ଭୁବନେଶ୍ୱର,୦୯/୦୭ :ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ପାର୍ଥଙ୍କୁ ବାନ୍ଧିଲା ଭୁବନେଶ୍ବର ବଡ଼ଗଡ଼ ପୁଲିସ୍ । ଓଲିଉଡ ଅଭିନେତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି । ଅପହରଣ, ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା, ଅଶ୍ଳୀଳ ଭିଡିଓ ଭାଇରାଲ୍ ଭଳି ଅଭିଯୋଗ ତାଙ୍କ ନାଁରେ ଥିଲା । କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ ଭୁବନେଶ୍ବର JMFC କୋର୍ଟ ।ଏନବିଡବ୍ଲୁ ଆଧାରରେ ତାଙ୍କୁ ଆଜି ବଡ଼ଗଡ଼ ପୁଲିସ ଗିରଫ କରିଛି ।
ପାର୍ଥସାରଥୀ ବିଭିନ୍ନ ଓଡ଼ିଆ ସିରିଏଲ ଏବଂ ଫିଲ୍ମରେ ଅଭିନୟ କରିଛନ୍ତି । ଓଡ଼ିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି । ପାର୍ଥଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି । ସେ ଅପହରଣ, ଧମକ ଦେଇ ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା, ଅଶ୍ଳୀଳ ଭିଡିଓ ଭାଇରାଲ୍ ଭଳି ଗମ୍ଭୀର ମାମଲାରେ ତାଙ୍କର ସମ୍ପୃକ୍ତି ରହିଛି । ଏନେଇ ତାଙ୍କୁ ପୂର୍ବରୁ ଭୁବନେଶ୍ବର ଜେଏମଫସି କୋର୍ଟରେ ହାଜର କରାଯାଇଥିଲା । ତାଙ୍କର ଆଚରଣ କୋର୍ଟଙ୍କୁ ଅବମାନନା ଭଳି ଥିଲା । ଏହାପରେ ଅଦାଲତ ତାଙ୍କ ନାଁରେ ଗିରଫ ବିହୀନ ପରଓ୍ବାନା ଜାରି କରିଥିଲେ । ତେବେ ଗୁରୁବାର ଭୁବନେଶ୍ବର ବଡ଼ଗଡ଼ ପୁଲିସ୍ ପାର୍ଥସାରଥୀଙ୍କୁ ଆଜି ଗିରଫ କରିଛି । ପାର୍ଥ ସାରଥୀଙ୍କ ବିରୁଦ୍ଧରେ BNSର ଧାରା ୩୫୪, ୩୦୭, ୩୬୭, ୫୦୬ ଏବଂ ଆର୍ମସ ଆକ୍ଟ ଭଳବି ସଙ୍ଗୀ