ପ୍ରମୂଖ ଖବର
  • ଆହୁରି ୪୭୬ ରାଜନୈତିକ ଦଳର ମାନ୍ୟତ ରଦ୍ଦ କରିବେ ନିର୍ବାଚନ କମିଶନ୍
  • ||
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଟେଷ୍ଟ କ୍ରିକେଟରେ ୧୨୯ ବର୍ଷ ପରେ ପ୍ରଥମ, ଜିମ୍ବାଓ୍ବେ ନାଁରେ ଦୁର୍ଲଭ ଓ ଲଜ୍ଜାଜନକ ରେକର୍ଡ

Published By : Harapriya Biswal | August 10, 2025 3:01 PM

ନୂଆଦିଲ୍ଲୀ,୧୦।୮: ଜିମ୍ବାଓ୍ବେ ନାମରେ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି। ଏହି ରେକର୍ଡ ଏତେ ଦୁଲର୍ଭ ଯେ ଟେଷ୍ଟ କ୍ରିକେଟ ଇତିହାସରେ ୧୨୯ ବର୍ଷ ପରେ ଏଭଳି ଦେଖିବାକୁ ମିଳିଛି। ନିକଟରେ ଜିମ୍ବାଓ୍ବେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିଥିଲା। ଏହି ସିରିଜରେ ଆୟୋଜକ ଟିମ୍‌କୁ ସମ୍ପୂର୍ଣ୍ଣ ଭାବରେ ପରାଜୟର ସାମନା କରିବାକୁ ପଡିଥିଲା। ଜିମ୍ବାଓ୍ବେ ଏହି ଟେଷ୍ଟ ସିରିଜ ୦-୨ ବ୍ୟବଧାନରେ ହାରିଛି। ପ୍ରଥମ ମ୍ୟାଚ୍‌ରେ ୯ ଓ୍ବିକେଟ୍ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ୩୫୯ ରନ୍‌ରେ ହାରିଥିଲା। ଏବେ ଆପଣ ଭାବୁଥିବେ ଏଥିରେ କ’ଣ ରେକର୍ଡ ? ନ୍ୟୁଜିଲାଣ୍ଡ ଭଳି ବଡ ଟିମ୍‌ର ସାମନା ଜିମ୍ବାଓ୍ବେ ଭଳି ଛୋଟ ଟିମ୍ ସହ ହେଲେ ରେଜଲ୍ଟ ତ ଏଭଳି ଆସିବ। ହେଲେ ଏଥିରେ ଗୋଟେ ଟ୍ବିଷ୍ଟ ଅଛି। 

ଜିମ୍ବାଓ୍ବେ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷ ଚାରୋଟି ଇନିଂସରେ କ୍ରମଶଃ ୧୪୯,୧୬୫, ୧୨୫ ଓ ୧୧୭ ରନ୍ ସ୍କୋରରେ ଆଉଟ ହୋଇଯାଇଥିଲା। ଏହି ସ୍କୋର ଦେଖି ଜଣାପଡୁଛି ଯେ, ଜିମ୍ବାଓ୍ବେ ଟିମ୍‌ର କୌଣସି ବି ବ୍ୟାଟର ଶତକ କରିପାରିନଥିଲେ। ଆଶ୍ଚର୍ଯ୍ୟର କଥା ହେଲା ଏହି ସିରିଜ ବେଳେ କୌଣସି ବ୍ୟାଟର ୫୦ ରନ୍ କରିପାରିନଥିଲେ। 

ପ୍ରଥମ ଟେଷ୍ଟରେ ସିନ୍ ଓ୍ବିଲିୟମ୍ସ ୪୯ ରନ୍‌ର ଇନିଂସ ଖେଳି ଏହି ସିରିଜରେ ଜିମ୍ବାଓ୍ବେ ଟିମ୍‌ର କୌଣସି ବ୍ୟାଟରଙ୍କ ଦ୍ବାରା ସବୁଠାରୁ ବଡ଼ ଇନିଂସ ଖେଳିଛନ୍ତି। ଏଏନ୍‌ଆଇର ରିପୋର୍ଟ ଅନୁସାରେ, ଟେଷ୍ଟ କ୍ରିକେଟ ଇତିହାସରେ ଏହା କେବଳ ଷଷ୍ଠ ଥର, ଯେତେବେଳେ କି ଅତି କମ୍‌ରେ ଦୁଇଟି ମ୍ୟାଚ୍‌ରେ ଟେଷ୍ଟ ସିରିଜରେ କୌଣସି ଟିମ୍‌ର କେହି ବ୍ୟାଟର ୫୦ ରନ୍‌ର ଟାର୍ଗେଟ ଛୁଇଁ ପାରିନଥିଲେ। ଶେଷଥର ଏଭଳି ହୋଇଛି ଯେତେବେଳେ ୧୮୯୫-୯୬ ସିଜିନ୍‌ରେ ହୋଇଥିଲା। ଯେତେବେଳେ ସାଉଥ୍ ଆଫ୍ରିକାର ବାର୍ବରଟନ୍‌ ହଲିଭେଲ ୪୧ ରନ୍‌ରେ ଇଂଲଣ୍ଡ ବିରୋଧରେ ତିନୋଟି ମ୍ୟାଚ୍‌ର ଘରୋଇ ସିରିଜରେ ସବୁଠାରୁ ବଡ ଇନିଂସ ଖେଳୁଥିବା ବ୍ୟାଟର ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.