ପ୍ରମୂଖ ଖବର
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ହିଟ୍ ମ୍ୟାନ୍-କିଙ୍ଗ୍ ଯୁଗ ଶେଷ; ଅଷ୍ଟ୍ରେଲିଆ ସିରିଜ୍ ଶେଷ ଦିନିକିଆ, ଜାଣନ୍ତୁ କ’ଣ କହିଲେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ

Published By : Manash Sahoo | August 11, 2025 7:39 PM

ମୁମ୍ବାଇ,୧୧/୦୮: ବିରାଟ୍ ଏବଂ ରୋହିତଙ୍କ ଯୁଗ ଶେଷ ! ଶୀଘ୍ର ଦିନିକିଆ ଫର୍ମାଟରୁ ନେବେ ସନ୍ନ୍ୟାସ ! ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତ ପରେ ଘୋଷଣା ! ଦିନିକିଆ ବିଶ୍ବକପ୍‌କୁ ନଜରରେ BCCIର ବଡ଼ ପ୍ରସ୍ତୁତି। ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଓ୍ବାନଡେ’ ଓ୍ବାର୍ଲ୍ଡକପ୍‌ରେ ନୂଆ କ୍ୟାପଟେନ୍ ସହ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍ । ଏଥିପାଇଁ କୋଚ୍ ସମେତ ଚୟନକର୍ତ୍ତା ମଧ୍ୟ ଦିନିକିଆ ଫର୍ମାଟ୍ ପାଇଁ ନେତୃତ୍ବ ଖୋଜା ଆରମ୍ଭ କରିଦେଲେଣି । ତେଣୁ ଟିମ୍ ଇଣ୍ଡିଆର ଦିଗଜ ତଥା ବରିଷ୍ଠ ଖେଳାଳିଙ୍କ ଦିନିକିଆ ଯାତ୍ରାରେ ବ୍ରେକ୍ ଲାଗିବ ବୋଲି ଅନୁମାନ କରାଯାଉଛି । ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତ ପରେ ଦୁଇ ବରିଷ୍ଠ ଖେଳାଳି ଅଧିନାୟକ ରୋହିତ୍ ଶର୍ମା ଏବଂ ବିରାଟ୍ କୋହଲି ସନ୍ନ୍ୟାସ ଘୋଷଣା କରିପାରନ୍ତି ବୋଲି କିଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋରଧରିଛି ।


ହ୍ବାଇଟ୍ ବଲ୍ କ୍ରିକେଟରେ ଆଉ ଦେଖିବାକୁ ମିଳିବନି ରୋ-କୋଙ୍କ ଯୋଡ଼ି । ଅଷ୍ଟ୍ରେଲିଆ ଟୁର୍ ହୋଇପାରେ ଶେଷ ଦିନିକିଆ । ବିରାଟ୍ କୋହଲି ଏବଂ ରୋହିତ ଶର୍ମା ପ୍ରଥମେ ଟି-ଟ୍ବେଣ୍ଟିରୁ ଆଲବିଦା କହିବା ପରେ ଟେଷ୍ଟ୍ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏକମାତ୍ର ଫର୍ମାଟ୍ ଭାବେ କେବଳ ଓ୍ବାନଡେ’ ଇଣ୍ଟରନ୍ୟାସନାଲ ଖେଳୁଛନ୍ତି ଉଭୟେ । ମାତ୍ର ବୟସାଧିକ କାରଣରୁ ଦିନିକିଆ କ୍ରିକେଟ୍ ଖେଳିବା ତାଙ୍କ ପାଇଁ ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି । ତେବେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେ ସିଧା ସିଧା କହିନଥିଲେ ବି ପରୋକ୍ଷ ଭାବେ କହିଛନ୍ତି, ‘କୌଣସି ଖେଳାଳିର ପ୍ରଦର୍ଶନ ହିଁ କହିବ ସେ କେତେ ଲମ୍ବା ରେସ୍‌ର ଘୋଡ଼ା । ପ୍ରଦର୍ଶନ ମାଧ୍ୟମରେ ଜଣେ ଟିମରେ ପ୍ରଭାବ ବିସ୍ତାର କରିପାରିବ । ପରଫରମାନ୍ସ ନଥିଲେ ଦଳରୁ ବାଦ୍ ପଡ଼ିବା ନିଶ୍ଚିତ’ ।

