ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା, ଭୋଟର ତାଲିକାକୁ ନେଇ ନିଜ ସରକାରଙ୍କ ଉପରେ ଉଠାଇଥିଲେ ପ୍ରଶ୍ନ

Published By : Tapas Panda | August 11, 2025 5:24 PM

Image Courtesy: thehindu

ବେଙ୍ଗାଲୁରୁ: କର୍ଣ୍ଣାଟକର ସମବାୟ ମନ୍ତ୍ରୀ କେ.ଏନ. ରାଜନ୍ନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜନ୍ନା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଭୋଟର ତାଲିକାରେ ହେରଫେର ନେଇ ନିଜ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାକୁ ଆସିଥିଲେ ରାଜନ୍ନା । ସେ ସର୍ବସାଧାରଣରେ ସ୍ୱୀକାର କରିଥିଲେ ଯେ, କଂଗ୍ରେସ ସରକାରଙ୍କ କାର୍ଯ୍ୟକାଳରେ ଭୋଟର ତାଲିକାରେ ଅନିୟମିତତା ହୋଇଥିଲା । 

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଜଣେ ଘନିଷ୍ଠ ସହଯୋଗୀ ରାଜନ୍ନା । ଭୋଟର ତାଲିକା ହେରଫେର ସମ୍ପର୍କରେ ଦଳର ନୀରବତା ଉପରେ ସେ ପ୍ରଶ୍ନ ଉଠାଇଥିଲେ । ରାଜନ୍ନାଙ୍କ ମନ୍ତବ୍ୟ ରାଜନୈତିକ ବିବାଦ ସୃଷ୍ଟି କରିଥିଲା ।  ପରେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଗତ ସପ୍ତାହରେ ବେଙ୍ଗାଲୁରୁରେ ଆୟୋଜିତ ଏକ ରାଲିରେ ରାହୁଲ ଗାନ୍ଧୀ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣିଥିଲେ । ବେଙ୍ଗାଲୁରୁ ସେଣ୍ଟ୍ରାଲ ଭଳି ପ୍ରମୁଖ ନିର୍ବାଚନମଣ୍ଡଳୀରେ ଦଳର ପରାଜୟ ପାଇଁ ଭୋଟର ତାଲିକାରେ ଥିବା ବିସଙ୍ଗତିକୁ ଦାୟୀ କରିଥିଲେ ।

ସେହି ସମୟରେ ରାଜନ୍ନା ପାଲଟା ଜବାବ ଦେଇ କହିଥିଲେ ଯେ, ଦଳ ମଧ୍ୟ ଦାୟିତ୍ୱ ନେବା ଉଚିତ । ସାମ୍ବାଦିକମାନଙ୍କ ପ୍ରଶ୍ନରେ ରାଜନ୍ନା କହିଥିଲେ, ‘ଆମକୁ ମନେ ରଖିବା ଉଚିତ ଯେ, ଆମ ନିଜ ସରକାର କ୍ଷମତାରେ ଥିବା ସମୟରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା। ସେତେବେଳେ ଆମ ଦଳ କାହିଁକି ଆଖି ବୁଜି ଦେଇଥିଲା ? ଏହା ସତ୍ୟ ଯେ, ଅନିୟମିତତା ହୋଇଛି । କିନ୍ତୁ ଏସବୁ ଆମ ଜାଣତରେ ଘଟିଥିଲା, ଯାହା ଆମ ପାଇଁ ଅପମାନଜନକ ।

ସେ କହିଥିଲେ ଯେ, ଭୋଟର ତାଲିକା ଭଳି ପ୍ରସଙ୍ଗରେ ସମୟୋଚିତ ପଦକ୍ଷେପ ନେବା ଆମର ଦାୟିତ୍ୱ । ଆମେ ଏହାକୁ ତଦାରଖ ନକରିବା ଆମ ପାଇଁ ଲଜ୍ଜାର ବିଷୟ । ସେପଟେ ରାଜନ୍ନାଙ୍କ ମନ୍ତବ୍ୟକୁ ଶିବକୁମାର ଶିବିରର ସଦସ୍ୟମାନେ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ । ତାଙ୍କ  ସହ ଅନ୍ୟ ବରିଷ୍ଠ ନେତାଙ୍କ ଉପରେ ଦଳୀୟ ସ୍ୱାର୍ଥ ବିରୁଦ୍ଧରେ କାମ କରିବାର ଅଭିଯୋଗ ଆଣିଥିଲେ । ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ବଡ଼ ସଂଘର୍ଷ ମଧ୍ୟରେ କର୍ଣ୍ଣାଟକ କଂଗ୍ରେସରେ ଆଭ୍ୟନ୍ତରୀଣ ବିବାଦ ସାମ୍ନାକୁ ଆସିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.