ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ପୃଥିବୀଠୁ ୨ କୋଟି ବର୍ଷ ପୁରୁଣା ଉଲ୍‌କା ଠାବ, ଜୁନ୍‌ ୨୬ରେ ଆମେରିକାରେ ଏକ ଘରେ ମାଡ଼ ହୋଇଥିଲା

Published By : Krishna Priya | August 12, 2025 8:32 AM

ନୂଆଦିଲ୍ଲୀ ୧୨/୦୮: ଜର୍ଜିଆର ଆଟ୍‌ଲାଣ୍ଟାରେ ଏକ ଘର ଉପରେ ଏକ ଉଲ୍‌କାପିଣ୍ଡ ମାଡ଼ ହୋଇଥିଲା । ଏଇଟି ୪୫୬ କୋଟି ବର୍ଷ ପୁରୁଣା ବୋଲି ସଦ୍ୟତମ ଅଧ୍ୟୟନରୁ ଜଣାପଡ଼ିଛି । ଉଲ୍‌କାଟି ପୃଥିବୀଠୁ ମଧ୍ୟ ପୁରୁଣା ବୋଲି ଆକଳନ କରାଯାଇଛି । ନାସା ଅନୁସାରେ, ଉଜ୍ଜ୍ୱଳ ଉଲ୍‌କାଟି ଗତ ଜୁନ୍‌ ୨୬ ତାରିଖରେ ବିସ୍ଫୋରଣ ପୂର୍ବରୁ ସ୍ପଷ୍ଟ ଦିବାଲୋକରେ ଜର୍ଜିଆ ଆକାଶରେ ଅତିକ୍ରମ କରିଥିଲା । ଜର୍ଜିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ବାହ୍ୟ ଜଗତରୁ ଆସିଥିବା ଏହି ଶିଳାର ଅବଶେଷକୁ ପରୀକ୍ଷା କରି ଏହାର ଉତ୍ପତ୍ତି ଜାଣିବାକୁ ପ୍ରୟାସ କରିଥିଲେ । ସେମାନଙ୍କ ଅଧ୍ୟୟନରୁ ଜଣାପଡ଼ିଲା, ୪୫୬ କୋଟି ବର୍ଷ ତଳେ ନିର୍ମିତ ଏହି ଉଲ୍‌କା ପୃଥିବୀଠୁ ହାରାହାରି ୨ କୋଟି ବର୍ଷ ପୁରୁଣା । ଉଲ୍ଲେଖଯୋଗ୍ୟ, ପୃଥିବୀର ଉତ୍ପତ୍ତି ୪୫୪ କୋଟି ବର୍ଷ ତଳେ ହୋଇଥିବା ଆକଳନ କରାଯାଏ ।

ଜର୍ଜିଆ ବିଶ୍ୱବିଦ୍ୟାଳୟର ଗ୍ରହୀୟ ଭୂବିଜ୍ଞାନୀ ସ୍କଟ୍‌ ହାରିସ୍‌ ୨୩ ଗ୍ରାମ୍‌ର ଏହି ଉଲ୍‌କା ଅବଶେଷକୁ ଅଧ୍ୟୟନ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି । ସୂଚନାଯୋଗ୍ୟ, ଉଲ୍‌କାଟି ମହାକାଶରୁ ଆସି ଜର୍ଜିଆ ସ୍ଥିତ ହେନରୀ କାଉଣ୍ଟିର ମ୍ୟାକ୍‌ଡୋନୋଗ୍‌ରେ ଜଣେ ବ୍ୟକ୍ତିଙ୍କ ଘର ଛାତରେ ମାଡ଼ ହୋଇଥିଲା । ଫଳରେ ଛାତରେ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା । ହାରିସ୍‌ ମାଇକ୍ରୋସ୍କୋପ୍‌ ଜରିଆରେ ଏହି ଅବଶେଷକୁ ପରୀକ୍ଷା କରିଥିଲେ । ତା’ପରେ ସ୍ପଷ୍ଟ କଲେ ଯେ ଏଇଟି ୪୫୬ କୋଟି ବର୍ଷ ତଳେ ସୃଷ୍ଟ ଏକ ଉଲ୍‌କାର ଅଂଶ ।

ହାରିସ୍‌ କହିଛନ୍ତି, ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିଥିବା ଏହି ନିର୍ଦ୍ଦିଷ୍ଟ ଉଲ୍‌କାର ମ୍ୟାକ୍‌ଡୋନୋଗ୍‌ରେ ପଡ଼ିବା ପୂର୍ବରୁ ଲମ୍ବା ଇତିହାସ ରହିଛି । ଏହାକୁ ଭଲଭାବେ ବୁଝିବା ପାଇଁ ପଥରଟି କ’ଣ ଏବଂ ଏହା କେଉଁ ସମୂହର ଗ୍ରହାଣୁ ତାହା ପରୀକ୍ଷା କରିବାକୁ ହେବ । ଜର୍ଜିଆରେ ଆବିଷ୍କୃତ ଏହା ୨୭ତମ ଉଲ୍‌କା । ଯେଉଁ ଘରେ ମାଡ଼ ହୋଇଥିଲା, ତା’ର ମାଲିକ ଏବେ ବି ଏହି ମହାକାଶ ଶିଳାର ଅବଶେଷ ପାଉଛନ୍ତି । ଉଲ୍‌କାର ନାମ ଦିଆଯାଇଛି ‘ମ୍ୟାକ୍‌ଡୋନୋଗ୍‌’ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.