ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଟ୍ରମ୍ପ-ପୁଟିନ୍‌ ବୈଠକ ପରେ ଭାରତ ସମେତ ୧୦୦ ଦେଶକୁ ଆଶ୍ୱସ୍ତି, ଜାଣନ୍ତୁ ଖୁସି ଖବର

Published By : Ankita S | August 16, 2025 9:30 AM

ନୂଆଦିଲ୍ଲୀ,୧୬/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟାର ବୈଠକ ଫଳଶୂନ୍ୟ ରହିଛି । କୌଣସି ମୁଦ୍ଦା ଉପରେ ସହମତି ହୋଇପାରିଲା ନାହିଁ । ଏହି ବୈଠକ ଉପରେ ଭାରତର ନଜର ରହିଥିଲା । ବୈଠକ ପରେ ଟ୍ରମ୍ପଙ୍କ ମିଜାଜ ବଦଳିଥିବା ଦେଖିବାକୁ ମିଳିଥିଲା । ଭାରତ ଉପରେ ଟାରିଫ୍‌କୁ ନେଇ କଡ଼ା କଥା କହୁଥିଲା । ଟ୍ରମ୍ପ ଶୁଳ୍କକୁ ନେଇ ପଚରାଯାଇଥିବା ପ୍ରଶ୍ନ ଉପରେ କହିଥିଲେ କି, ଏବେ ତାର ଆବଶ୍ୟକତା ନାହିଁ । ଦରକାର ପଡିଲେ ଋଷରୁ ତେଲ କିଣୁଥିବା ଦେଶ ଉପରେ ଅତିରିକ୍ତ ଟାରିଫ୍ ଲଗାଇବା ଉପରେ ୨ରୁ୩ ସପ୍ତାହରେ ବିଚାର କରାଯିବ । ସେପଟେ ଟ୍ରମ୍ପ-ପୁଟିନ୍‌ ବୈଠକ ଫଳଶୂନ୍ୟ ଥିଲେ ବି ଭାରତ ସମେତ ୧୦୦ ଦେଶ ପାଇଁ ଖୁସି ଖବର ମିଳିଛି । ଯାହା ଏକ ବଡ଼ ଆଶ୍ୱସ୍ତି ଦେଇଛି । ବୈଠକ ପରେ ଅଶୋଧିତ ତୈଳ ମୂଲ୍ୟରେ ପ୍ରାୟ ୨ ପ୍ରତିଶତ ହ୍ରାସ ହୋଇଛି ।

ଫକ୍ସ ନ୍ୟୁଜ ସହ କଥାବାର୍ତ୍ତା ହୋଇ ଟ୍ରମ୍ପ କହିଛନ୍ତି, ଆଜି ଯାହା ହେଲା, ''ତାହା ପରେ ମୋତେ ଲାଗୁନାହିଁ ଟାରିଫ୍ ବିଷୟରେ ଭାବିବାକୁ ପଡୁନାହିଁ । ହୋଇପାରେ ୨ କିମ୍ବା ୩ ସପ୍ତାହ ଭାବିବାକୁ ପଡିବ ହେଲେ ଏବେ ନୁହେଁ । ବୈଠକ ବହୁତ ଭଲ ଥିଲା ।'' ଗତ ମାସରେ ଋଷ ସହ ବ୍ୟବସାୟ କରୁଥିବା ଦେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ ଟ୍ରମ୍ପ । ଋଷ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଧମକ ଦେଇଥିଲେ । ଏହା ପରେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ । ଯାହା ଅଗଷ୍ଟ ୨୭ରୁ ଲାଗୁ ହେବ ।

ଅଧିକ ପଢନ୍ତୁ...'ଯଦି ୨୦୨୨ରେ ଟ୍ରମ୍ପ ରାଷ୍ଟ୍ରପତି ହୋଇଥାନ୍ତେ...୩ ଘଣ୍ଟା ବୈଠକରେ 'ଋଷ- ୟୁକ୍ରେନ୍ ଯୁଦ୍ଧକୁ ନେଇ ପୁଟିନ୍‌ଙ୍କ ବଡ଼ ବୟାନ

ଭାରତ ପାଇଁ  ଗୁରୁତ୍ୱପୂର୍ଣ୍ଣ ଥିଲା ବୈଠକ - ଟ୍ରମ୍ପ ଏବଂ ପୁଟିନ୍‌ଙ୍କ ଏହି ବୈଠକ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାର ଏକ କାରଣ ଅଛି । ଯଦି ଯୁଦ୍ଧବିରତି ସମ୍ପର୍କରେ ବୈଠକରୁ କିଛି ସକାରାତ୍ମକ ବାହାରିଥାନ୍ତା, ତେବେ ଋଷିଆ ତୈଳ ଆମଦାନୀ ଉପରେ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ୨୫ ପ୍ରତିଶତ ଶୁଳ୍କ ହଟାଇବାର ସମ୍ଭାବନା ରହିଥିଲା । କିନ୍ତୁ ଯୁଦ୍ଧବିରତି ଉପରେ କୌଣସି ସହମତି ନାହିଁ, ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ହଟାଇବେ ନାହିଁ । ଯାହା ୨୭ ଅଗଷ୍ଟରୁ ଲାଗୁ ହେବ । ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ ଏବଂ ପୁଟିନଙ୍କ ସାକ୍ଷାତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା, ଯାହା ପରବର୍ତ୍ତୀ ବୈଠକ ପାଇଁ ବାଟ ଖୋଲି ଦେଇଥାନ୍ତା । ଏପରି ପରିସ୍ଥିତିରେ, ଭାରତ ନିରାଶ ହେବାର କୌଣସି କାରଣ ନାହିଁ । ଅନ୍ୟପକ୍ଷରେ, ଶୁଳ୍କ ନେଇ ଆମେରିକା ଏବଂ ଭାରତର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି । ସମ୍ଭବତଃ  ୨୭ ଅଗଷ୍ଟ ପୂର୍ବରୁ, ଋଷିଆ ତୈଳ ଉପରେ ଲାଗୁ ହୋଇଥିବା ଶୁଳ୍କରୁ ମୁକ୍ତି ମିଳିବନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.