ପ୍ରମୂଖ ଖବର
  • ଠାକୁରମୁଣ୍ଡା ଚମ୍ପାଝର ଗ୍ରାମରେ ସ୍ତ୍ରୀକୁ ପିଟି ପିଟି ହତ୍ୟା , ସ୍ୱାମୀ ଅଟକ
  • ||
  • ଉମରକୋଟ : ଖେଳୁଥିବା ବେଳେ ପାଣି କୁଣ୍ଡରେ ପଡି ଶିଶୁପୁତ୍ର ମୃତ
  • ||
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ଗୋଟିଏ ମାସର ଦରମା ଉଡ଼ାଇଦେବ ହୋଶ୍, ଜାଣନ୍ତୁ ନେଟଓ୍ବର୍ଥ ଏବଂ କାର୍ କଲେକ୍ସନ

Published By : Gurupada Nath | August 12, 2025 5:09 PM

ନୂଆଦିଲ୍ଲୀ,୧୨/୮ : କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କୁ କିଏ ବା ନ ଜାଣେ । ବିଶ୍ବର ସବୁଠାରୁ ଧନୀ ଫୁଟବଲ୍ ଖେଳାଳୀଙ୍କ ମଧ୍ୟରୁ ଜଣେ । ରୋନାଲ୍ଡୋ ଏବେ ସାଉଦୀର ଅଲ- ନସର ଟିମ୍ ଲାଗି ଖେଳୁଛନ୍ତି । ରୋନାଲ୍ଡୋଙ୍କ କାର୍‌ର ବହୁ ସଉକ୍ ରହିଛି । ତାଙ୍କ ପାଖରେ ବିଶ୍ବର ସବୁଠାରୁ ମହଙ୍ଗା କାରର କଲେକ୍ସନ ରହିଛି ।

ସୂଚନା ମୁତାବକ ରୋନାଲ୍ଡୋ ୨୭୫ମିଲିୟନ ଡଲାର ଯାହା ଭାରତୀୟ ଟଙ୍କାରେ ପ୍ରାୟ ୨୪୦୦କୋଟି ଟଙ୍କା ଅଟେ । ରୋନାଲ୍ଡୋ ଏହି ଟଙ୍କା ବର୍ଷରେ କେବଳ ଅଲ- ନସର ଲାଗି ଖେଳି ଆୟ କରିଥାନ୍ତି । ରୋନାଲ୍ଡୋ ପ୍ରାୟ ପ୍ରତି ମାସ ୨୦୦କୋଟି ଟଙ୍କାର ଦରମା ପାଇଥାନ୍ତି ।

ସୂଚନା ଅନୁସାରେ, ରୋନାଲ୍ଡୋଙ୍କ ପାଖରେ ବୁଗାଟୀ ସେଣ୍ଟୋଡିସି କାର୍ ରହିଛି । ଯାହା ବିଶ୍ବରେ କେବଳ ୧୦ଟି ନିର୍ମାଣ ହୋଇଛି । ଏହାପରେ ତାଙ୍କ ପାଖରେ ବୁଗାଟୀ ଚିରୋନ ଅଛି । ଯାହା ବିଶ୍ବର ସବୁଠାରୁ ଦ୍ରୁତ କାରରୁ ଗୋଟିଏ ବୋଲି କୁହାଯାଇଥାଏ । ଏହା ବ୍ୟତୀତ ରୋନାଲ୍ଡୋଙ୍କ ନିକଟରେ ମ୍ୟାକ୍ଲାରୋନ ସେନ୍ନା ରହିଛି । ରୋନାଲ୍ଡୋଙ୍କ ନିକଟରେ ରୋଲ୍ସ ରୟସ କଲିନନ ଅଛି । ସେହିଭଳି ତାଙ୍କ ନିକଟରେ ବୁଗାଟୀ ବିରୋନ ରହିଛି । ଯାହା ବିଶ୍ବରେ କେବଳ ୪୫୦ଟି ରହିଛି । ରୋନାଲ୍ଡୋଙ୍କ ନିକଟରେ ଲ୍ୟାଂବୋର୍ଗିନି ଏଭେଟାଡୋର ବି ରହିଛି ।

ରୋନାଲ୍ଡୋଙ୍କ ନିକଟରେ ବିଏମଡବ୍ଲ୍ୟୁ ଏକ୍ସଏମ ରେଡ ଲେବୁଲ କାର୍ ବି ରହିଛି । ରୋନାଲ୍ଡୋ ଅଲ- ନସରର ଦରମା ବ୍ୟତୀତ ବ୍ରାଣ୍ଡ ଏବଂ ନିଜ ବ୍ୟବସାୟରୁ ବି କୋଟି କୋଟି ଟଙ୍କା କଲେକ୍ସନ କରିଥାନ୍ତି । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ରୋନାଲ୍ଡୋଙ୍କ ମୋଟ୍ ନେଟଓ୍ବର୍ଥ ୧ବିଲିୟନ ଡଲାରରୁ ବି ଅଧିକ ଅଟେ । ଯାହା କି ଭାରତୀୟ ଟଙ୍କାରେ ୮୦୦୦କୋଟି ଟଙ୍କାରୁ ବି ଅଧିକ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.