ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଭାରତରେ ପରମାଣୁ କାର୍ଯ୍ୟକ୍ରମରେ ବଡ଼ ପ୍ରସ୍ତୁତି, ୧୦ଟି ନୂତନ ରିଆକ୍ଟର ତିଆରି ନେଇ ଘରୋଇ କ୍ଷେତ୍ରକୁ ସୁଯୋଗ

Published By : Harapriya Biswal | August 16, 2025 3:15 PM

ନୂଆଦିଲ୍ଲୀ,୧୬।୮: ଭାରତରେ ପରମାଣୁ କାର୍ଯ୍ୟକ୍ରମକୁ ସୁଦୂରପ୍ରସାରୀ କରିବାକୁ ଚେଷ୍ଟା ଜାରି ରହିଛି। ୧୦ ଟି ନୂତନ ନ୍ୟୁକ୍ଲିୟର ରିଆକ୍ଟର ଉପରେ କାମ ଚାଲିଥିବା ବେଳେ ଘରୋଇ କ୍ଷେତ୍ରକୁ ମଧ୍ୟ ସୁଯୋଗ ଦିଆଯାଇଛି। ଭାରତ ପରମାଣୁ ଉତ୍ପାଦନ କ୍ଷମତାକୁ ୧୦ ଗୁଣା ଅଧିକ କରିବା ଦିଗରେ ଆଗକୁ ବଢୁଛି ବୋଲି ସ୍ବାଧିନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ବଡ଼ ଘୋଷଣା।

ପରମାଣୁ କାର୍ଯ୍ୟକ୍ରମରେ ସଂସ୍କାର ଆଣିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦେକ୍ଷପ। ଏବେ ଘରୋଇ କ୍ଷେତ୍ରକୁ ଦିଆଗଲା ସୁଯୋଗ। ଏନେଇ ସ୍ବାଧୀନତା ଦିବସ ଅବସରରେ ପିଏମ୍ ମୋଦି କରିଛନ୍ତି ଘୋଷଣା। ସେ କହିଛନ୍ତି, ପରମାଣୁ ସମେତ ଭାରତର ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧୦ଟି ନୂତନ ପରମାଣୁ ରିଆକ୍ଟର ଉପରେ କାମ ଚାଲିଛି । ଭାରତ ୨୦୪୭ ସୁଦ୍ଧା ପରମାଣୁ ଶକ୍ତି ଉତ୍ପାଦନ କ୍ଷମତାକୁ ୧୦ ଗୁଣରୁ ଅଧିକ ବୃଦ୍ଧି କରିବା ଦିଗରେ ଅଗ୍ରସର ହେଉଛି। 

ଭବିଷ୍ୟତର ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ବଡ଼ ପଦକ୍ଷେପ ନିଆଯାଇଛି। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଘରୋଇ କ୍ଷେତ୍ର ସହ ସହଭାଗିତା କରାଯିବ। ଏଥିପାଇଁ ଚଳିତ ଆର୍ଥିକ ବର୍ଷ କେନ୍ଦ୍ର ବଜେଟ୍‌ରେ ପରମାଣୁ ଶକ୍ତି ଆଇନ ଓ ପରମାଣୁ କ୍ଷତି ପାଇଁ ନାଗରିକ ଦାୟିତ୍ବ ଆଇନରେ ସଂଶୋଧନ ଆଣିବାର ପ୍ରସ୍ତାବ ଆଗତ କରାଯାଇଥିଲା। ପୂର୍ବରୁ ଏହି ଦୁଇଟି ଆଇନ ସରକାରୀ ପରମାଣୁ ଶକ୍ତି କେନ୍ଦ୍ର ପ୍ରତିଷ୍ଠା ପାଇଁ ଅଣାଯାଇଥିଲା। କିନ୍ତୁ, ବିକଶିତ ଭାରତ ୨୦୪୭ ର ସ୍ୱପ୍ନ ହାସଲ କରିବା ପାଇଁ ଘରୋଇ କ୍ଷେତ୍ରକୁ ଉତ୍ସାହିତ କରିବାର ଆବଶ୍ୟକତାକୁ ବିଚାର କରି ବର୍ତ୍ତମାନ ନୂତନ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ଆବଶ୍ୟକତା ପାଇଁ ଆମେ ଅନେକ ଦେଶ ଉପରେ ନିର୍ଭରଶୀଳ। ହେଲେ  ଏବେ ଦେଶକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଗୁରୁତ୍ୱପୂର୍ଣ୍ଣ।'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.