ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବଡ ପରଦାରେ ଜୁନେଦ-ଖୁସିଙ୍କ ଯୋଡି, ଅଦ୍ୱେତ ଚନ୍ଦନଙ୍କ ଫିଲ୍ମରେ ଆସିବେ ନଜର

ମୁମ୍ବାଇ ୧୮/୦୯: ଆମିର ଖାନ୍‌ଙ୍କ ପୁଅ ଜୁନେଦ ଖାନ୍‌ଙ୍କ ସହ ବଡ଼ ପରଦାରେ ନଜର ଆସିବେ ଶ୍ରୀଦେବୀ ତନୟା ଖୁସି କପୁର । ଫିଲ୍ମର ନିର୍ଦ୍ଦେଶନା ଦେବେ ଅଦ୍ୱେତ ଚନ୍ଦନ । ଦୀର୍ଘ ଦିନ ଧରି ଫିଲ୍ମର କଳାକାର ଚୟନକୁ ନେଇ ଅନେକ ଅନୁମାନ ହେଉଥିଲା । ଏବେ ନାୟକ-ନାୟିକାଙ୍କ ନାଁରେ ମୋହର ବାଜିବା ପରେ ବଲିଉଡ୍‌ରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମ ଥର ଖୁସି-ଜୁନେଦଙ୍କ ଯୋଡ଼ି ବଡ଼ ପରଦାକୁ ଆସିବ । ତେଣୁ ନୂଆ ଯୋଡ଼ିଙ୍କୁ ନେଇ ଫିଲ୍ମ ସିନେପ୍ରେମୀଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି । 

ନିର୍ମାତା ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ପୋଷ୍ଟର୍‌ ଶେୟାର କରି ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ଫେବ୍ରୁଆରୀ ୭ ତାରିଖରେ ଫିଲ୍ମଟି ସିନେମାଘରକୁ ଆସିବ । ଅଦ୍ୱେତଙ୍କ ନିର୍ଦ୍ଦେଶିତ ଶେଷ ଫିଲ୍ମ ଥିଲା ‘ଲାଲ୍‌ ସିଂହ ଚଡ୍‌ଢା’, ଯାହା ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା । ନିର୍ମାତା ଶେୟାର କରିଥିବା ପୋଷ୍ଟର୍‌ରେ ଜଣେ ପୁଅ ଓ ଜଣେ ଝିଅ ସେଲ୍‌ଫି ନେଉଥିବା ନଜର ଆସିଛନ୍ତି । ଫିଲ୍ମର ଟାଇଟଲ, ଟ୍ରେଲର ଓ ଗୀତ ଆଦି କେବେ ରିଲିଜ୍‌ ହେବ, ତାକୁ ଅପେକ୍ଷା କରିଛନ୍ତି ଦର୍ଶକ । ଚର୍ଚ୍ଚା ହେଉଛି, ଏଇଟି ହିଟ୍‌ ତାମିଲ ଫିଲ୍ମ ‘ଲଭ୍‌ ଟୁଡେ’ର ହିନ୍ଦୀ ନାଟ୍ୟ ରୂପାନ୍ତର ହେବ । ତେବେ, ନିର୍ମାତା ଏ ନେଇ ଅଦ୍ୟାବଧି ଘୋଷଣା କରିନାହାନ୍ତି । 

ଜୋୟା ଅଖତରଙ୍କ ୱେବ୍‌ ଫିଲ୍ମ ‘ଦ ଆର୍ଚିଜ’ ଜରିଆରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ଖୁସି । ୨୦୨୩ରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମ ପ୍ରସିଦ୍ଧ କମିକ୍ସର ଭାରତୀୟ ନାଟ୍ୟ ରୂପାନ୍ତର ଥିଲା, ଯେଉଁଥିରେ ବେଟ୍ଟି କୁପର ଭୂମିକାରେ ନଜର ଆସିଥିଲେ ଖୁସି । ଅନ୍ୟପକ୍ଷେ, ଜୁନେଦ ମଧ୍ୟ ନେଟ୍‌ଫ୍ଲିକ୍ସରେ ମୁକ୍ତିପ୍ରାପ୍ତ ‘ମହାରାଜ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ଏଥିରେ ତାଙ୍କ ଅଭିନୟ ସବୁ ମହଲରେ ପ୍ରଶଂସିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.