ମୁଦରୈ : ତାମିଲନାଡୁରେ କଥିତ ଭାବେ ଲାଞ୍ଚ ନେଉ ଥିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ଅଧିକାରୀଙ୍କୁ ଧରାଯାଇଛି। ତାମିଲନାଡୁର ସରକାରୀ ଅଧିକାରୀମାନେ କହିଛନ୍ତି କି, ଅଙ୍କିତ ତିୱାରୀ ନାମଙ୍କ ଇଡିର ଜଣେ ଅଧିକାରୀଙ୍କୁ ଡିଣ୍ଡିଗୁଲରେ ଜଣେ ଡାକ୍ତରଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବାର ଧରାଯାଇଛି ।
ସେ କହିଛନ୍ତି , ପ୍ରବର୍ତ୍ତନ ଅଧିକାରୀ ଅଙ୍କିତ ତିୱାରୀ ଡିଣ୍ଡିଗୁଲରେ ଜଣେ ଡାକ୍ତରଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ଲାଞ୍ଚ ନେଉ ଥିବାର ରଙ୍ଗେ ହାତରେ ଧରା ପଡିଛନ୍ତି। ଇଡି ଅଧିକାରୀମାନେ ନିଜ ଟିମ୍ ସହ ଅନେକ ଲୋକଙ୍କୁ ଧମକାଉଛନ୍ତି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ତାଙ୍କ ବିରୋଧରେ ଚାଲୁ ଥିବା କେସ୍କୁ ବନ୍ଦ କରିବା ନାଁରେ ଲାଞ୍ଚ ନେଉ ଥିଲେ।
ତାମିଲନାଡୁର ଦୁର୍ନୀତି ନିରୋଧକ ଶାଖା ସତର୍କତା ଏବଂ ଦୁର୍ନୀତି ନିରୋଧକ ନିର୍ଦ୍ଦେଶାଳୟ (ଡିଭିଏସି) ଶୁକ୍ରବାର ସକାଳେ ଅଙ୍କିତ ତିୱାରୀଙ୍କୁ ଧରି ନେଇଛନ୍ତି। ନାମ ପ୍ରକାଶ ନକରିବା ସର୍ତ୍ତରେ ଅନ୍ୟ ଜଣେ ଅଧିକାରୀ କହିଛନ୍ତି , ଆମେ ଏହି ସତ୍ୟ ଉପସ୍ଥାପିତ କରିବା ପ୍ରକ୍ରିୟାରେ ଅଛୁ କି, ଏହା ସତରେ କଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ସମ୍ୱନ୍ଧିତ।
ଡିଣ୍ଡିଗୁଲ ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି କି, ତାଙ୍କୁ ମଦୁରୈରେ ଡିଭିଏସିର ଶାଖାରୁ ଘଟଣାକ୍ରମର ସୂଚନା ମିଳିଛି। ଏବେସୁଦ୍ଧା କେହି ଗିରଫ ହୋଇ ନାହାଁନ୍ତି।
ଏବେ ଇଡ଼ି ପକ୍ଷରୁ ଏହି ଅଭିଯୋଗର କୌଣସି ଜବାବ ବା ସ୍ପଷ୍ଟୀକରଣ ଆସି ନାହିଁ। ଧରାପଡ଼ିଥିବା ବ୍ୟକ୍ତି ନିଜକୁ ଇଡି ଅଧିକାରୀ ବୋଲି କହୁଛନ୍ତି। ଏବେ ଏହା ମଧ୍ୟ ପତ୍ତା ଲଗାଯାଉଛି କି ଧରାପଡ଼ି ଥିବା ଅଭିଯୁକ୍ତ ବାସ୍ତବରେ ଇଡ଼ିର ସଦସ୍ୟ କି ନାହିଁ। ସରକାରଙ୍କ ପକ୍ଷରୁ , ଅଧିକାରୀ ଅଙ୍କିତ ତିୱାରୀଙ୍କ ଆଇଡି କାର୍ଡ ମଧ୍ୟ ଉପସ୍ଥାପିତ କରିଛନ୍ତି । ଏହି ଆଇଡି କାର୍ଡ ଡିସେମ୍ୱର ୨୦୨୪ ସୁଦ୍ଧା ବୈଧ ରହିଛି।