ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ, ଜର୍ଜିଆ ମେଲୋନୀଙ୍କ ସମେତ ବହୁ ରାଷ୍ଟ୍ର ମୁଖ୍ୟଙ୍କୁ ଭେଟିଲେ

Image Courtesy: moneycontrol

ନୂଆଦିଲ୍ଲୀ: ଜି-7 ଶିଖର ସମ୍ମିଳନୀର ଆଉଟରିଚ୍ ଅଧିବେଶନରେ ସାମିଲ ହେବା ପାଇଁ ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମକକ୍ଷ ଜର୍ଜିଆ ମେଲୋନୀଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତା ପରସ୍ପରକକୁ ନମସ୍କାର କରି ଅଭିବାଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଇଟାଲୀରେ ବିଶ୍ବର ବହୁ ବଡ଼ ବଡ଼ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଆଜି ପିଏମ ମୋଦୀ ପିଏମ୍ ମୋଦୀ ମଞ୍ଚରେ ଜର୍ଜିଆ ମେଲୋନୀଙ୍କ ସହ କିଛି ସମୟ ଯାଏ ହସି ହସି କଥା ହେବା ସହ ଦୁଇ ନେତା କିଛି ଫଟୋ ମଧ୍ୟ ଉଠାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରି ପ୍ରତିରକ୍ଷା, ପରମାଣୁ ଏବଂ ମହାକାଶ ସହ ସାମରିକ ବୁଝାମଣାକୁ ଅଧିକ ମଜଭୁତ କରିବା ଉପରେ ଚର୍ଚ୍ଚା କରିଛନ୍ତି । ଦୁଇ ନେତା ପ୍ରମୁଖ ବୈଶ୍ବିକ ଏବଂ କ୍ଷେତ୍ରୀୟ ପ୍ରସଙ୍ଗରେ ବିଚାର-ବିମର୍ଶ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ମଧ୍ୟ ଭେଟିଛନ୍ତି । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ମାନବ-କେନ୍ଦ୍ରୀତ ଦୃଷ୍ଟିକୋଣରେ ବିଶ୍ବାସ କରେ ଏବଂ ଶାନ୍ତିର ମାର୍ଗ ‘ଆଲୋଚନା ଏବଂ କୂଟନୀତି’ ଦେଇ ଯାଇଥାଏ । 

ଇଟାଲୀର ଅପୁଲିଆ କ୍ଷେତ୍ରରେ ଜି-7 ଶିଖର ସମ୍ମିଳନୀ ସମୟରେ ଜେଲେନସ୍କିଙ୍କୁ ଭେଟିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଜେଲେନସ୍କିଙ୍କ ସହ ବୈଠକରୁ ଏକ ବଡ଼ ଉପଯୋଗୀ ବୋଲି କହିବା ସହ  ଭାରତ, ୟୁକ୍ରେନ ସହ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ ପାଇଁ ଉତ୍ସୁକ ବୋଲି କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଭାଟିକାନ୍‌ର ପୋପ୍‌ ପ୍ରାନ୍ସିସ୍‌ଙ୍କୁ ସାକ୍ଷାତ  କରିଛନ୍ତି । ଏହା ସହ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 

  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.