ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ମଧୁମେହଠୁ ଆରମ୍ଭ କରି ଶ୍ୱାସରୋଗରୁ ମୁକ୍ତି ଦିଏ ଯୋଗସନ, ଯୋଗ କରିବା ସମୟରେ ଏଭଳି ଭୁଲ୍ କରୁଥିଲେ ସାବଧାନ !

ନୂଆଦିଲ୍ଲୀ, ୨୦।୬: ଯୋଗାସନ ଶରୀର ପାଇଁ ବେଶ୍ ଲାଭଦାୟକ । ଯୋଗ କରିବା ଫଳରେ ଶରୀର ଫୁର୍ତ୍ତି ରହିବା ସହ ଅନେକ ରୋଗରୁ ମୁକ୍ତି ମିଳେ । ପ୍ରତିବର୍ଷ ଜୁନ୍ ୨୧କୁ ଇଣ୍ଟରନ୍ୟାସନାଲ ଯୋଗ ଦିବସ ଭାବେ ପାଳନ କରାଯାଏ । ତେବେ ଯୋଗାସନ କରିବା ସମୟରେ ଏଭଳି କିଛି ତ୍ରୁଟି ରହିଛି ଯାହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । 

ଦୂର ହୁଏ ଏହି ରୋଗ...

ମୋଟାପଣ/ମେଦବହୁଳତା :

ଯୋଗ କରିବା ଫଳରେ ମୋଟାପଣ ଭଳି ଅନେକ ରୋଗରୁ ମୁକ୍ତି ମିଳେ । ନିୟମିତ ଭାବେ ଯୋଗ କଲେ ଓଜନ କମ୍ ହୁଏ । ମୋଟାପଣ ଦୂର କରିବାକୁ ତାଡ଼ାସନ, ତ୍ରିକୋଣାସନ, ପାଦହସ୍ତାସନ ଓ ପାର୍ଶ୍ୱକୋଣାସନ ଆଦି କରିବା ସବୁଠାରୁ ଉତ୍ତମ ବୋଲି ବିବେଚନା କରାଯାଏ । 

ମଧୁମେହ :

ମଧୁମେହର କୌଣସି ସ୍ଥାୟୀ ସମାଧାନ ନଥିଲେ ମଧ୍ୟ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ଫଳରେ ଏହି ରୋଗକୁ ନିୟନ୍ତ୍ରଣ କରିହୁଏ । କିଛି ସରଳ ଯୋଗ ଯାହା ରକ୍ତ ଶର୍କରାର ପରିମାଣ ନିୟନ୍ତ୍ରଣ କରିବାରେ ସହାୟ ହୁଏ । ଏଥିମଧ୍ୟରୁ କପାଳଭାତି, ପ୍ରାଣାୟାମ, ଧନୁରାସନ ଓ ଚକ୍ରାସନ ଅନ୍ତର୍ଭୁକ୍ତ । ଯାହା ମଧୁମେହ ସମସ୍ୟାକୁ ହ୍ରାସ କରିବାରେ ସହାୟକ ହୁଏ । 

ହାଇପରଟେନସନ୍ :

ଉଚ୍ଚ ରକ୍ତଚାପ କାରଣରୁ ଶରୀରକୁ ଅନେକ ରୋଗ ମାଡ଼ି ବସିଥାଏ । ଯୋଗାସନ ମାଧ୍ୟମରେ ହାଇପରଟେନସନ୍‌କୁ ଦୂର କରିହେବ । ଯୋଗ ଓ ଧ୍ୟାନ ସାହାଯ୍ୟରେ ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ଦୂର କରିହେବ । ଏଥିରୁ ମୁକ୍ତି ପାଇବା ପାଇଁ ପଶ୍ଚିମୋତ୍ତାସନ, ସବାସନ, ପ୍ରାଣାୟମ ଓ ଅଧୋ-ମୁଖଶ୍ୱାନାସନ ଆଦି ଯୋଗାସନ କରିପାରିବେ ।    

ମାଇଗ୍ରେନ୍ :