ଚଳିତ ବର୍ଷ ଅକ୍ଟୋବରରେ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମୁକାବିଲା । ଏନେଇ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ଦଳ । ତିନିଟି ମ୍ୟାଚ୍ ବିଶିଷ୍ଟ ଓ୍ବାନଡେ’ ଇଣ୍ଟର ନ୍ୟାସନାଲ ସିରିଜ୍ ଅକ୍ଟୋବର ୧୯ ତାରିଖରୁ ଆରମ୍ଭ ହେବ । ପ୍ରଥମ ମୁକାବିଲା ପର୍ଥରେ ହେବ । ସେହିପରି ୨୨ରେ ଦ୍ବିତୀୟ ଏବଂ ୨୫ ତାରିଖରେ ତୃତୀୟ ବା ଅନ୍ତିମ ମ୍ୟାଚ୍ ଖେଳାଯିବ । ତେବେ ଏହି ଇଣ୍ଡିଆ-ଅଷ୍ଟ୍ରେଲିଆ ଶୃଙ୍ଖଳା ବିରାଟ୍ ଏବଂ ରୋହିତଙ୍କ ସମ୍ଭବତଃ ବିଦାୟୀ ସିରିଜ୍ ହୋଇପାରେ । ଦିନିକିଆ କ୍ରିକେଟରେ ବିରାଟ୍ କୋହିଲଙ୍କ ଜବରଦସ୍ତ ରେକର୍ଡ ରହିଛି । ସର୍ବାଧିକ ରନ୍ ସଂଗ୍ରହ କରିଥିବା ସୂଚୀରେ ସେ ତୃତୀୟ ସ୍ଥାନରେ ରହିଛନ୍ତି । କିଙ୍ଗ୍ କୋହଲି ବର୍ତ୍ତମାନ ସୁଦ୍ଧା ୩୦୨ଟି ଓଡିଆଇ ଖେଳି ୫୭.୮୮ ହାରରେ ୧୪,୧୮୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୫୧ଟି ଶତକ ଏବଂ ୭୪ଟି ଅର୍ଦ୍ଧଶତକ ରହିଛି । ସେହିପରି ଓ୍ବାନଡେ’ କ୍ରିକେଟରେ ଅଧିନାୟକ ରୋହିତ୍ ଶର୍ମା ଶିଖର ଛୁଇଁଛନ୍ତି । ଦିନିକିଆରେ ତାଙ୍କ ନାଁରେ ରହିଛି ସର୍ବଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ । ଶ୍ରୀଲଙ୍କା ବିରୋଧରେ ୨୬୪ ରନ୍ ବିଶାଳ ଇନିଂସ ଖେଳିଥିଲେ ରୋହିତ୍ । ଏହାଛଡ଼ା ପ୍ରଥମ ଖେଳାଳି ଯିଏ, ଓ୍ବାନଡେ’ ଇଣ୍ଟରନ୍ୟାସନାଲରେ ତିନୋଟି ଦ୍ବିଶତକ ମାରିଛନ୍ତି । ରୋହିତ୍ ଶର୍ମା ବର୍ତ୍ତମାନ ସୁଦ୍ଧା ୨୭୩ ମ୍ୟାଚ୍ ଖେଳି  ୪୮.୭୬ ହାରରେ ୧୧,୧୬୮ ରନ୍ କରିଛନ୍ତି । ଏଥିରେ ୩୨ଟି ସେଞ୍ଚୁରୀ ଏବଂ ୫୮ଟି ହାଫ୍ ସେଞ୍ଚୁରୀ ରହିଛି ।

ରୋହିତ୍ ଏବଂ ବିରାଟଙ୍କ ପୂର୍ବ ରେକର୍ଡ ଦେଖିଲେ ଦିନିକିଆ କ୍ରିକେଟରେ ଉଭୟଙ୍କର ଜବରଦସ୍ତ ପ୍ରଦର୍ଶନ ରହିଛି । ଶେଷ ଥର ପାଇଁ ଦୁଇ ଖେଳାଳି ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ନଜରକୁ ଆସିଥିଲେ । ଫାଇନାଲ୍ ମ୍ୟାଚରେ ରୋହିତ୍ ଶର୍ମା ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ତେଣୁ ରୋହିତ୍ ଏବଂ ବିରାଟଙ୍କ ବିନା ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ବକପ୍ ଖେଳି ବଡ଼ କ୍ଷତି ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.