ପ୍ରମୂଖ ଖବର
  • ଆହୁରି ୪୭୬ ରାଜନୈତିକ ଦଳର ମାନ୍ୟତ ରଦ୍ଦ କରିବେ ନିର୍ବାଚନ କମିଶନ୍
  • ||
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ପାଚିଲା ଦାଢ଼ି, ବଢ଼ୁଛି ବୟସ...ଦିନିକିଆରୁ ବି ଅବସର ନେଇଯିବେ କି ବିରାଟ କୋହଲି ? ଚର୍ଚ୍ଚା ବଢ଼ାଇଲା ଲାଟେଷ୍ଟ ଫଟୋ

Published By : Tapas Panda | August 8, 2025 11:24 PM

Image Courtesy: navbharattimes

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ସମୟରେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ସମୟରେ ସେ ଗୋଟିଏ କଥା କହିଥିଲେ। ବିରାଟ କହିଥିଲେ ଯେ, ଯେତେବେଳେ ଆପଣଙ୍କୁ ପ୍ରତି ଚାରି ଦିନରେ ଆପଣଙ୍କ ଦାଢ଼ି ରଙ୍ଗ କରିବାକୁ ପଡ଼େ, ଏହାର ଅର୍ଥ ହେଉଛି ବିଶ୍ରାମ ନେବାର ସମୟ। ଏହି ସହିତ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ବି ନେଇଥିଲେ । ଟେଷ୍ଟ ପୂର୍ବରୁ, ସେ ଟି-୨୦ରୁ ମଧ୍ୟ ଅବସର ନେଇଥିଲେ। କିନ୍ତୁ ସେ ଦିନିକିଆ ଫର୍ମାଟରେ ଖେଳିବା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଇଁ ପଡ଼ିଆକୁ ଓହ୍ଲାଇବେ ବୋଲି ଆଶା କରାଯାଉଛି ।  ହେଲେ ଏହା ପୂର୍ବରୁ ସେ ପ୍ରଶଂସକଙ୍କ ଟେନସନ୍ ବଢ଼ାଇ ଦେଇଛନ୍ତି।

ବିରାଟ କୋହଲିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ସେ ଜଣେ ପ୍ରଶଂସକଙ୍କ ସହ ଫଟୋ ପାଇଁ ପୋଜ୍ ଦେଉଛନ୍ତି। ଏହି ଫଟୋରେ ବିରାଟ କୋହଲିଙ୍କ ଦାଢ଼ି ସମ୍ପୂର୍ଣ୍ଣ ପାଚି ଯାଇଥିବା ଦେଖାଯାଉଛି। ପାଚିଲା ଦାଢ଼ି ଏବଂ ବର୍ଦ୍ଧିତ ବୟସକୁ ଦେଖି କୁହାଯାଉଛି ଯେ, ବିରାଟ କୋହଲି ଦିନିକିଆରୁ ଅବସର ନେଇପାରନ୍ତି । କାରଣ ବର୍ତ୍ତମାନ ଟିମ୍ ଇଣ୍ଡିଆ ଦିନିକିଆ ଫର୍ମାଟରେ ଖେଳୁନାହିଁ। ଏପରି ପରିସ୍ଥିତିରେ, ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରେଇ ରହିବା ପରେ ଟିମ୍ ଇଣ୍ଡିଆରେ ତାଙ୍କର ସ୍ଥାନ କେତେ ସୁରକ୍ଷିତ ହେବ ତାହା କହିବା କଷ୍ଟକର। ସେପଟେ ନୂଆ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ଏବଂ ଦଳରେ ବିରାଟଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେଉନାହାଁନ୍ତି।

 ଗତ ମାସରେ ଯେତେବେଳେ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଲଣ୍ଡନରେ ୱିମ୍ବଲଡନ ମ୍ୟାଚ୍ ଦେଖିବାକୁ ଯାଇଥିଲେ, ତାଙ୍କ ଦାଢ଼ି ରଙ୍ଗ କରାଯାଇଥିଲା। ସେତେବେଳେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ବର୍ତ୍ତମାନ ସାମ୍ନାକୁ ଆସିଥିବା ଫଟୋରେ ସେ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ବିରାଟ କୋହଲି କ୍ଲିନ୍ ସେଭ୍ କରୁଥିଲେ । କିନ୍ତୁ ସେ ଦାଢ଼ି ରଖିବା ଆରମ୍ଭ କରିବା ପରଠାରୁ ଏହା ଏକ ଟ୍ରେଣ୍ଡ ପାଲଟିଥିଲା । ଲକ୍ଷ ଲକ୍ଷ ଯୁବକ ତାଙ୍କ ଲୁକ୍ ଅନୁସରଣ କରୁଥିଲେ । ବିରାଟ କୋହଲି ମଧ୍ୟ ଦାଢ଼ି ଥିବା ଲୁକ୍ ସହିତ ଭିନ୍ନ ଦେଖାଯାଆନ୍ତି। ବର୍ତ୍ତମାନ ବୟସ ସହିତ ତାଙ୍କ ଦାଢ଼ି ଧଳା ହୋଇଯାଇଛି । ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଯାଉଛି । ବିରାଟ ଟି-୨୦ ଏବଂ ଟେଷ୍ଟ ପରି ହଠାତ୍ ଦିନିକିଆରୁ ବିଦାୟ ନେଇପାରନ୍ତି ବୋଲି ଚର୍ଚ୍ଚା ବି ହେଉଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.