ମୁମ୍ବାଇ,୬/୮ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ ଟେଷ୍ଟରେ ଟିମ୍ ଇଣ୍ଡିଆ ଶେଷ ମୁହୂର୍ତ୍ତରେ ବିଜୟ ହାସଲ କଲା । ସେହିଭଳି ଭାରତର ଓବଲ ଟେଷ୍ଟରେ ବିଜୟର ହିରୋ ମହମ୍ମଦ ସିରାଜ ରହିଛନ୍ତି । ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲରଙ୍କ ପରଫର୍ମାନ୍ସରେ କ୍ରିକେଟ ଜଗତର ବହୁ କିମ୍ବଦନ୍ତୀ ପ୍ରଶଂସା କରିଛନ୍ତି । ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ଯୁବରାଜ ସିଂହ ଏବଂ ବିରାଟ କୋହଲୀଙ୍କ ପର୍ଯ୍ୟନ୍ତ ସମସ୍ତେ ସିରାଜଙ୍କ ତାରିଫ୍ କରିଛନ୍ତି । ସେହିଭଳି ବିରାଟ କୋହଲୀଙ୍କ ଭଉଣୀ ଭାବନା ଢିଂଗରା ବି ମହମ୍ମଦ ସିରାଜଙ୍କ ଲାଗି ସ୍ପେଶାଲ ନୋଟ୍ ଲେଖିଛନ୍ତି ।
ବିରାଟଙ୍କ ଭଉଣୀ ଭାବନା କୋହଲୀ ଢିଂଗରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ସେୟାର କରି ଲେଖିଛନ୍ତି କି, ଏହି ଖେଳ ଆମକୁ କେବେ ବି ଆଶ୍ଚର୍ଯ୍ୟ କରିବାରେ ବିଫଳ ହୁଏ ନାହିଁ ଏବଂ ଏଠାରେ ଅନେକ ନାୟକ ଅଛନ୍ତି ଯେଉଁମାନେ ଆମକୁ ପ୍ରେରଣା ଦିଅନ୍ତି । ଏହାସହ ଆଶା ଏବଂ ସକାରାତ୍ମକତାରେ ବିଶ୍ୱାସ କରାନ୍ତି। ଏହାସହ ଭାବନା କୋହଲୀ ନିଜ ଷ୍ଟୋରୀରେ ମହମ୍ମଦ ସିରାଜଙ୍କୁ ଟ୍ୟାଗ୍ ବି କରିଥିଲେ ଏବଂ ଲେଖିଥିଲେ କି ଆପଣ ମହାନ ଅଟନ୍ତି ।
ବିରାଟ କୋହଲୀ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଛନ୍ତି । କିନ୍ତୁ ଏବେ ବି ଖେଳ ସହ ଯୋଡ଼ି ହୋଇ ଅଛନ୍ତି ଏବଂ ଭାରତର ପରାଜୟ ଏବଂ ବିଜୟ ଉପରେ ଲେଖିଥାନ୍ତି ବି । ବିରାଟ ୪ଅଗଷ୍ଟରେ ୫ଟେଷ୍ଟରେ ଭାରତର ବିଜୟ ପରେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଥିଲେ କି ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ।