ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଉପବାସର ବିଶେଷତ୍ୱ

ଭୁବନେଶ୍ୱର, ଶ୍ରୁତକୀର୍ତ୍ତି ତ୍ରିପାଠୀ/୭।୮: ପ୍ରକୃତିକୃତ ଦୁର୍ଲଭ ଉପଚାର ମଧ୍ୟରୁ ଆକସ୍ମିକ ଆଘାତ ବା ଧକ୍କା ହେଉଛି ଗୋଟିଏ । ଜୀବନ ତମାମ ପ୍ରକୃତି ମାନବ ସମାଜକୁ ଅନେକ ଆକସ୍ମିକ ଆଘାତ ଦିଏ; ତନ୍ମଧ୍ୟରୁ ଖାଦ୍ୟାଭାବ ଜନିତ କ୍ଷୁଧା ଯନ୍ତ୍ରଣାର ଆଘାତ ସର୍ବାଧିକ ଅସହନୀୟ । ସେହି ଜ୍ୱାଳା ମଣିଷ ସହ୍ୟ କରିପାରେ ନାହିଁ ବୋଲି ତ ଅସାଧୁ ଉପାୟଟିଏ ବାଛିନିଏ । ଚୋରି, ଡକାୟତି, ଛିନତାଇ, ହତ୍ୟା, ଅପହରଣ ଆହୁରି କେତେ କ’ଣ କରିବାରେ ତାର ଦ୍ୱିଧା ନଥାଏ । କ୍ଷୁଧା ଓ ତୃଷ୍ଣା ହେଉଛି ସେଇଭଳି ଦୁଇଟି ଆକସ୍ମିକ ଆଘାତ; ଯାହା ଚିକିତ୍ସା ଉପଚାରର ଏକ ଅଂଶବିଶେଷ । ଏହା ଦ୍ୱାରା ମଣିଷ ନିଜ ସାମର୍ଥ୍ୟକୁ ହୃଦୟଙ୍ଗମ କରିପାରେ । ଉପବାସ ମଧ୍ୟ ସେହିପରି ଏକ ଚିକିତ୍ସା ବା ଉପଚାର । ପ୍ରାୟ ସବୁ ଧର୍ମରେ ଉପବାସକୁ ଗ୍ରହଣ କରାଯାଇଛି । ମାନବ ଶରୀରକୁ ମଝି ମଝିରେ କ୍ରିୟାଶୀଳ ଅବସ୍ଥାକୁ ଆଣିବା ପାଇଁ କ୍ଷୁଧା ବା ଭୋକ ନାମକ ଆଘାତ ଦେବା ପ୍ରକୃତିର ଏକ ପ୍ରକ୍ରିୟା । ଭୋକ ମଣିଷକୁ ମନେ ପକେଇଦିଏ ଯେ, ଖାଦ୍ୟ ହେଉଛି ଜୀବନର ଏକ ମୂଲ୍ୟବାନ ଅଂଶ । 

ତେଣୁ ଖାଦ୍ୟର ସଂରକ୍ଷଣ ସହ ଖାଦ୍ୟ ଅପଚୟ ଉପରେ ରୋକ୍‌ ଲଗେଇବା ଆବଶ୍ୟକ । ଖାଦ୍ୟର ମହତ୍ତ୍ୱ ବୁଝିବା ପାଇଁ ଉପବାସକୁ ମଣିଷ ଜୀବନରେ ସ୍ଥାନ ଦିଆଯାଇଛି । ପ୍ରକୃତିରେ ପ୍ରଚୁର ପରିମାଣରେ ଖାଦ୍ୟ ଓ ଜଳ ମହଜୁଦ ରହିଛି । ଏହି ପ୍ରାଚୁର୍ଯ୍ୟକୁ ଅନୁଦାନ ମନେକରି ଅନେକେ ଖାଦ୍ୟର ସଂରକ୍ଷଣ ଓ ବ୍ୟବହାର ପ୍ରତି ସଚେତନ ହୁଅନ୍ତି ନାହିଁ । ପରିଣାମ ସ୍ୱରୂପ, ବିଶ୍ୱରେ ବହୁ ମାତ୍ରାରେ ଖାଦ୍ୟ ଓ ପାନୀୟର ଅପଚୟ ହେଉଛି । ଆଉ ମଧ୍ୟ ଉପବାସ କରିବା ଦ୍ୱାରା ମାନବର ଧୈର୍ଯ୍ୟ, ସହନଶକ୍ତି ଏବଂ ନିଜ ଉପରେ ନିୟନ୍ତ୍ରଣର କ୍ଷମତା ବୃଦ୍ଧି ପାଏ । ନିଜ ଉପରେ ନିୟନ୍ତ୍ରଣର ଏହି ଜୀବନୀ ଶକ୍ତିକୁ ଜୀବନର ସବୁ ସଫଳତାର ମୂଳମନ୍ତ୍ର କହିଲେ ଭୁଲ୍‌ ହେବନାହିଁ । ତେଣୁ ସପ୍ତାହରେ ଥରେ ବା ପନ୍ଦର ଦିନରେ ଥରେ ଉପବାସ କରିବାକୁ କୁହାଯାଇଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ସୁସ୍ଥ ଏବଂ ସାବଲୀଳ ଜୀବନ ବଞ୍ଚିବା ପାଇଁ ଉପବାସ କରିବା ନିହାତି ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.