ପ୍ରମୂଖ ଖବର
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପୁଟିନ୍‌ଙ୍କୁ ଜେଲେନସ୍କିଙ୍କ କଡ଼ା ଟକ୍କର, ଋଷକୁ ରୋକିବାକୁ ୧୦ ହଜାର କିଲୋମିଟର ଘେରାବନ୍ଦୀ ଯୋଜନା

ନୂଆଦିଲ୍ଲୀ,୨୩।୫: ଋଷ ଓ ୟୁକ୍ରେନ୍‌ ଭିତରେ ଯୁଦ୍ଧ ଏବେ ବିପଦଜନକ ରୂପ ନେଇଛି। ଗୋଟିଏ ପଟେ ଋଷ ସେନା ୟୁକ୍ରେନ୍‌ର ଖାରକିଭ୍‌ ସହରର ବହୁ ସ୍ଥାନକୁ କବଜା କରିସାରିଛି। ଋଷ ସେନା ୟୁକ୍ରେନ୍‌ ଆଡକୁ ଲଗାତାର ବଢିବାରେ ଲାଗିଛି। ଅନ୍ୟପକ୍ଷେ ଋଷ ସେନାକୁ ରୋକିବା ପାଇଁ ୟୁକ୍ରେନ୍ ବିଭିନ୍ନ ପ୍ରକାର ରଣନୀତି ଉପରେ କାମ କରିବା ଆରମ୍ଭ କରିଦେଇଛି। ୟୁକ୍ରେନ୍‌ର ସଶାସ୍ତ୍ରବଳ ୧୦ ହଜାର କିଲୋମିଟର ପର୍ଯ୍ୟନ୍ତ ଘେରାବନ୍ଦୀ କରିବାର ଯୋଜନା ତିଆରି କରାଯାଉଛି। ୟୁକ୍ରେନ୍‌ର ଏହି ପଦକ୍ଷେପ ଋଷ ସେନାକୁ ବାହାର କରିବା ପାଇଁ ରହିଛି। ୟୁକ୍ରେନ୍‌କୁ ଲାଗୁଛି ଘେରାବନ୍ଦୀ କରିବା ଫଳରେ ଋଷ ସେନାକୁ କିଛି ଦିନ ରୋକିବାରେ ସଫଳତା ମିଳିପାରିବ।

ଋଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନ୍ ପୂର୍ବରୁ ହିଁ ହତିଆରର ଅଭାବ ଦେଇ ଗତି କରୁଛି। ଆମେରିକା ଏବେ ୟୁକ୍ରେନ୍ ପାଇଁ ହତିଆରକୁ ମଞ୍ଜୁରୀ ତ ଦେଇଛି, କିନ୍ତୁ ଏପର୍ଯ୍ୟନ୍ତ ହତିଆର ୟୁକ୍ରେନ୍ ପର୍ଯ୍ୟନ୍ତ ପହଁଞ୍ଚାଇ ପାରିନି। ୟୁକ୍ରେନ୍‌ ରାଷ୍ଟ୍ରପତି ବ୍ଲାଡିମିର ଜେଲେନସ୍କି ନିଜ ଦେଶକୁ ବଞ୍ଚାଇବା ପାଇଁ ନାଟୋ ଦେଶଠାରୁ ସାହାଯ୍ୟ ପାଇଁ ଅପିଲ କରିଛନ୍ତି।

ୟୁକ୍ରେନ୍‌ ସହର ଖାରକିଭ୍‌କୁ କବଜା କରିବା ପାଇଁ ଋଷ ଗତ ୭ ଦିନରେ ୧୫୦୦ ରୁ ଅଧିକ ସୈନିକ ଓ ବହୁ ମାତ୍ରାରେ ଡ୍ରୋନ୍‌,ମିସାଇଲ ଓ ଟ୍ୟାଙ୍କକୁ ହରାଇ ସାରିଛି। ୟୁକ୍ରେନ୍‌ ପବ୍ଳିକେସନ୍‌ ଲିଗ୍‌ର ଦାବି ଯେ, ଲଗାତାର ଋଷକୁ ରୋକିବା ପାଇଁ ଚେଷ୍ଟା କରୁଛି। ଋଷ ସେନାକୁ ରୋକିବା ପାଇଁ ଏବେ ୟୁକ୍ରେନ୍ ସେନା ନୂଆ ଭାବରେ ଯୋଜନା କରିବା ଆରମ୍ଭ କରିଦେଇଛି। ୟୁକ୍ରେନ୍ ସେନା ଅଧିକାରୀଙ୍କ କହିବା ଅନୁସାରେ, ୧୦ ହଜାର କିଲୋମିଟରର ଘେରାବନ୍ଦୀ ଯୋଜନା କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.