ନୂଆଦିଲ୍ଲୀ,୧୧/୦୮: ଆଇସିସି ମହିଳା ଦିନିକିଆ ବିଶ୍ୱକପ ୨୦୨୫କୁ ଆଉ ୫୦ ଦିନ ବାକି ରହିଛି । ଶ୍ରୀଲଙ୍କା ଓ ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିବେ । ଏହାରି ଭିତରେ ଆଜି ମହିଳା ବିଶ୍ୱକପ୍ ଉନ୍ମୋଚିତ ହୋଇଛି । ଏହି ଅବସରରେ ଆଇସିସି ଅଧ୍ୟକ୍ଷ ଜୟ ଶାହ, ବିସିଆଇ ଉପସଭାପତି ଦେବଜିତ୍ ସାଇକିଆ, ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଓ ମିଥାଲି ରାଜ୍, ଭାରତୀୟ କ୍ରିକେଟ ଦଳର ଅଧିନାୟକ ହର୍ମନପ୍ରୀତ କୌର, ସ୍ମୃତି ମାନ୍ଧନା ଓ ଜେମିମା ଉପସ୍ଥିତ ରହିଥିଲେ । ଟ୍ରଫି ଉନ୍ମୋଚନ ଅବସରରେ କ୍ୟାପ୍ଟେନ ହର୍ମନପ୍ରୀତ କହିଛନ୍ତି ଦେଶର ଟ୍ରଫି ଜିତିବା ଆଶାରେ ପୂର୍ଣ୍ଣଚ୍ଛେଦ ପକାଇବୁ ।
What a fantastic celebration of women's cricket today, marking 50 days to go until the @cricketworldcup. This promises to be the biggest women's cricket event ever and it all begins on September 30. #CWC25 pic.twitter.com/B9r4OxooIx
— Jay Shah (@JayShah) August 11, 2025
‘ଆମକୁ ବିଶ୍ୱକପ୍ ଜିତିବାକୁ ପଡିବ’- ଟ୍ରଫି ଲଞ୍ଚ କାର୍ଯ୍ୟକ୍ରମରେ ହର୍ମନପ୍ରୀତ କୌର କହିଛନ୍ତି ଯେ, ସେ ଏବଂ ତାଙ୍କ ଦଳ ଆଇସିସି ମହିଳା ODI ବିଶ୍ୱକପର ମରୁଡ଼ି ଶେଷ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦଳ କଠିନ ପରିଶ୍ରମ କରୁଛି । ଆମେ ଟ୍ରଫି ଜିତିବା ପାଇଁ ଅପେକ୍ଷାର ଅନ୍ତ କରିବାକୁ ଚାହୁଁଛୁ । ବିଶ୍ୱକପ୍ ସବୁବେଳେ ସ୍ୱତନ୍ତ୍ର, ମୁଁ ସବୁବେଳେ ଦେଶ ପାଇଁ କିଛି ସ୍ୱତନ୍ତ୍ର କରିବାକୁ ଚାହେଁ । ଯେତେବେଳେ ମୁଁ ଯୁବରାଜ ଭାଇଙ୍କୁ ଦେଖେ, ମୋତେ ବହୁତ ପ୍ରେରଣା ମିଳେ ।
ସେ ଆହୁରି କହିଛନ୍ତି,୨୦୧୭ ବିଶ୍ୱକପରେ, ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌର ଅଷ୍ଟ୍ରେଲିଆ ବିପକ୍ଷରେ ୧୭୧ ରନର ଇନିଂସ ଖେଳିଥିଲେ । ହର୍ମନପ୍ରୀତ କହିଛନ୍ତି ଯେ, ସେହି ଇନିଂସ ପରେ ଭାରତରେ ତାଙ୍କୁ ଯେଉଁଭଳି ସ୍ୱାଗତ କରାଯାଇଥିଲା ତାହା ଦେଖି ମୋର ଲୋମ ଟାଙ୍କୁରୀ ଯାଇଥିଲା । ସେହି ଇନିଂସ ମୋ ପାଇଁ ଏବଂ ସମଗ୍ର ମହିଳା କ୍ରିକେଟ ପାଇଁ ସ୍ୱତନ୍ତ୍ର ଥିଲା । ସେହି ଇନିଂସ ପରେ ମୋ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା । ଯେତେବେଳେ ଆମେ ଭାରତ ଫେରିଲୁ, ବହୁତ ଲୋକ ଆମ ପାଇଁ ଅପେକ୍ଷା କରିଥିଲେ, ଆମକୁ ଉତ୍ସାହିତ କରୁଥିଲେ, ଯଦିଓ ଆମେ ହାରିଗଲୁ, କିନ୍ତୁ ଆମକୁ ସମର୍ଥନ କରିଥିଲେ, ଆଜି ମଧ୍ୟ ଏହା ଭାବିଲେ ମୋତେ ଖୁସି ଲାଗେ ।