ପ୍ରମୂଖ ଖବର
  • ଆହୁରି ୪୭୬ ରାଜନୈତିକ ଦଳର ମାନ୍ୟତ ରଦ୍ଦ କରିବେ ନିର୍ବାଚନ କମିଶନ୍
  • ||
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

କଳିଙ୍ଗରେ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର(ବ୍ରୋଞ୍ଜ); ୧୭ଟି ଦେଶରୁ ୧୬୦ ଜଣ ଖେଳାଳି ନେବେ ଭାଗ

Published By : Manoj | August 10, 2025 8:32 AM

ଭୁବନେଶ୍ୱର,୧୦/୦୮: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି  ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ) ୨୦୨୫ । ୨୨ ଲକ୍ଷ ଟଙ୍କାର ମୋଟ୍‌ ପୁରସ୍କାର ରାଶି  ବିଶିଷ୍ଟ ଏହି ପ୍ରତିଯୋଗିତାରେ ୧୭ଟି ଦେଶରୁ ୧୬୦  ଜଣ ଖେଳାଳି ଭାଗ ନେଉଛନ୍ତି । ସେମାନଙ୍କ ମଧ୍ୟରେ  ୯୩ ଭାରତୀୟ ଏବଂ ୬୭ ବିଦେଶୀ ଖେଳାଳି  ରହିଛନ୍ତି । ଭାରତର ଦ୍ରୁତତମ ଧାବକ ଅନିମେଶ  କୁଜୁର ଏବଂ ମହିଳା ଜାଭେଲିନ ଥ୍ରୋୟର ଅନୁ  ରାଣୀ ପ୍ରତିଯୋଗିତାରେ ମୁଖ୍ୟ ଆକର୍ଷଣ ସାଜିବେ ।

କଳିଙ୍ଗ ଷ୍ଟାଡିୟମରେ ଆଜି ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ  ଭାରତୀୟ ଆଥଲେଟିକ୍ସ ସଂଘ  (ଏଏଫ୍‌ଆଇ) ସଭାପତି ବାହାଦୂର  ସିଂ ସାଗୁ, ବିଶ୍ୱ ଆଥଲେଟିକ୍ସର  ଉପ ସଭାପତି ଅଦିଲ ସୁମାରିୱାଲା  ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା  ବିଭାଗର ସଚିବ ସଚିନ ଯାଦବ ପ୍ରମୁଖ  ଉପସ୍ଥିତ ରହି ଏ ବିଷୟରେ ସୂଚନା ଦେଇଥିଲେ । 

ପ୍ରଥମ ଥର ଏହି ପ୍ରତିଯୋଗିତା ଭାରତରେ ଆୟୋଜିତ ହେଉଛି । ଦୁଇଟି ଅଧିବେଶନରେ ପ୍ରତିଯୋଗିତା ହେବାକୁ ଯାଉଛି । ସକାଳ ଅଧିବେଶନରେ ୫ଟି ଇଭେଣ୍ଟର ହିଟ୍‌ ରହିଛି । ୧୯ରୁ  ଊଦ୍ଧ୍ୱର୍ ଇଭେଣ୍ଟରେ ପ୍ରତିଯୋଗିତା ହେବ । ସନ୍ଧ୍ୟା  ଅଧିବେଶନରେ ସମସ୍ତ ଇଭେଣ୍ଟର ଫାଇନାଲ ରହିଛି । 

ଏଏଫ୍‌ଆଇ ସଭାପତି ସାଗୁ କହିଥିଲେ, ‘ବିଶ୍ୱ  ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ) ଆମ  ଖେଳାଳିଙ୍କ ପାଇଁ ଭଲ ପ୍ରଦର୍ଶନ କରିବାର ଏକ ବଡ଼  ପ୍ଲାଟଫର୍ମ ଏବଂ ଟୋକିଓ ବିଶ୍ୱ ଆଥଲେଟିକ୍ସକୁ ଯୋଗ୍ୟତା  ହାସଲ କରିବାର ସୁଯୋଗ ଆଣି ଦେଇଛି । ଏ ପର୍ଯ୍ୟନ୍ତ ୧୦  ଜଣ ଭାରତୀୟ ଟୋକିଓ ଟିକେଟ୍‌ ହାସଲ କରିସାରିଛନ୍ତି ।  ମୋର ବିଶ୍ୱାସ କଣ୍ଟିନେଣ୍ଟାଲ ଟୁର ମାଧ୍ୟମରେ  ଆଉ କିଛି ଖେଳାଳି ଯୋଗ୍ୟତା ହାସଲ କରିବେ ।’ 

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ସଚିନ  ଯାଦବ କହିଥିଲେ, ‘କଣ୍ଟିନେଣ୍ଟାଲ ଟୁର ପାଇଁ ସମସ୍ତ  ପ୍ରସ୍ତୁତି ଶେଷ ହୋଇଛି । ଭୁବନେଶ୍ୱରରେ ଏଭଳି ଏକ  ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ  ସରକାର ଉତ୍ସାହିତ ରହିଛନ୍ତି । ଆଗାମୀ  ଭବିଷ୍ୟତରେ ଏଭଳି ଅନ୍ତର୍ଜାତୀୟ  ପ୍ରତିଯୋଗିତା ଆୟୋଜନ ଜାରି ରହିବ ।’

୨୦୦ ମିଟରରେ ଉପରେ ଫୋକସ

ଅନିମେଶ ୨୦୦ ମିଟରରେ ବିଶ୍ୱ ମାନ୍ୟତାରେ  ୪୨ତମ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ୪୮ ଜଣ  ଟୋକିଓ ବିଶ୍ୱ ଆଥଲେଟିକ୍ସରେ ଭାଗ ନେବେ ।  ଏହି ଇଭେଣ୍ଟରେ ଯୋଗ୍ୟତା ଟାଇମିଂ ରହିଛି  ୨୦.୧୬ ସେକେଣ୍ଡ । ଅନିମେଶଙ୍କ ନାମରେ ଜାତୀୟ  ରେକର୍ଡ ରହିଛି ୨୦.୩୨ ସେକେଣ୍ଡ । ସେ କହିଛନ୍ତି,  ‘ଆସନ୍ତାକାଲି କେବଳ ୨୦୦ ମିଟରରେ ମୋର  ଅଧିକ ଧ୍ୟାନ କେନ୍ଦ୍ରୀଭୂତ ରହିବ ।’ ସେମିତି ଅନୁ  କହିଛନ୍ତି, ‘ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ  ପ୍ରୟାସ କରିବି ।’ ସେହିପରି ଜାଭେଲିନ ଥ୍ରୋୟର  ସଚିନ ଯାଦବ, ଲଙ୍ଗ ଜମ୍ପର ମୂରଲୀ ଶ୍ରୀଶଙ୍କର ଏବଂ  ସାଇଲି ସିଂ ମଧ୍ୟ ସମସ୍ତଙ୍କ ନିଜରରେ ରହିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.