ନୂଆଦିଲ୍ଲୀ,୧୩/୦୮: ଇଡ଼ି ରାଡାରରେ ସୁରେଶ ରାଇନା । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଲରାଉଣ୍ଡର ସୁରେଶ ରାଇନାଙ୍କର ଅଡୁଆ ବଢିଛି । ସୁରେଶଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ସମନ୍ କରିଛି । ବେଟିଂ ଆପ୍ ୱାନଏକ୍ସବେଟ୍ ସହ ଜଡ଼ିତ ଥିବା ଅଭିଯୋଗରେ ତାଙ୍କୁ ନୋଟିସ୍ ହୋଇଛି । ଆଜି ଦିଲ୍ଲୀ ଇଡ଼ି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ରାଇନାଙ୍କୁ ଏନେଇ ଆଜି ପଚରାଉଚୁରା କରିପାରେ ଇଡ଼ି ।
ବେଟିଂ ଆପ୍ 1xBet ମାମଲାରେ ଇଡ଼ି ସୁରେଶ ରାଇନାଙ୍କ ବୟାନ ରେକର୍ଡ କରିବ । ପୂର୍ବରୁ, ମୁମ୍ବାଇ ଇଡ଼ି ତଦନ୍ତ ଦଳ 'ପରିମ୍ୟାଚ' ନାମକ ବେଟିଂ ଆପ୍ ପଛରେ ଥିବା ରାକେଟ ବିଷୟରେ ଅଧିକ ସୂଚନା ପାଇବା ପାଇଁ ମୁମ୍ବାଇ, ଦିଲ୍ଲୀ- ଏନ୍ସିଆର, ହାଇଦ୍ରାବାଦ, ଜୟପୁର, ମାଦୁରାଇ ଏବଂ ସୁରଟରେ ୧୫ଟି ସ୍ଥାନରେ ରେଡ କରିଥିଲା। ମୁମ୍ବାଇ ସାଇବର ପୁଲିସ ଷ୍ଟେସନ ଦ୍ୱାରା ୨୦୨୪ ମସିହାରେ ପଞ୍ଜିକୃତ ଏକ ମାମଲା ଆଧାରରେ ଏହି ତଦନ୍ତ ଆରମ୍ଭ ହୋଇଛି ।
କଣ ପୂରା ମାମଲା ? ରିପୋର୍ଟ ଅନୁଯାୟୀ, ସୁରେଶ ରାଇନାଙ୍କ ଉପରେ ଏକ ବେଟିଂ ଆପ୍କୁ ପ୍ରୋତ୍ସାହନ କରୁଥିବା ଅଭିଯୋଗ ଅଛି। ଗତ ବର୍ଷ ଡିସେମ୍ବରରେ, ବେଟିଂ ଆପ୍ 1xBet ସୁରେଶ ରାଇନାଙ୍କୁ ତାର ବ୍ରାଣ୍ଡ ଆମ୍ବାସାଡର କରିଥିଲା । ଏହି ସମୟରେ, ସେ କହିଥିଲେ ଯେ, ରାଇନାଙ୍କ ସହିତ ଆମର ଏ ସହଭାଗୀତା ସ୍ପୋର୍ଟ୍ସ ବେଟିଂ ପ୍ରଶଂସକଙ୍କୁ ଦାୟିତ୍ୱର ସହ ବାଜି ଲଗାଇବାକୁ ଉତ୍ସାହିତ କରିବ । କେନ୍ଦ୍ର ସରକାର ଏହି ଆପ୍କୁ ବ୍ୟାନ କରିଥିଲେ । ଏହା ସତ୍ତ୍ୱେ, ଏହା ଅଲଗା ନାମରେ କାମ କରୁଛନ୍ତି । ଏହି ପ୍ଲାଟଫର୍ମଗୁଡ଼ିକ ଉପରେ ରୋକ ସତ୍ତ୍ୱେ, ସେଲିବ୍ରିଟି ପ୍ରମୋସନ୍ ଯୋଗୁଁ ଏମାନେ ଲୋକପ୍ରିୟତା ହାସଲ କରିଥିଲେ । ଏହି ମାମଲାରେ ସୁରେଶ ରାଇନାଙ୍କ ନାମ ଆସିଛି । ତଦନ୍ତରୁ ଜଣାପଡିଛି ଯେ, ଏହି ଆପ୍ ଜରିଆରେ ୨୦୦ କୋଟି ଟଙ୍କା କାରବାର ହୋଇଛି ।