ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କମ୍ ବୟସରେ ବଡ଼ ଅଫର ପାଇଥିଲେ ଶାଲିନୀ, ଡେବ୍ୟୁ ଫିଲ୍ମକୁ ମିଳିଥିବା ସମାଲୋଚନାକୁ ନେଇ ଏମିତି କହିଲେ ଅଭିନେତ୍ରୀ

ମୁମ୍ବାଇ ୦୧/୧୨: ୨୦୧୭ ମସିହାରେ ମୁକ୍ତିଲାଭ କରିଥିଲା ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ । ଏହି ଫିଲ୍ମ ଜରିଆରେ ଅଭିନୟ କ୍ଷେତ୍ରରେ ପାଦ ଥାପିଥିଲେ ଶାଲିନୀ ପାଣ୍ଡେ । ନିକଟରେ ଏକ ସାକ୍ଷାତକାରରେ ଫିଲ୍ମକୁ ମିଳିଥିବା ସମାଲୋଚନା ବିଷୟରେ ସେ କହିଛନ୍ତି, ୬ ବର୍ଷ ତଳେ ସେ ଫିଲ୍ମଟି ସାଇନ୍ କରିଥିଲେ । ‘ଅର୍ଜୁନ ରେଡ୍ଡୀ’ର ଏକ ସିନ୍ରେ ଅଭିନେତା ବିଜୟ ଦେବରକୋଣ୍ଡା ନିଜ ପ୍ରେମିକା ଭୂମିକାରେ ଥିବା ଶାଲିନୀଙ୍କୁ ଚାପୁଡ଼ା ମାରିଥିଲେ । ଏହାକୁ ନେଇ ଖୁବ୍ ବିବାଦ ହୋଇଥିଲା ।

ଫିଲ୍ମ ନକାରାତ୍ମକ ସମ୍ପର୍କକୁ ପ୍ରୋତ୍ସାହନ ଦେଉଛି ବୋଲି ଅନେକ ଅଭିଯୋଗ କରିଥିଲେ । ଏ ବିଷୟରେ ଶାଲିନୀ କହିଛନ୍ତି, ସେତେବେଳେ ସେ ମାତ୍ର ୨୧ ବର୍ଷ ବୟସର ଥିଲେ । ଫିଲ୍ମଠୁ ବଳି ତାଙ୍କ ପାଇଁ ଆଉ କିଛି ବଡ଼ ନ ଥିଲା । କାରଣ ଏତେ କମ୍ ବୟସରେ ଲିଡ୍ ଲେଡି ଭାବେ ବଡ଼ ଫିଲ୍ମର ଅଂଶ ହେବା ତାଙ୍କ ପାଇଁ ସ୍ୱପ୍ନ ଥିଲା । ଅନେକ କଥା ତାଙ୍କ ଜ୍ଞାନର ପରିସର ବାହାରେ ଥିଲା । ଫିଲ୍ମଟି ତାଙ୍କ ହୃଦୟର ଅତି ନିକଟତର ବୋଲି ସେ କହିଛନ୍ତି । ଫିଲ୍ମ ପ୍ରତି ଲୋକଙ୍କ ମତ ଭିନ୍ନ । ତେଣୁ ସେ ବିଷୟରେ କୌଣସି ଟିପ୍ପଣୀ ଦେବାକୁ ସେ ମନା କରିଥିଲେ । 

ଶାଲିନୀ ୨୦୨୨ ମସିହାରେ ରଣବୀର ସିଂହଙ୍କ ‘ଜୟେଶଭାଇ ଜୋରଦାର’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ । କିନ୍ତୁ ଫିଲ୍ମଟି ଫ୍ଲପ୍ ହୋଇଥିଲା । ସେ ଏବେ ଆମିର ଖାନ୍ଙ୍କ ପୁଅ ଜୁନେଦ ଖାନ୍ଙ୍କ ଡେବ୍ୟୁ ଫିଲ୍ମ ‘ମହାରାଜା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.