କୋଦଳା , ୧୨/୦୭: ଭାରସାମ୍ୟ ହରାଇ ଓଲଟିଲା ଆଳୁ ବୋଝେଇ ଟ୍ରକ । ଅଳ୍ପକେ ବର୍ତ୍ତିଗଲେ ଟ୍ରକ ଡ଼୍ରାଇଭର ଓ ହେଲପର୍ । ଗଞ୍ଜାମ ଜିଲ୍ଲା କୋଦଳା ଠାରୁ ଆସିକା ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଛି।
ସୂଚନା ମୁତାବକ, ପ୍ରତ୍ୟେକ ଦିନ ଭଳି ଆଜି ଭୋର ୫ ଟାରେ ପଶ୍ଚିମବଙ୍ଗ ଖଡ଼ଗପୁର ଠାରୁ ବୁଗୁଡ଼ାକୁ ଟ୍ରକରେ ଆଳୁ ଯାଉଥିଲା । ହେଲେ କୌଣସି କାରଣ ବଶତଃ ଟ୍ରକଟି ଭାରସାମ୍ୟ ହରାଇ ରାଜ୍ୟ ରାଜପଥ ମଠ ବ୍ରହ୍ମପୁର ନିକଟରେ ବିଲ ମଧ୍ୟକୁ ଖସି ପଡିଥିଲା । କିନ୍ତୁ ସୌଭାଗ୍ୟ ବଶତଃ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣାକୁ ନେଇ ଖବରପାଇ କୋଦଳା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି। ସେପଟେ ଗାଡ଼ିର ବ୍ରେକ ଫେଲ ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ଟ୍ରକ ଡ୍ରାଇଭର ନାସିରୁଦ୍ଦିନ ମଣ୍ଡଳ ପ୍ରକାଶ କରିଛନ୍ତି ।