ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ବଢ଼ିଲା ୟୁଏସ ଓପନ ଗ୍ରାଣ୍ଡସ୍ଲାମ୍‌ର ପୁରସ୍କାର ରାଶି, ଚାମ୍ପିଅନ ପାଇବେ ୫ମିଲିୟନ ଡଲାର

Published By : Manoj | August 8, 2025 3:12 PM

ନ୍ୟୁୟର୍କ,୦୮/୦୮: ଆଗାମୀ  ୟୁଏସ ଓପନ ଗ୍ରାଣ୍ଡସ୍ଲାମ୍‌ର ପୁରସ୍କାର  ରାଶି ୨୦% ବୃଦ୍ଧି କରାଯାଇଛି । ଏଥର ମୋଟ୍‌ ପୁରସ୍କାର ରାଶିକୁ ୯୦ମିଲିୟନ  ଡଲାର ରଖାଯାଇଛି । ଅର୍ଥାତ ଗତ  ବର୍ଷର ପୁରସ୍କାର ରାଶି ତୁଳନାରେ ୨୦%  ବୃଦ୍ଧି ହୋଇଛି । ଏଥର ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସ ଚାମ୍ପିଅନଙ୍କୁ ୨.୫ମିଲିୟନ  ଡଲାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ  କରାଯିବ । ସେମି ଫାଇନାଲ୍‌ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧.୨୬ମିଲିୟନ ଡଲାର, କ୍ୱାର୍ଟର  ଫାଇନାଲ୍‌ ଖେଳାଳିଙ୍କୁ ୬,୬୦,୦୦୦  ଡଲାର ଓ ରାଉଣ୍ଡ-୧୬ ପ୍ରତିଯୋଗୀଙ୍କୁ  ୪ଲକ୍ଷ ଡଲାର ପୁରସ୍କାର ରାଶି ପ୍ରଦାନ  କରାଯିବ । ଡବଲ୍ସରେ ମଧ୍ୟ ପୁରସ୍କାର  ରାଶିକୁ ୨୩% ବୃଦ୍ଧି କରାଯାଇଛି । ଫଳରେ  ମହିଳା, ପୁରୁଷ ଡବଲ୍ସ ଓ ମିକ୍ସଡ ଡବଲ୍ସ  ବିଜେତାଙ୍କୁ ୧୦ଲକ୍ଷ ଡଲାର ଲେଖାଏଁ  ପୁରସ୍କାର ପ୍ରଦାନ କରାଯିବ । 

ଯୋଗ୍ୟତା  ପର୍ଯ୍ୟାୟରେ ଖେଳାଳିମାନେ ୮ମିଲିୟନ ଡଲାର ପୁରସ୍କାର ପାଇବେ । ଗତ  ବର୍ଷ ତୁଳନାରେ ଏହା ୧୦% ଅଧିକ । ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିମାନଙ୍କୁ  ଯାତ୍ରା ଖର୍ଚ୍ଚ ବାବଦରେ ୧୦୦୦ ଡଲାର  ଓ ୨ଟି ହୋଟେଲ କକ୍ଷ ପ୍ରଦାନ  କରାଯିବ । ଖେଳାଳିମାନେ ଆୟୋଜକଙ୍କ  ଅଫସିଆଲ୍‌ ହୋଟେଲରେ ନରହିବାକୁ ଚାହିଁଲେ ସେମାନଙ୍କୁ ଦୈନିକ ଅତିରିକ୍ତ  ୬୦୦ଡଲାର ପ୍ରଦାନ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.