Exit Polls: ତେଲେଙ୍ଗାନାରେ ବିଆରଏସ ଏବଂ କଂଗ୍ରେସ ମଧ୍ୟରେ ହୋଇପାରେ ଜୋରଦାର ଟକ୍କର
Published By : Tapas Panda | November 30, 2023 7:23 PM
ହାଇଦ୍ରାବାଦ: ତେଲେଙ୍ଗାନାରେ ଆଜି ମତଦାନ ସରିବା ପରେ ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆସିଛି ଭୋଟ୍ ବାହୁଡ଼ା ମତ ଅର୍ଥାତ ଏକଜିଟ୍ ପୋଲ୍ । ଏକଜିଟ୍ ପୋଲ୍ ଅନୁଯାୟୀ, ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି ।
ସେପଟେ ହ୍ୟାଟ୍ରିକ୍ ମାରିବା ଯୋଜନାରେ ଥିବା ବିଆରଏସକୁ ଝଟକା ଲାଗିପାରେ । ଆଉ କେ ଚନ୍ଦ୍ରଶେଖର ରାଓଙ୍କ ହାତରୁ ଶାସନ ଛଡ଼ାଇ ନେଇଯାଇପାରେ କଂଗ୍ରେସ ।
TV9 Bharatvarsh Polstart
ବିଆରଏସ: ୪୮-୫୮
କଂଗ୍ରେସ: ୪୯-୫୯
ବିଜେପି: ୫-୧୦
ଏଆଇଏମଆଇଏମ: ୬-୮
India Tv-CNX
ବିଆରଏସ:୩୧-୪୭
କଂଗ୍ରେସ:୬୩-୭୯
ବିଜେପି:୨-୪
ଏଆଇଏମଆଇଏମ:୫-୭
Jan Ki Baat
ବିଆରଏସ: ୪୦-୫୫
କଂଗ୍ରେସ:୪୮-୬୪
ବିଜେପି: ୭-୧୩
ଏଆଇଏମଆଇଏମ: ୫-୭
Republic TV- Matrize
ବିଆରଏସ: ୪୬-୫୬
କଂଗ୍ରେସ:୫୮-୬୮
ବିଜେପି: ୪-୯
ଏଆଇଏମଆଇଏମ: ୫-୭
୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ। ରାଜ୍ୟରେ ଆଜି ମତଦାନ ସଂପନ୍ନ ହୋଇଛି। ୩.୨୬ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ବିଆରଏସ ପକ୍ଷରୁ ଚନ୍ଦ୍ରଶେଖର ରାଓଙ୍କ ପରି ନେତା ପ୍ରଚାର କରିଛନ୍ତି। ଏଥର ୨୨୯୦ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।
ବିଆରଏସ ୨୦୧୪ ପରଠୁ ରାଜ୍ୟରେ କ୍ଷମତାରେ ରହିଛି । ଦଳ ଏଥର ମଧ୍ୟ ନିର୍ବାଚନ ଜିତିବାକୁ ଯଥା ସମ୍ଭବ ଉଦ୍ୟମ କରିଛି । କଂଗ୍ରେସ ୨୦୧୮ ନିର୍ବାଚନରେ ପରାଜିତ ହେବା ପରେ ଏବେ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ ଅଣ୍ଟା ଭିଡିଛି। ବିଜେପି ଦକ୍ଷିଣ ଭାରତର ଏହି ରାଜ୍ୟରେ ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା ଚଳାଇଛି।