ankita S | August 12, 2025 8:19 AM

ନୂଆଦିଲ୍ଲୀ,୧୨/୦୮: ଆମେରିକାର ବଡ଼ ଘୋଷଣା । ପାକିସ୍ତାନ ସମର୍ଥିତ ଟିଆରଏଫକୁ ଆତଙ୍କୀ ସଂଗଠନ ଘୋଷଣା ପରେ ଏବେ ବଲୁଚ ଲିବରେସନ୍‌ ଆର୍ମି (BLA)କୁ ଆତଙ୍କୀ ସଂଗଠନ ଘୋଷଣା କରିଛି । ବଲୁଚ ଲିବରେସନ୍ ଆର୍ମି ଯାହାକୁ ମଜିଦ୍ ବିଗ୍ରେଡ୍ ବୋଲି ମଧ୍ୟ କୁହାଯାଏ । ତାକୁ ଆତଙ୍କୀ ସଂଘଠନ ଘୋଷିତ ହୋଇଛି । ବିଦେଶୀ ଆତଙ୍କୀବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ପାକିସ୍ତାନରେ ଦୀର୍ଘ ଦିନ ଧରି ବିଚ୍ଛିନ୍ନବାଦୀ ଆନ୍ଦୋଳନ ଚଳାଇଛି ବିଏଲ୍ଏ । ଆତଙ୍କୀ ସମୂହ ବିଏଲ୍ଏ ପାକିସ୍ତାନର ଦକ୍ଷିଣ ପଶ୍ଚିମ ପ୍ରାନ୍ତ ବଲୁଚିସ୍ତାନରେ ସ୍ୱାଧୀନତାର ଆନ୍ଦୋଳନ ଲଢୁଛି । ଏହି ପ୍ରଦେଶ ଉତ୍ତରରେ ଆଫଗାନିସ୍ତାନ ଏବଂ ପଶ୍ଚିମରେ ଇରାନକୁ ସୀମାକୁ ଲାଗିଛି । ଗତ ଜୁଲାଇ ୧୮ରେ ପାକିସ୍ତାନ ସମର୍ଥିତ ଟିଆରଏଫ୍‌କୁ ଆତଙ୍କୀବାଦୀ ସଂଗଠନ ଘୋଷଣା କରିଥିଲା ଆମେରିକା । ପହଲଗାମ ଆକ୍ରମଣ ପାଇଁ ଟିଆରଏଫ୍‌କୁ ଦାୟୀ କରିଥିଲା ପେଣ୍ଟାଗନ୍ । ଲସ୍କର-ଏ-ତଇବାର ଶାଖା ସଂଗଠନ ହେଉଛି ଟିଆରଏଫ୍ ।

ଅନେକ ବଡ଼ ହମଲା ପାଇଁ ଦାୟୀ ବିଏଲ୍‌ଏ- ମଜିଦ୍ ବ୍ରିଗେଡ୍‌କୁ ବିଦେଶୀ ଆତଙ୍କବାଦୀ ସଂଗଠନ (FTO)ରେ ରଖାଯାଇଛି । ୨୦୧୯ ମସିହାରେ, ଆମେରିକା ବିଏଲ୍‌କୁ ସ୍ୱତନ୍ତ୍ର ଭାବରେ ମନୋନୀତ ବିଶ୍ୱ ଆତଙ୍କବାଦୀ ତାଲିକାରେ ରଖିଥିଲା । ବୈଦେଶିକ ବିଭାଗ ଅନୁଯାୟୀ, ୨୦୧୯ ମସିହାରୁ ବିଏଲ୍ଏ ପାକିସ୍ତାନରେ ଅନେକ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ରହିଛି । ୨୦୨୪ରେ କରାଚୀ ବିମାନବନ୍ଦର ଏବଂ ଗ୍ୱାଦର ବନ୍ଦର ପ୍ରାଧିକରଣ କମ୍ପ୍ଲେକ୍ସ ନିକଟରେ ଆତ୍ମଘାତୀ ଆକ୍ରମଣ କରିଥିବା ନେଇ ନିଜକୁ ଦାୟୀ କରିଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ଟ୍ରେନ୍ ଅପହରଣ କରିଥିଲା ।  ଟ୍ରେନଟି କ୍ୱେଟାରୁ ପେଶାୱାର ଯାଉଥିବା ସମୟରେ ଏହାକୁ ହାଇଜ୍ୟାକ କରାଯାଇଥିଲା । ବିଏଲ୍‌ଏ ୩୦୦ ଯାତ୍ରୀଙ୍କୁ ବନ୍ଧକ ରଖିଥିଲା । ଘଟଣାରେ ସାଧାରଣ ନାଗରିକ ଏବଂ ସୁରକ୍ଷା କର୍ମୀଙ୍କ ସମେତ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହା ବି ପଢନ୍ତୁ...ପାକିସ୍ତାନ ସମର୍ଥିତ TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା; ପହଲଗାମ ନରସଂହାର ପାଇଁ କଲା ଦାୟୀ

ଆତଙ୍କବାଦ ବିରୋଧରେ ପ୍ରତିବଦ୍ଧ- ବୈଦେଶିକ ବିଭାଗ କହିଛି ଯେ, ଟ୍ରମ୍ପ ପ୍ରଶାସନ ଏହି ନିଷ୍ପତ୍ତି ସହିତ ଆତଙ୍କବାଦ ବିରୋଧରେ ଲଢେଇରେ ନିଜର ପ୍ରତିବଦ୍ଧତା ଦେଖାଇଛି । ବୈଦେଶିକ ବିଭାଗ ଅନୁଯାୟୀ, ସଂଗଠନଗୁଡ଼ିକୁ ଆତଙ୍କବାଦୀ ତାଲିକାରେ ରଖିବା ଏହା ଦର୍ଶାଉଛି କି ଆମେରିକା ଏହି ବିପଦ ସହିତ କିପରି ଲଢ଼ିଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ମିଳୁଥିବା ସମର୍ଥନକୁ ଦୂର କରିବାରେ କେତେ ପ୍ରଭାବଶାଳୀ ଭାବରେ ନିୟୋଜିତ ଅଛି । ପ୍ରବାସ ଏବଂ ଜାତୀୟତା ଆଇନର ଧାରା ୨୧୯ ଅନୁଯାୟୀ ନିଷ୍ପତ୍ତି ନିଆଯାଇଥିବା କହିଛି ଆମେରିକାର ବୈଦେଶିକ ବିଭାଗ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.