ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ କୁସାକ, ସ୍ଲାଭିଆର ନୂଆ ଏଡିସନର ଲଞ୍ଚ: ମାନୁଆଲ ଏବଂ ଡିଏସ୍‌ଜି ଟ୍ରାନ୍ସମିଶନରେ ଉପଲବ୍ଧ

ଭୁବନେଶ୍ୱର,୩୦/୧୧: ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ କୁସାକ ଓ ସ୍ଲାଭିଆର ଏଲିଗାନ୍ସ ଏଡିସନକୁ ଶୁଭାରମ୍ଭ କରାଯାଇଛି । ଏହା ଡିପ୍‌ ବ୍ଲାକ କଲରରେ ଆସିଛି । ୧.୫ ଟିଏସ୍‌୍ଆଇ ଇଞ୍ଜିନ ସହ ଏହା ଆସିଛି । ମାନୁଆଲ ଏବଂ ଡିଏସ୍‌ଜି ଟ୍ରାନ୍ସମିଶନ ମଧ୍ୟରୁ ଗ୍ରାହକ ଚୟନ କରିପାରିବେ । 

ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସୋଲ୍‌କ କହିଛନ୍ତି, ଲିମିଟେଡ ଅଫରିଂ ସହ କୁସାକ ଓ ସ୍ଲାଭିଆର ଏଲିଗାନ୍ସ ଏଡିସନ ଆସିଛି । କ୍ଲାସିକ ବ୍ଲାକ କଲରର ଏବେ ଚାହିଦା ବଢ଼ିଥିବାରୁ ଏହି ରଙ୍ଗକୁ ଯୋଡାଯାଇଛି । ଗ୍ରାହକଙ୍କ ଟ୍ରେଣ୍ଡକୁ ଦେଖି ସେହି ଆନୁସାରେ ପ୍ରଡକ୍ଟ ଡିଜାଇନ ହେଉଛି । ଏଥିରେ ଗ୍ରାହକ ଡିଜାଇନ ଏବଂ ଓନରଶିପର ପ୍ରାଇଡ ପାଇପାରିବେ । କୁସାକ ଏଲିଗାନ୍ସ ଏଡିସନର ବଜାର ଦର ୧୮.୩୧ ଲକ୍ଷ ଏବଂ ସ୍ଲାଭିଆ ଏଲିଗାନ୍ସ ୧୭.୫୨ ଲକ୍ଷ ଟଙ୍କାରୁ ଆରମ୍ଭ । ମଡେଲଗୁଡିକ ଗ୍ଲୋବାଲ ଏନ୍‌କ୍ୟାପ୍‌ ପକ୍ଷରୁ ୫% ଷ୍ଟାର ସୁରକ୍ଷା ରେଟିଂ ପାଇଛି । ଏହା ଶିଶୁ ଓ ବୟସ୍କଙ୍କ ଲାଗି ଶତ ପ୍ରତିଶତ ସୁରକ୍ଷିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.