ନୂଆଦିଲ୍ଲୀ,୧୪/୦୮: ଏକ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ଜାମିନ ଖାରଜ କରିଛନ୍ତି ସୁପ୍ରୀମ କୋର୍ଟ । ସପ୍ତାହକ ମଧ୍ୟରେ ହାଜର ହେବା ପାଇଁ କୋର୍ଟ ସୁଶୀଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ ପଦକ ଜିତିଥିବା ରେସଲର ସୁଶୀଲ କୁମାର ଗତ ୨୦୨୧ ମେ ମାସରେ ସାଗର ଧନକର ନାମକ ଏକ ଜୁନିୟର ରେସଲରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ । ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ସଞ୍ଜୀବ ନରୁଲା ଉକ୍ତ ମାମଲାରେ ଶୁଣାଣିରେ ସୁଶୀଲଙ୍କୁ ଜାମିନ ପ୍ରଦାନ କରିଥିଲେ । ମାତ୍ର ଏହାପରେ ମୃତ ରେସଲର ସାଗରଙ୍କ ବାପା ଅଶୋକ ଧନକର ସୁପ୍ରୀମ କୋର୍ଟଙ୍କ ନିକଟରେ ଏକ ମାମାଲା ରୁଜ୍ଜୁ କରିଥିଲେ । ପ୍ରଶାନ୍ତ କୁମାର ମିଶ୍ରା ଓ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଘଣ୍ଡପୀଠ ଏହି ମାମଲାର ଶୁଣାଣି କରି ସୁଶୀଲଙ୍କ ଜାମିନ ଖାରଜ କରିଛନ୍ତି ।