ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ମୋଦୀ ଯାହା ଉପରେ ଦୁର୍ନୀତି ଅଭିଯୋଗ ଲଗାନ୍ତି, ପରେ ତାଙ୍କୁ ଦଳରେ ସାମିଲ କରି ଉପମୁଖ୍ୟମନ୍ତ୍ରୀ କରନ୍ତି : କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିଜେପି ଉପରେ ଖୁବ୍ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଏହି ସମୟରେ ସେ ଯାଞ୍ଚ ଏଜେନ୍ସି ଗୁଡ଼ିକର ଦୂରୁପଯୋଗ ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି ଯେ, ବିଜେପିକୁ ଲାଜ ଲାଗିବା କଥା । ଅଜିତ ପାୱାରଙ୍କୁ ନଜରରେ ରଖି ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ଯେଉଁ ବ୍ୟକ୍ତି ଉପରେ ଦୁର୍ନୀତି ଅଭିଯୋଗ ଲଗାଇଥାନ୍ତି, ପରେ ତାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରନ୍ତି । 

କେଜ୍ରିୱାଲ କହିଛନ୍ତି, "ମୁଁ ଚାରି-ପାଞ୍ଚ ଦିନ ପୂର୍ବରୁ ମୋହନ ଭଗବତଙ୍କୁ ଏକ ଚିଠି ଲେଖିଥିଲି । ସେହି ଚିଠିରେ ମୁଁ ତାଙ୍କ ସହ ପାଞ୍ଚଟି ପ୍ରସଙ୍ଗରେ କଥା ହୋଇଥିଲି । ଏଥି ମଧ୍ୟରୁ ଗୋଟିଏ ପ୍ରସଙ୍ଗ ହେଉଛି ଯେଉଁ ଭଳି ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ଇଡି ଆଉ ସିବିଆଇକୁ ଲଗାଇ କିମ୍ବା ଟଙ୍କା ଲାଞ୍ଚ ଦେଇ ବିରୋଧୀ ନେତାଙ୍କୁ ବିଜେପିରେ ସାମିଲ କରିବାକୁ ଚେଷ୍ଟା କରନ୍ତି, ସେଥିରେ ଆପଣ ସହମତ କି ?  

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୭ ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଜିତ ପାୱାର ୭୦ ହଜାର କୋଟି ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ । ଆମେ ତାଙ୍କୁ ଜେଲକୁ ପଠାଇବୁ । ହେଲେ ଏହାର ପାଞ୍ଚ ଦିନ ପରେ ଅର୍ଥାତ ଜୁଲାଇ ୨ ରେ ସେ ତାଙ୍କୁ ତାଙ୍କ ସରକାରରେ ସାମିଲ କରିଥିଲେ ଏବଂ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇଦେଲେ। ମୁଁ ସେମାନଙ୍କୁ (ବିଜେପି) ପଚାରିବାକୁ ଚାହୁଁଛି କି ତୁମକୁ କିଛି ଲଜ୍ଜା ଅନୁଭବ ହେଉଛି କି ନାହିଁ  ? ଯେତେବେଳେ ତୁମେ ତୁମ ରାସ୍ତାରେ କିମ୍ବା ତୁମ ଘରକୁ ଯାଅ ତୁମେ କେଉଁ ମୁହଁ ଦେଖାଉଛ ? 

କେଜ୍ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, "୨୨ ଜୁଲାଇ ୨୦୧୫ ରେ ବିଜେପି କହିଛି ଯେ ହିମନ୍ତ ବିଶ୍ୱ ସର୍ମା ବହୁତ ଦୁର୍ନୀତିଗ୍ରସ୍ତ । ଏକ ମାସ ପରେ ଅର୍ଥାତ ଅଗଷ୍ଟ ୨୩, ୨୦୧୫ ରେ ସେମାନେ ତାଙ୍କୁ ନିଜ ଦଳରେ ସାମିଲ କରିଥିଲେ । 

ଏହା ସହିତ କେଜ୍ରିୱାଲ କହିଛନ୍ତି, "ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କ ବିରୋଧରେ ସିବିଆଇ ଏବଂ ଇଡି ମାମଲା ଥିଲା, ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ବନ୍ଦ କରିଦେଇଥିଲେ । ଏହିଭଳି ଆଉ କିଛି ନେତାଙ୍କ ନାମ ମଧ୍ୟ ନେଇ ବିଜେପିକୁ ଦୃଢ ସମାଲୋଚନା କରିଛନ୍ତି ସେ । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.