ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିଓ୍ବାଲ, ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଆସିଲା ସମୟ…

ନୂଆଦିଲ୍ଲୀ: ଉପ ରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିୱାଲ । ପୂର୍ବରୁ କେଜ୍ରିୱାଲ ତାଙ୍କ ଇସ୍ତଫା ଘୋଷଣା କରିସାରିଛନ୍ତି । ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇପାରେ । ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମଙ୍ଗଳବାର (ସେପ୍ଟେମ୍ବର ୧୭) ଅପରାହ୍ନ ୪.୩୦ ସମୟ ଦିଆଯାଇଛି।

ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଅନେକ ନାମ ଉପରେ ଆଲୋଚନା ହେଉଛି । ଏହି ଦୌଡ଼ରେ ଅତିଶି, ସୌରଭ ଭରଦ୍ୱାଜ ଏବଂ ରାଘବ ଚଢାଙ୍କ ନାମକୁ ନେଇ ବିଚାର କରାଯାଉଛି । ତେବେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର (ସେପ୍ଟେମ୍ବର ୧୫) ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି । ଦୁଇ ଦିନ ପରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ । ରବିବାର AAP କାର୍ଯ୍ୟାଳୟରେ ତାଙ୍କ ସମ୍ବୋଧନ ସମୟରେ ସେ କହିଥିଲେ ଯେ, ସେ ବର୍ତ୍ତମାନ ଜନତାଙ୍କ ଅଦାଲତକୁ ଯିବେ ।

ରବିବାର ଦିନ ସିଏମ କେଜ୍ରିୱାଲ କହିଥିଲେ, "ମୁଁ ଦୁଇ ଦିନ ପରେ ଇସ୍ତଫା ଦେବି ଏବଂ ଲୋକଙ୍କୁ ପଚାରିବି ଯେ ମୁଁ ସଚ୍ଚୋଟ କି ନୁହେଁ । ମୁଁ ଜନସାଧାରଣଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ ଯଦି ଆପଣ ଭାବୁଛନ୍ତି ଯେ କେଜ୍ରିୱାଲ ସଚ୍ଚୋଟ ତେବେ ମୋତେ ଭୋଟ୍ ଦିଅନ୍ତୁ । ଯଦି ଆପଣ ଭାବୁଛନ୍ତି କି କେଜ୍ରିୱାଲ ଦୋଷୀ ? ତେବେ ମୋତେ ଭୋଟ୍ ଦିଅ ନାହିଁ ।  ତୁମର ପ୍ରତ୍ୟେକ ଭୋଟ୍ ମୋର ସଚ୍ଚୋଟତାର ପ୍ରମାଣପତ୍ର ହେବ । ଅରବିନ୍ଦ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଲୋକମାନେ ମୋତେ ସଚ୍ଚୋଟତାର ପ୍ରମାଣପତ୍ର ଦେବେ ସେତେବେଳେ ମୁଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ବସିବି । ଜେଲରୁ ବାହାରିବା ପରେ ମୁଁ ଅଗ୍ନିପରୀକ୍ଷା ଦେବାକୁ ଚାହୁଁଛି । 

ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୨୩ ରେ ଶେଷ ହେବ ଏବଂ ଫେବୃଆରୀ ଆରମ୍ଭରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି । ତେବେ ଅରବିନ୍ଦ କେଜ୍ରିୱାଲ, ଅତିଶୀ ଏବଂ ଅନ୍ୟାନ୍ୟ ଆମ୍ ଆଦମୀ ଦଳର ନେତା ଚାହୁଁଛନ୍ତି ଯେ ସମୟ ପୂର୍ବରୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ କରାଯାଉ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.