ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଚୀନ୍ ପ୍ରତି ଦୟାଳୁ ହେଲେ ଟ୍ରମ୍ପ ! ୯୦ ଦିନ ପାଇଁ ଶୁଳ୍କରୁ ମିଳିଲା ମୁକ୍ତି

Published By : Anindita Ratha | August 12, 2025 8:46 AM

ନୂଆଦିଲ୍ଲୀ,୧୨/୦୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚୀନ୍ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାର ସମୟସୀମା ବୃଦ୍ଧି କରିଛନ୍ତି। ସୋମବାର ଦିନ ଟ୍ରମ୍ପ  ଏହି ନିଷ୍ପତ୍ତିକୁ ୯୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଟ୍ରମ୍ପ ଏ ସମ୍ପର୍କରେ ଏକ ଆଦେଶରେ ସ୍ୱାକ୍ଷର କରିଛନ୍ତି। ଚୀନ୍ ଏବଂ ଆମେରିକା ମଧ୍ୟରେ ଶୁଳ୍କ ଯୁଦ୍ଧର ସମୟସୀମା ଶେଷ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି।

ଆମେରିକୀୟ ଗଣମାଧ୍ୟମ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଏବଂ ସିଏନବିସି ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଚୀନ ଉପରେ ଶୁଳ୍କ ଲଗାଇବା ନିଷ୍ପତିକୁ ୯୦ ଦିନ ପାଇଁ ବୃଦ୍ଧି କରିଛନ୍ତି। ଏହି ପ୍ରତିବନ୍ଧକ ମଙ୍ଗଳବାର ଶେଷ ହେବାକୁ ଯାଉଥିଲା। କେବଳ ଏତିକି ନୁହେଁ, ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ସି ଜିନପିଙ୍ଗଙ୍କ ସହ ତାଙ୍କର ସମ୍ପର୍କ ବହୁତ ଭଲ ଏବଂ ଚୀନ ବହୁତ ଭଲ ବ୍ୟବହାର କରୁଛି। ଟ୍ରମ୍ପଙ୍କ ଦ୍ୱାରା ଶୁଳ୍କ ବନ୍ଦ କରିବା ପାଇଁ ସ୍ୱାକ୍ଷରିତ ଆଦେଶର ପୂର୍ଣ୍ଣାଙ୍ଗ ପାଠ୍ୟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। କିନ୍ତୁ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଦାବି କରିଛି ଯେ, ଏହି ଛାଡ଼ ନଭେମ୍ବର ଆରମ୍ଭରେ ଶେଷ ହେବ। ସି ଜିନପିଙ୍ଗ ଏବଂ ଟ୍ରମ୍ପ ମଧ୍ୟ ଶୁଳ୍କ ସମ୍ପର୍କରେ ଫୋନ୍‌ରେ କଥା ହୋଇଥିଲେ। ଆଲୋଚନା ସମୟରେ ହୋଇଥିବା ସହମତିକୁ ଆମେରିକା ପାଳନ କରିବ ବୋଲି ଚୀନ୍ ଆଶା ପ୍ରକାଶ କରିଛି।

ପ୍ରକାଶ ଥାଉକି, ଚଳିତ ବର୍ଷ ଆରମ୍ଭରେ ଟ୍ରମ୍ପ ଚୀନ୍ ଉପରେ ଭାରି ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ। ଏହାର ଜବାବରେ ଚୀନ୍ ମଧ୍ୟ ଆମେରିକା ଉପରେ ଭାରି ଶୁଳ୍କ ଲଗାଇଥିଲା। କିନ୍ତୁ ମେ ମାସରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣାରେ ସାମୟିକ ଭାବରେ ଶୁଳ୍କ ହ୍ରାସ କରିବା ପାଇଁ ଏକ ଚୁକ୍ତି ହୋଇଥିଲା। ଏହା ପରେ ଟ୍ରମ୍ପ ଚୀନ୍ ଉପରେ ଶୁଳ୍କକୁ ସ୍ଥଗିତ ରଖିଥିଲେ। ଏହି ସମୟସୀମା ମଙ୍ଗଳବାର ଶେଷ ହେବାର ଥିଲା, ଯାହାକୁ ପୁଣି ଥରେ ବୃଦ୍ଧି କରାଯାଇଛି। ଚୀନ୍ ଉପରେ ଶୁଳ୍କକୁ ସ୍ଥଗିତ ରଖିବାର ଅର୍ଥ ହେଉଛି ଚୀନ୍ ରୁ ଆମେରିକା ଯାଉଥିବା ସାମଗ୍ରୀ ଉପରେ କେବଳ ୩୦ ପ୍ରତିଶତ ଶୁଳ୍କ ଲାଗୁ ହେବ। ଯେତେବେଳେ ଚୀନ୍ ଆମେରିକାରୁ ୧୦ ପ୍ରତିଶତ ଶୁଳ୍କ ଆଦାୟ କରୁଛି। ସେହିପରି ଟ୍ରମ୍ପ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.