ପ୍ରମୂଖ ଖବର
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ସୂର୍ଯ୍ୟଠୁ ୩୬ ହଜାର ଗୁଣ ଭାରୀ ବ୍ଲାକ୍‌ହୋଲ ଠାବ

Published By : Anindita Ratha | August 9, 2025 3:22 PM

ନୂଆଦିଲ୍ଲୀ,୦୯/୦୮:  କସ୍‌ମିକ୍‌ ହର୍ଷଶୁ ଆକାଶଗଙ୍ଗାରେ ଆବିଷ୍କୃତ ହୋଇଛି ଏକ ବ୍ଲାକ୍‌ହୋଲ। ଯାହା ଆମ ସୂର୍ଯ୍ୟଠାରୁ ୩୬୦୦ ଗୁଣ ଭାରୀ । ଅଦ୍ୟାବଧି ଆବିଷ୍କୃତ ୧୦ ଶୀର୍ଷ ବିଶାଳ ବ୍ଲାକ୍‌ହୋଲ ମଧ୍ୟରେ ଏହା ଅନ୍ୟତମ ଓ ଏହା ସବୁଠୁ ବିଶାଳ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏନେଇ ଅଧ୍ୟୟନର ଲେଖକ ଇଂଲଣ୍ଡର ପୋର୍ଟସମାଉଥ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଥୋମାସ କୋଲେଟ୍‌ ଏହି ଆବିଷ୍କାର ବିଷୟରେ ସ୍ପଷ୍ଟ କରିଛନ୍ତି । 

କସ୍‌ମିକ ହର୍ଷଶୁ ପ୍ରଣାଳୀକୁ ନିର୍ମାଣ କରିଥିବା ଦୁଇଟି ଆକାଶଗଙ୍ଗା ମଧ୍ୟରୁ ଗୋଟିଏରେ ଏହି ବ୍ଲାକ୍‌ହୋଲ ଆବିଷ୍କୃତ ହୋଇଛି । ଏହା ‘ଡୋର୍‌ମାଣ୍ଟ୍‌’ ବ୍ଲାକ୍‌ହୋଲ ନାମରେ ପରିଚିତ । ଅର୍ଥାତ୍‌ ଏହା ଅପେକ୍ଷାକୃତ ଏକ ଶାନ୍ତ ବ୍ଲାକ୍‌ହୋଲ । ନିଜ ଚତୁଃପାଶ୍ୱର୍ର ପଦାର୍ଥଗୁଡ଼ିକୁ ଗିଳୁଥିବା ସକ୍ରିୟ ବ୍ଲାକ୍‌ହୋଲଠୁ ଏହା ବିପରୀତ । ଆମ ଆକାଶଗଙ୍ଗା ମିଲ୍‌କି ୱେରେ ଅବସ୍ଥିତ ବ୍ଲାକ୍‌ହୋଲ ‘ସାଗିଟାରିୟସ୍‌-ଏ’ ମଧ୍ୟ ଏକ ଡୋରମାଣ୍ଟ୍‌ ବା ଶାନ୍ତ ବ୍ଲାକ୍‌ହୋଲ । କିନ୍ତୁ ଏହାର ଘନତ୍ୱ ୪.୧୫ ନିୟୁତ ସୂର୍ଯ୍ୟ ସମାନ । ବାସ୍ତବତା ହେଉଛି, କସ୍‌ମିକ ହର୍ଷଶୁ ବ୍ଲାକ୍‌ହୋଲ ଏକ ବିଶାଳ ଆକାଶଗଙ୍ଗା ଭିତରେ ଆବିଷ୍କୃତ ହୋଇଛି । ଅନ୍ୟପକ୍ଷେ, ସାଗିଟାରିୟସ୍‌-ଏ ସାମାନ୍ୟ ଆକାରଯୁକ୍ତ ଆକାଶଗଙ୍ଗା ମିଲ୍‌କି ୱେରେ ରହିଛି । ଏହା ଏକ ସଂଯୋଗ ହୋଇନପାରେ । ନୂଆ ବ୍ଲାକ୍‌ହୋଲ ଆବିଷ୍କାର ଜରିଆରେ ବୈଜ୍ଞାନିକ ଟିମ୍‌ ସୁପର୍‌ମାସିଭ ବ୍ଲାକ୍‌ହୋଲ ଓ ସେମାନେ ଅବସ୍ଥାନ କରୁଥିବା ଆକାଶଗଙ୍ଗାମାନଙ୍କର ଆକାର ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଅଧିକ ଅଧ୍ୟୟନ ପାଇଁ ଆଶା କରୁଛନ୍ତି । 

କୋଲେଟ୍‌ କହନ୍ତି, ଉଭୟଙ୍କ ଆକାର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା ଆମର ଧାରଣା । କାରଣ ଯେତେବେଳେ ଆକାଶଗଙ୍ଗାମାନଙ୍କର ବୃଦ୍ଧି ହୁଏ, ସେମାନେ କେନ୍ଦ୍ରୀୟ ବ୍ଲାକ୍‌ହୋଲ ମଧ୍ୟକୁ ନିଜର ପଦାର୍ଥଗୁଡ଼ିକୁ ନିକ୍ଷେପ କରିପାରନ୍ତି । ତନ୍ମଧ୍ୟରୁ କିଛି ପଦାର୍ଥ ବ୍ଲାକ୍‌ହୋଲର ବୃଦ୍ଧି କରାଇଥାନ୍ତି । କିନ୍ତୁ ତନ୍ମଧ³ ଏହାର ଅର୍ଥ ବ୍ରହ୍ମାଣ୍ଡ ଆରମ୍ଭରୁ ଏହା ନିଜ ଚତୁଃପାଶ୍ୱର୍ର ପଦାର୍ଥଗୁଡ଼ିକୁବ୍ଲାକ୍‌ହୋଲର ଆକାର ଓ ବିକାଶକୁ ନେଇ ଥିବା ପୁରୁଣା ବୈଜ୍ଞାନିକ ସିଦ୍ଧାନ୍ତକୁ ଚାଲେଞ୍ଜ୍‌ ଦେଇନାହିଁ, ବରଂ ଦେଖାଇଛି ଯେ ବ୍ରହ୍ମାଣ୍ଡରେ ଏମିତି ଅସଂଖ୍ୟ ରହସ୍ୟ ଅଛି³ ଯାହା ଆମ କଳ୍ପନାଠୁ ବାହାରେ । କସ୍‌ମିକ ହର୍ଷଶୁ ପ୍ରଣାଳୀ ସାଧାରଣ ଆକାଶଗଙ୍ଗା ନୁହେଁ । ଏହା ଫସିଲ ଗ୍ରୁପ୍‌ ବା ଜୀବାଶ୍ମ ସମୂହର, ଅର୍ଥାତ୍‌ ବ୍ରହ୍ମାଣ୍ଡରେ ଅଧିକାଂଶ ସଘନ ଢାଞ୍ଚାର ଶେଷ ଅବସ୍ଥା । ଯେତେବେଳେ ଏକାଧିକ ଛୋଟ, ମାଧ୍ୟାକର୍ଷଣ ଶକ୍ତିରେ ବନ୍ଧା ଆକାଶଗଙ୍ଗାଗୁଡ଼ିକ ଏକ ହୁଅନ୍ତି, ଏହି ଆକାଶଗଙ୍ଗାର ଉତ୍ପତ୍ତି ହୋଇଥାଏ। 


















Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.