ମସ୍ତିଷ୍କରେ ଠିକ୍ ଭାବେ ରକ୍ତ ସଞ୍ଚାଳନ ନ ହେବା ଦ୍ୱାରା ମାଇଗ୍ରେନ୍ ଭଳି ସମସ୍ୟା ଦେଖାଯାଏ । ଯାହା ଖୁବ୍ ମାରାତ୍ମକ । ଯୋଗ କରିବା ଫଳରେ ମସ୍ତିଷ୍କରେ ଠିକ୍ ଭାବେ ରକ୍ତ ସଞ୍ଚାଳନ ହୁଏ । ଫଳରେ ମସ୍ତିଷ୍କ ସର୍ବଦା ସୁସ୍ଥ ରହେ । ମାଇଗ୍ରେନ୍ ସମସ୍ୟା ପାଇଁ ଶିର୍ଷାସନ ସବୁଠାରୁ ଉତ୍କୃଷ୍ଟ । ଏହା ବ୍ୟତୀତ ଉଷ୍ଟ୍ରାସନ, ବାଲାସନ ଓ ସବାସନ ମଧ୍ୟ ଖୁବ୍ ଫଳପ୍ରଦ । 

ଶ୍ୱାସରୋଗ :

ଶ୍ୱାସରୋଗୀଙ୍କ ପାଇଁ ଯୋଗାସନ କୌଣସି ରାମବାଣଠୁ କମ୍ ନୁହେଁ । ଯୋଗ କରିବା ଫଳରେ ଶ୍ୱାସ ସମସ୍ୟା ଦୂର ହୋଇପାରିବ । ଯୋଗ କରିବା ଫଳରେ ଇନହେଲର୍‌ଠୁ ବି ମୁକ୍ତି ମିଳେ । ଯୋଗ ଫୁସଫୁସ୍‌କୁ ସତେଜ ବାୟୁ ପହଞ୍ଚାଇଥାଏ । ଯାହା ଫଳରେ ଶ୍ୱାସରୋଗ ଦୂର ହୋଇପାରେ । ଶ୍ୱାସରୋଗ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରାଣାୟାମ ଓ ଧନୁରାସନ ସବୁଠାରୁ ଉତ୍ତମ । 

ଯୋଗ କରିବା ସମୟରେ କରନ୍ତୁନି ଏଭଳି ଭୁଲ୍... 

- ଖାଲି ପେଟରେ ଯୋଗ କରିବା ଅନୁଚିତ୍ । ଏହା ଫଳରେ ଅନେକ ପ୍ରକାର ସମସ୍ୟା ଦେଖାଦେଇପାରେ । 

- ଯୋଗ କରିବା ସମୟରେ ଭୁଲ୍ ଶ୍ୱାସକ୍ରିୟା ପ୍ରଣାଳୀ କରିବା ଫଳରେ ଶରୀରରେ ସମସ୍ୟା ଦେଖାଦେଇପାରେ । 

- ଯୋଗସନ କରିବା ସମୟରେ ଟାଇଟ୍ କପଡ଼ା ପିନ୍ଧନ୍ତୁନି । ସବୁବେଳେ ମ୍ୟାଟ୍ ଉପରେ ଯୋଗ କରିବା ଉଚିତ୍ । ଏହି ମ୍ୟାଟ୍‌କୁ ସମୟ ବ୍ୟବଧାନରେ ସଫା କରିବା ଉଚିତ୍ । 

- ତ୍ରୁଟିଗତ ପ୍ରଣାଳୀରେ ଯୋଗ କରିବାଠୁ ଦୂରେଇ ରୁହନ୍ତୁ, ନଚେତ୍ ଶରୀରରେ ସମସ୍ୟା ଦେଖାଦେଇପାରେ । ବିଶେଷକଙ୍କ ପରାମର୍ଶରେ ଯୋଗସନ କରିବା ଉଚିତ୍ । 

- ଯୋଗ କରିବା ସମୟରେ ଭୁଲ୍ ଅଙ୍ଗଭଙ୍ଗୀ ଉପରେ ଧ୍ୟାନ ଦିଅନ୍ତୁ । ଏଥିପାଇଁ ଯୋଗାଭ୍ୟାସ ଆରମ୍ଭ କରିବା ପୂର୍ବରୁ ବିଶେଷକଙ୍କ ପରାମର୍ଶ ନିଅନ୍ତୁ । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.