ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଗଳିକନ୍ଦିରେ ଆଉ ଦେଖାଯିବେନି ବୁଲା କୁକୁର: ସେଲ୍ଟର ହୋମ୍ ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦେଶ

Published By : Harapriya Biswal | August 11, 2025 2:49 PM

ନୂଆଦିଲ୍ଲୀ,୧୧।୮:  ଦିଲ୍ଲୀରେ ବୁଲା କୁକୁରଙ୍କ ପ୍ରାଦୃଭାବ ବଢି ଚାଲିଛି।  ଏହାକୁ ଦୃଷ୍ଟିରେ ରଖି ବୁଲା କୁକୁରଙ୍କୁ ଆୟତ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ବଡ଼ ଆକ୍ସନ। ଏବେ ରାସ୍ତାଘାଟରେ ମନଇଛା ବୁଲି ପାରିବେନି କୁକୁର। କାରଣ ବୁଲା କୁକୁରଙ୍କ କାମୁଡାରେ ଅନେକଙ୍କ ମୃତ୍ୟୁ ହେଉଛି। ତେଣୁ ତାଙ୍କ ପାଇଁ ତିଆରି ହେବ ସ୍ବତନ୍ତ୍ର ସେଲ୍ଠର ହୋମ୍। ଆଉ ଏହି କାମ ପାଇଁ କୌଣସି ବ୍ୟକ୍ତି କିମ୍ବା ସଂଗଠନ ବାଧା ପକାଇବାକୁ ଚେଷ୍ଟା କଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ମାମଲାର ଗମ୍ଭୀରତାକୁ ଦେଖି ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଓ ମ୍ୟୁନିସିପାଲିଟିକୁ କଡା ନିର୍ଦେଶ ଦେଇଛନ୍ତି। ଖୁବଶୀଘ୍ର ସବୁ ଅଞ୍ଚଳରୁ ବୁଲା କୁକୁରଙ୍କୁ ଉଠାଇ ନେଇ ତାଙ୍କୁ ସ୍ବତନ୍ତ୍ର ଭାବରେ ନିର୍ମିତ ସେଲ୍ଟର ହୋମ୍‌ରେ ରଖାଯାଉ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଯଦି ଏଥିରେ କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ହସ୍ତକ୍ଷେପ କରନ୍ତି ତେବେ ତାଙ୍କ ବିରୋଧରେ ଆକ୍ସନ ନିଆଯିବ। ଏହା ସହ କୋର୍ଟ ପ୍ରଶ୍ନ କରିଛନ୍ତି, କ’ଣ ଏଭଳି ଲୋକ ତାଙ୍କୁ ଫେରାଇ ପାରିବେ, ଯେଉଁ ଲୋକେ ରାବିସ୍‌ର ଶିକାର ହୋଇଛନ୍ତି ? ଜଷ୍ଟିସ ଜେବି ପାଦରିଓ୍ବାଲ ଓ ଜଷ୍ଠିସ୍ ଆର ମହାଦେବନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି।  ଖଣ୍ଡପୀଠ କହିଛନ୍ତି, ବର୍ତ୍ତମାନ ପ୍ରାୟ ୫ ହଜାର ବୁଲା କୁକୁରଙ୍କ ପାଇଁ ସେଲ୍ଟର ହୋମ୍ ତିଆରି କରାଯିବା ଦରକାର। କୁକୁର ବନ୍ଧ୍ୟାକରଣ ଏବଂ ଟୀକାକରଣ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଚାରୀ ମୁତୟନ କରାଯିବା ଦରକାର। ବୁଲା କୁକୁରଙ୍କୁ ଡଗ୍ ସେଲ୍ଟର ହୋମରେ ରଖାଯାଉ। ତାଙ୍କୁ ସଡକ, କଲୋନୀ ଓ ସାର୍ବଜନୀନ ସ୍ଥାନରେ ଛଡା ନଯାଉ।

ସୁପ୍ରିମକୋର୍ଟ ୨୮ ଜୁଲାଇରେ ଦିଲ୍ଲୀରେ କୁକୁର କାମୁଡା ଦ୍ବାରା ରାବିଜ୍ ବ୍ୟାପିବା ନେଇ ମିଡିଆ ରିପୋର୍ଟ ଉପରେ ଶୁଣାଣି କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଅଧିକାରୀଙ୍କୁ ସପ୍ତାହେ ଭିତରେ ହେଲପଲାଇନ୍ ତିଆରି କରିବାକୁ ନିର୍ଦେଶ ଦେଇଛନ୍ତି।  ସୁପ୍ରିମକୋର୍ଟ ଦିଲ୍ଲୀ ସରକାର, ମ୍ୟୁନିସିପାଲିଟି ଓ ଏନ୍‌ଡିଏମ୍‌ସିଙ୍କୁ ଦିଲ୍ଲୀରୁ କୁକୁର ହଟାଇବାର କାମ ଆରମ୍ଭ କରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ନବଜାତ ଓ ଛୋଟ କୁକୁର ଛୁଆକୁ  ଛାଡି ଅନ୍ୟ କୁକୁରକୁ ଧରାଯାଉ। ଧରିବା ପରେ ପୁଣିଥରେ ତାଙ୍କୁ ଛଡା ନଯାଉ। ସେଲ୍ଟର ହୋମ୍‌କୁ ସିସିଟିଭି ସର୍ଭିଲାନ୍ସରେ ସବୁବେଳେ ରଖାଯିବା ଦରକାର। ଫଳରେ ଯେପରି  କୁକୁରମାନେ ବାହାରକୁ ନଯିବେ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.