ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ସନ୍ନ୍ୟାସର ଚର୍ଚ୍ଚା ଭିତରେ ODI ରାକିଂରେ ନମ୍ବର ଦୁଇରେ ରହିଲେ ରୋହିତ, ଦେଖନ୍ତୁ କିଏ ନମ୍ବର ୧

Published By : Gurupada Nath | August 13, 2025 4:39 PM

ନୂଆଦିଲ୍ଲୀ,୧୩/୮ : ରୋହିତ ଶର୍ମା ପ୍ରଥମ ଟେଷ୍ଟ କ୍ରିକେଟ ଏବଂ ଟି-୨୦ ଅନ୍ତର୍ଜାତୀୟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ନିକଟରେ ଖବର ଆସିଥିଲା କି ସେ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗ୍ରସ୍ତ ପରେ ଓ୍ବାନଡେ କ୍ରିକେଟକୁ ବି ଅଲବିଦା କହିବେ । ଏହା ମଧ୍ୟରେ ରୋହିତ ଓ୍ବାନଡେ ରାକିଂରେ ଛାଇ ଯାଇଛନ୍ତି । ଆଇସିସି ଦ୍ବାରା ବୁଧବାର ଜାରି କରାଯାଇଥିବା ତାଜା ରାକିଂରେ ରୋହିତ ଓ୍ବାନଡେରେ ନମ୍ବର-୨ରେ ଆସିଯାଇଛନ୍ତି । ବିଶେଷ କଥା ଏହା କି ରୋହିତ ଏହି ଉପଲବ୍ଧି ସେତେବେଳେ ପାଇଛନ୍ତି ଯେତେବେଳେ ଆଇପିଏଲ ୨୦୨୫ପରେ କୌଣସି ମ୍ୟାଚ୍ ଖେଳିନାହାନ୍ତି ।

ଆଇସିସି ବୁଧବାର ଜାରି କରିଥିବା ତାଜା ଓ୍ବାନଡେ ରାକିଂରେ ରୋହିତ ୭୫୬ଅଙ୍କ ସହ ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି । ଏହା ସେତେବେଳେ ହୋଇଛି ଯେତେବେଳେ ପାକିସ୍ତାନର ବାବର ଆଜମ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ନିକଟରେ ଓ୍ବାନଡେ ସିରିଜରେ ରନ୍ କରିବାରେ ବିଫଳ ରହିଛନ୍ତି ଏବଂ ୭୫୧ ଅଙ୍କ ସହ ତୃତୀୟ ସ୍ଥାନରେ ଆସି ଯାଇଛନ୍ତି ।

ସେହିଭଳି ଶୁଭମନ ଗିଲ୍ ୭୮୪ଅଙ୍କ ସହ ନମ୍ବର ୧ ରେ ରହିଛନ୍ତି । ରୋହିତଙ୍କ ଏହି ସଫଳତା ଏଭଳି ସମୟରେ ଆସିଛି କି ଯାହା ତାଙ୍କର ଏବଂ ବିରାଟ କୋହଲୀଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏକ ରିପୋର୍ଟରେ କୁହାଯାଇଛି କି ଉଭୟ ଖେଳାଳୀ ଅଷ୍ଟ୍ରେଲିଆ ଗସ୍ତ ପରେ ସନ୍ନ୍ୟାସ ନେଇପାରନ୍ତି, ମାତ୍ର ବିସିସିଆଇ ଏହାକୁ ନେଇ କୌଣସି ନିଷ୍ପତ୍ତି ନେଇନାହିଁ । ଯଦି ଆମେ କୋହଲୀଙ୍କ ବିଷୟରେ କହିବା ତେବେ ସେ ଓ୍ବାନଡେ ରାକିଂରେ ନମ୍ବର ୪ରେ ଅଛନ୍ତି । କୋହଲୀ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ଭଲ ପ୍ରଦର୍ଶନ କରି ରାକିଂରେ ଆଗକୁ ଯିବାକୁ ଚେ‌ଷ୍ଟା କରିବେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.