ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ୬ ପଦକ ସହ ଭାରତର ଅଭିଯାନ ଶେଷ, ଉଦ୍‌ଯାପନୀ ଉତ୍ସବରେ ତ୍ରିରଙ୍ଗା ଧରିବେ ମନୁ, ଶ୍ରୀଜେଶ

ନୂଆଦିଲ୍ଲୀ ୧୧/୦୮: ଆଜି ପ୍ୟାରିସ୍ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବ । ସରିବ କ୍ରୀଡ଼ା ମହାକୁମ୍ଭ ।  ସମାପନ ସମାରୋହରେ ଭାରତ ପକ୍ଷରୁ ଦୁଇ କ୍ରୀଡାବିତ୍ ତ୍ରିରଙ୍ଗା ଧରିବେ । ସୁଟର ମନୁ ଭାକର ଏବଂ ଭାରତୀୟ ପୁରୁଷ ହକିର ଗୋଲକିପର ପି.ଆର ଶ୍ରୀଜେଶ ଧ୍ବଜାବାହକ ହେବେ। ଅଲିମ୍ପିକ୍ସରେ ୨୨ ବର୍ଷୀୟା ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ହକି ତାରକା ଶ୍ରୀଜେଶଙ୍କ ଖେଳ ସମସ୍ତ ଭାରତୀୟଙ୍କ ମନ ମୋହିଛି ।

ଗୋଲକିପର ଭାବେ ଭାରତକୁ ସେମିଫାଇନାଲ ପର୍ଯ୍ୟନ୍ତ ନେବାରେ ଶ୍ରୀଜେଶଙ୍କ ମୁଖ୍ୟ ଭୂମିକା ରହିଥିଲା । ହକିରେ ଭାରତୀୟ ଦଳ କାଂସ୍ୟ ପଦକ ହାସଲ କରିଛି। ପ୍ୟାରିସ ଅଲିମ୍ପିକ୍ସର ସମସ୍ତ ଇଭେଣ୍ଟ ଶନିବାର ଶେଷ ହୋଇଛି । ଭାରତକୁ କ୍ରୀଡା ମୁହାକୁମ୍ଭରେ ୬ଟି ମେଡାଲ ମିଳିଛି। ସୁଟିଂ, ଜାଭେଲିନ୍, ହକି, କୁସ୍ତିରେ ଭାରତକୁ ସଫଳତା ମିଳିଛି । ଗୋଲ୍ଡ ମେଡାଲ ହାସଲ କରିବାରେ ଚୀନ ପ୍ରଥମ ସ୍ଥାନରେ ରହିଛି । ପ୍ୟାରିସ୍ ଅଲିମ୍ପିକ୍ସରେ ଚାଇନାକୁ ୩୯ ସ୍ବର୍ଣ୍ଣ ପକଦ ମିଳିଛି  । ୩୮ଟି ଗୋଲ୍ଡ ମେଡାଲ ସହିତ ଦ୍ବିତୀୟ ସ୍ଥାନରେ ରହିଛି ଆମେରିକା । ସେହିପରି ୭୧ତମ ସ୍ଥାନରେ ରହିଛି ଭାରତ ।   

ଉଦଯାପନୀ ଉତ୍ସବରେ ଧ୍ଵଜବାହକ ଭାବେ ଚୟନ କରାଯାଇଥିବାରୁ ଶ୍ରୀଜେସ ଏବଂ ମନୁ ଭାକର ଖୁସି ପ୍ରକଟ କରିଛନ୍ତି । ଭାରତ ପାଇଁ ତ୍ରିରଙ୍ଗା ପତାକା ଧରିବା ମୋ ପାଇଁ ଗର୍ବର ବିଷୟ । ଅଲିମ୍ପିକ୍ସରେ ନିଜ ଦେଶ ପାଇଁ ପ୍ରତିନିଧିତ୍ଵ କରିବା ସମସ୍ତ ଖେଳାଳିଙ୍କ ସ୍ଵପ୍ନ ହୋଇଥାଏ ବୋଲି କହିଛନ୍ତି ଶ୍ରୀଜେଶ। କ୍ଲୋଜିଂ ସେରିମୋନିରେ ଦେଖିବାକୁ ମିଳିବ ରଙ୍ଗାରଙ୍ଗ  କାର୍ଯ୍ୟକ୍ରମ। ହଲିଉଡ ଷ୍ଟାର ଟମ କ୍ରୁସ ଷ୍ଟଣ୍ଟ ପ୍ରଦର୍ଶନ କରିବେ। ଏହାସହ ଆମେରିକୀୟ ଗାୟିକା ବିଲି ଏଲିସ ଓ ଗାୟକ ସ୍ନୁପ ଡଗ ସଂଗୀତ ପରିବେଶ କରିବେ। ବେଶ ରୋମାଞ୍ଚକର ହେବ ଏହି ଉଦଯାପନୀ ଉତ୍ସବ ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.