ପ୍ରମୂଖ ଖବର
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ରେସଲିଂ ବିଶ୍ୱ ଚାମ୍ପିଅନସିପ୍‌: ୩୦ଜଣିଆ ଭାରତୀୟ ଦଳ ଘୋଷଣା, ନେତୃତ୍ୱ ନେବେ ଅମନ, ଅନ୍ତିମ

Published By : Manoj | August 6, 2025 10:59 AM

ନୂଆଦିଲ୍ଲୀ,୦୬/୦୮: କ୍ରୋଏସିଆର ଜାଗ୍ରେବ ଠାରେ ଆଗାମୀ  ସେପ୍ଟେମ୍ବର ୧୩ରୁ ୨୧ ତାରିଖ ମଧ୍ୟରେ ରେସଲିଂ ବିଶ୍ୱ ଚାମ୍ପିଅନସିପ୍‌ ଆୟୋଜିତ ହେବ । ଏଥିପାଇଁ ୩୦ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଗତ ରବିବାର ଚୟନ ପ୍ରତିଯୋଗିତା ମାଧ୍ୟମରେ ଦଳ ଚୟନ କରାଯାଇଥିଲା ।  ପ୍ୟାରିସ୍‌ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଅମନ ସେହରାୱତ ଏବଂ ଯୁବା  ରେସଲର ଅନ୍ତିମ ପଙ୍ଘାଲ ଦଳର ନେତୃତ୍ୱ ନେବେ । ସେହିପରି ଏସୀୟ  ଚାମ୍ପିଅନ୍‌ ମନୀଷା ଭାନୱାଲ ଓ ସୁଜିତ କଲକଲ, ଅଲିମ୍ପିଆନ ଦୀପକ ପୁନିଆଙ୍କ  ଭଳି ଷ୍ଟାର୍‌ ରେସଲର ଦଳରେ ସାମିଲ ରହିଛନ୍ତି ।

ଭାରତୀୟ ଦଳ

ମହିଳା ଫ୍ରୀ-ଷ୍ଟାଇଲ୍‌: ଅଙ୍କୁଶ (୫୦କିଲୋ), ଅନ୍ତିମ ପଙ୍ଘାଲ (୫୩କିଲୋ),  ନିଶୁ (୫୫କିଲୋ), ତପସ୍ୟା (୫୭କିଲୋ), ନେହା ସାଙ୍ଗୱାନ (୫୯କିଲୋ),  ମନୀଷା ଭାନୱାଲ (୬୨କିଲୋ), ବୈଷ୍ଣବୀ ପାଟିଲ (୬୫କିଲୋ), ସ୍ରିଷ୍ଟି  (୬୮କିଲୋ), ଜ୍ୟୋତି ବରୱାଲ (୭୨କିଲୋ), ପ୍ରିୟା ମଲିକ (୭୬କିଲୋ) । 

ପୁରୁଷ ଫ୍ରୀ-ଷ୍ଟାଇଲ୍‌: ଅମନ ସେହରାୱତ (୫୭କିଲୋ), ଉଦିତ ଗୁଲିଆ  (୬୧କିଲୋ), ସୁଜିତ କଲକଲ (୬୫କିଲୋ), ରୋହିତ (୭୦କିଲୋ), ଜୟଦୀପ  ନରୱାଲ (୭୪କିଲୋ), ଅମିତ (୭୯କିଲୋ), ମୁକୁଲ ଡାହିୟା (୮୬କିଲୋ),  ଦୀପକ ପୁନିଆ (୯୨କିଲୋ), ଭିକି (୯୭କିଲୋ), ରଜତ (୧୨୫କିଲୋ) । 

ଗ୍ରେକୋ-ରୋମାନ: ଅନିଲ ମୋର (୫୫କିଲୋ), ସୂରଜ (୬୦କିଲୋ), ସନି  କୁମାର (୬୩କିଲୋ), ଅନିଲ (୬୭କିଲୋ), ଅଙ୍କିତ ଗୁଲିଆ (୭୨କିଲୋ),  ଅମନ (୭୭କିଲୋ), ରାହୁଲ (୮୨କିଲୋ), କରଣ (୭କିଲୋ), ନିତେଶ  (୯୭କିଲୋ), ସୋନୁ (୧୩୦କିଲୋ) ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.