ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଟିଭି ସିରିଏଲରୁ କାହିଁକି ଦୂରେଇ ରହିଥିଲେ ନିଆ, କହିଲେ-ଏପରି ଶୋ’ରେ କାମ କରିବାକୁ ଚାହୁଁନି...

ମୁମ୍ବାଇ ୧୭/୦୬: ଏକ ହଜାରୋଁ ମେ ମେରୀ ବେହନା ହୈ, ଜମାଇ ରାଜା ଭଳି ଟିଭି ଶୋ’ରେ କାମ କରି ଘରେ ଘରେ ପରିଚିତ ହୋଇଥିବା ନିଆ ଶର୍ମା ଏବେ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଶୋ’ ‘ସୁହାଗନ୍‌ ଚୁଡେଲ୍‌’କୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି । ନିଆ ଦୀର୍ଘ ସମୟ ପରେ ଟିଭି ସିରିଏଲ ଦୁନିଆକୁ ଫେରିଛନ୍ତି । ନିକଟରେ ନିଆ ଏକ ସାକ୍ଷାତକାରେ ଟିଭି ସିରିଏଲରୁ ଦୀର୍ଘ ସମୟ ଦୂରେଇ ରହିବା ପଛର କାରଣ ସେୟାର କରିଛନ୍ତି । 

ଏହି ଲମ୍ବା ବ୍ରେକ୍‌ ବାବଦରେ ସେ କହିଛନ୍ତି, ପ୍ରଥମ କଥା ହେଉଛି ସେ ଏପରି ଶୋ’ କରିବାକୁ ଚାହାନ୍ତିନି ଯାହା ଆରମ୍ଭ ହେବାର ୩ ମାସରେ ହିଁ ଶେଷ ହୋଇଯିବ । ସେ ଲମ୍ବା ଏବଂ ଏକ ଭଲ ଶୋ’ରେ କାମ କରିବାକୁ ଇଚ୍ଛୁକ । ତେଣୁ ଦୀର୍ଘ ସମୟ ଧରି ବୁଝି ବିଚାରି ଏହି ବ୍ରେକ୍‌ ନେଇଥିଲେ । ସେ କହିଛନ୍ତି, ‘ଗତ କିଛି ବର୍ଷରେ ଅନେକ ଶୋ’ ଆରମ୍ଭ ହୋଇଛି ଏବଂ ବନ୍ଦ ହୋଇଛି ତାହା କାହାକୁ ବି ଜଣାନାହିଁ ।ସେଥିମଧ୍ୟରୁ ଅନେକ ଶୋ’ରେ ମୋତେ ଅଫର ମଧ୍ୟ ମିରିଛି । କିନ୍ତୁ ସେଗୁଡ଼ିକ ୩/୪ ମାସରେ ବନ୍ଦ ହୋଇଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ରୋଲ୍‌ ମୋତେ ମିଳୁଥିଲା ସେହି ଭୂମିକରେ ମୁଁ ନିଜକୁ ସଂଯୋଗ କରିପାରୁ ନ ଥିଲି । ସେହି ଚରିତ୍ରରେ ନିଜକୁ ଗ୍ରହଣ କରିପାରୁ ନ ଥିଲି । ତେଣୁ ଦୀର୍ଘ ସମୟ ଧରି ସେହି ଶୋ’ଗୁଡ଼ିକରେ କାମ କରି ନ ଥିଲି ।’ 

ଏବେ ନିଆ ଶର୍ମା ‘ସୁହାଗନ୍‌ ଚୁଡେଲ’କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି । କହିଛନ୍ତି, ସେ ଏହି ଶୋ’ ବିଷୟରେ ଶୁଣିବା କ୍ଷଣି ହିଁ ଏଥିରେ ଅଭିନୟ କରିବାକୁ ସ୍ଥିର କରିନେଇଥିଲେ । ଏହି ଚରିତ୍ର ବେଶ୍‌ ଭିନ୍ନ ଏବଂ ଚ୍ୟାଲେଞ୍ଜିଂ । ଏଥିରେ ଅଭିନୟ କରିବାକୁ ସେ ବେଶ୍‌ ଉପଭୋଗ କରୁଛନ୍ତି । ନିଆ ଶର୍ମା ପୂର୍ବରୁ ଏକତା କପୁରଙ୍କ ଶୋ’ ‘ନାଗିନ୍‌ ୪’ରେ ନଜର ଆସିଥିଲେ । ଏହି ଶୋ’ରେ ତାଙ୍କ ଚରିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ପରେ ସେ ‘ଖତ୍‌ରୋଁ କି ଖିଲାଡି: ମେଡ୍‌ ଇନ୍‌ ଇଣ୍ଡିଆ’ ଏବଂ ଝଲକ ଦିଖ୍‌ଲାଜା’ ଭଳି ରିଅଲିଟି ଶୋ’ରେ ଭାଗ ନେବା ସହ ବିଜୟୀ ମଧ୍ୟ ହୋଇଥିଲେ ।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.