ନୂଆଦିଲ୍ଲୀ,୧୧।୮: ଭାରତ ‘ଅପରେସନ ସିନ୍ଦୂର’ ଦ୍ବାରା ସମଗ୍ର ବିଶ୍ୱକୁ ତାର ଶକ୍ତି ଅନୁଭବ କରାଇଛି। ପାକିସ୍ତାନ ସହ ଯୁଦ୍ଧ ମଧ୍ୟରେ ଭାରତୀୟ ବାୟୁସେନା ଏକ ବିଶେଷ ଭୂମିକା ଗ୍ରହଣ କରିଥିଲା। ବାୟୁସେନା ପାକ୍ ଅଧିକୃତ କାଶ୍ମୀରରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଥିଲା। ଏବେ ସେନାର ଶକ୍ତି ଆହୁରି ବଢିବାକୁ ଯାଉଛି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ ବାୟୁସେନା ଅଧିକ ରାଫେଲ ଫାଇଟର ଜେଟ୍ ବିମାନ ଦାବି କରିଛି।
ଭାରତୀୟ ବାୟୁସେନା ଫାଇଟର ସ୍କ୍ୱାର୍ଡନର ଅଭାବ ପୂରଣ କରିବା ପାଇଁ MRFA ପ୍ରୋଜେକ୍ଟ ଅନୁସାରେ ଅଧିକ ରାଫେଲ ଦାବି କରିଛି। ୧୧୪ ମଲ୍ଟି ରୋଲ୍ ଫାଇଟର ଏୟାରକ୍ରାଫ୍ଟ (MRFA) କିଣିବାକୁ ସରକାରଙ୍କ ନିରେ ଦାବି ରଖିଛି ବାସେନା। ଏଥିପାଇଁ ଫ୍ରାନ୍ସ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇପାରେ। ଭାରତୀୟ ସେନାକୁ ବର୍ତ୍ତମାନ ୪୨ ସ୍କ୍ୱାର୍ଡନ ଲଢ଼ୁଆ ବିମାନ ଆବଶ୍ୟକ। ବର୍ତ୍ତମାନ ୨୯ ଟି ସ୍କ୍ୱାର୍ଡନ ଅଛି। ଯଦି ଆମେ ଆମର ପଡ଼ୋଶୀ ପାକିସ୍ତାନ ବିଷୟରେ କଥା ହେବା, ତେବେ ଏହାର ୨୫ ସ୍କ୍ୱାର୍ଡନ ଅଛି। ଅନ୍ୟପକ୍ଷରେ, ଚୀନ୍ ପାଖରେ ୬୬ ସ୍କ୍ୱାର୍ଡନ ଅଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାକିସ୍ତାନ ଏବଂ ଚୀନ୍ ପାଖରେ ମଧ୍ୟ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ଅଛି। ଯଦି ଆମେ ଭାରତ ବିଷୟରେ କଥା ହେବା, ତେବେ ଏହାର ସବୁଠାରୁ ଆଧୁନିକ ଲଢ଼ୁଆ ବିମାନ ରାଫେଲ ରହିଛି, ଯାହାକୁ ୪.୫ ପିଢ଼ିର ଲଢ଼ୁଆ ବିମାନ ଭାବରେ ବିବେଚନା କରାଯାଏ। ତଥାପି, ଭାରତୀୟ ବାୟୁସେନା ଏପର୍ଯ୍ୟନ୍ତ ପାକିସ୍ତାନ ଉପରେ ଭାରି ପଡିଛି।
‘ଅପରେସନ ସିନ୍ଦୂର’ ବେଳେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ। ଏହି ସମୟରେ ସେନା ଶହେରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଭାରତୀୟ ବାୟୁସେନା ପାକିସ୍ତାନର ଏୟାରବେସ୍ ମଧ୍ୟ ନଷ୍ଟ କରିଛି। ‘ଅପରେସନ ସିନ୍ଦୂର’ ସମୟରେ, ପାକିସ୍ତାନୀ ସେନା ଭାରତରେ ଅନେକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାକୁ ଭାରତୀୟ ବାୟୁସେନା ବିଫଳ କରିଥିଲା। ଏବେ ଯଦି ଆହୁରି ରାଫେଲ ମିଳେ ତେବେ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବ।