ପ୍ରମୂଖ ଖବର
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ମୃଣାଳଙ୍କୁ ଡେଟ୍ କରୁଛନ୍ତି କି ଧନୁଷ? ବାରମ୍ୱାର ଏକାଠି ସ୍ପଟ୍ ହେବା ପରେ ଚର୍ଚ୍ଚା

Published By : Harapriya Sethi | August 7, 2025 8:59 AM

ନୂଆଦିଲ୍ଲୀ, ୦୭/୦୮: ଅଭିନେତା ଧନୁଷ ଓ ମୃଣାଳ ଠାକୁରଙ୍କ ଡେଟିଂ ଗୁଜବକୁ ନେଇ ଏବେ ଚର୍ଚ୍ଚା । ମୃଣାଳଙ୍କର ଏକ ସଦ୍ୟ ସାକ୍ଷାତକାର ଏହି ଆଲୋଚନାକୁ ଖୋରାକ ଯୋଗାଇଛି । ଏଥିରେ ସେ ‘ଖରାପ ନଜର’ରେ ବିଶ୍ୱାସ କରିବା ବିଷୟରେ ଆଲୋଚନା କରିଛନ୍ତି । ତାଙ୍କର ଏହି ବୟାନ ସବୁରି ଧ୍ୟାନ ଆକର୍ଷଣ କରିଛି । ନିକଟରେ ଧନୁଷ ଓ ମୃଣାଳଙ୍କୁ ସାର୍ବଜନୀନ ସ୍ଥାନରେ ବାରମ୍ବାର ଏକାଠି ଦେଖିବା ପରେ ଉଭୟଙ୍କ ଡେଟିଂ ଗୁଜବ ଚର୍ଚ୍ଚା ଶିଖର ଛୁଇଁଛି । 

ଗତ ଅଗଷ୍ଟ ୧ରେ ମୃଣାଳଙ୍କ ଜନ୍ମଦିନରେ ଯୋଗ ଦେଇଥିଲେ ଧନୁଷ । ନିକଟରେ ରିଲିଜ୍‌ ହୋଇଥିବା ମୃଣାଳଙ୍କ ‘ସନ୍‌ ଅଫ୍‌ ସର୍ଦ୍ଦାର-୨’ର ସ୍ପେସାଲ ସ୍କ୍ରିନିଂରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପର ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା । ଧନୁଷଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବାକୁ ମଧ୍ୟ ମୃଣାଳ ଆଗ୍ରହୀ ଥିବା ଦେଖିବାକୁ ମିଳିଥିଲା । ଗତ ଜୁଲାଇରେ ଧନୁଷଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ତେରେ ଇଶ୍କ ମେଁ’ ପାଇଁ ଲେଖିକା-ପ୍ରଯୋଜିକା କନିକା ଢିଲୋଁଙ୍କ ସଂଚାଳନାରେ ଆୟୋଜିତ ଏକ ପାର୍ଟିରେ ମୃଣାଳ ଯୋଗ ଦେଇଥିଲେ । ନିକଟରେ ଏକ ମନୋରଞ୍ଜନଧର୍ମୀ ଖବର ସଂସ୍ଥା ସହିତ ସାକ୍ଷାତକାରରେ ମୃଣାଳ ତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଆଲୋଚନା କରିଥିଲେ । ଜଣଙ୍କ ବିଷୟରେ କିଛି କହିବା ପୂର୍ବରୁ ବାରମ୍ବାର ଚିନ୍ତା କରିବା କଥା ବୋଲି ସେ କହିଲେ । ଆହୁରି କହିଲେ, ସେ ନିଜ ବିଷୟରେ, ନିଜର ଅପ୍‌କମିଙ୍ଗ ଫିଲ୍ମ ଓ କାମ ବିଷୟରେ ଅଧିକ କହିବାକୁ ଭଲପାଆନ୍ତି ନାହିଁ । କାରଣ ‘ଖରାପ ନଜର’ ପ୍ରକୃତରେ ଅଛି ବୋଲି ସେ ବିଶ୍ୱାସ କରନ୍ତି । ମୃଣାଳ କିମ୍ବା ଧନୁଷ କେହି ବି ସେମାନଙ୍କ ସମ୍ପର୍କ ବିଷୟରେ ଅଦ୍ୟାବଧି ମୁହଁ ଖୋଲିନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.