ମୁମ୍ୱାଇ : କରୀନା କପୁର ଖାନ ହିନ୍ଦୀ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ଅନେକ ସଫଳ ଫିଲ୍ମରେ କାମ କରିଛନ୍ତି। ‘ଜବ୍ ୱି ମିଟ୍’ ଓ ‘ କଭି ଖୁସି କଭି ଗମ୍’ ରେ ତାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଆଜି ବି ଖୁବ୍ ପ୍ରଶଂସା ମିଳେ। ଏହି ମଧ୍ୟରେ ଅଭିନେତ୍ରୀ ହିନ୍ଦୀ ସିନେମାରେ ୨୫ ବର୍ଷ ପୂରଣ କରିଛନ୍ତି। ତାଙ୍କର ଏହି ସଫଳତାର ଉତ୍ସବ ପାଳିବା ପାଇଁ ତାଙ୍କ ଫିଲ୍ମର ଫେଷ୍ଟିଭାଲ ମଧ୍ୟ ପ୍ରସ୍ତୁତି କରାଯାଉଛି। ଏହି ମଧ୍ୟରେ ଅଭିନେତ୍ରୀ ନିଜର ପୁଅ ତୈମୂର ଓ ଜାହାଙ୍ଗିରର ସ୍କ୍ରିନ୍ ଟାଇମ୍କୁ ମ୍ୟାନେଜ୍ କରିବା କଥା କହିଛନ୍ତି। ନ୍ୟୁଜ୍ -୧୮ ଇଣ୍ଡିଆ ସହ ଏକ ସାକ୍ଷାତକାର ବେଳେ ସେ କହିଛନ୍ତି ଯେ, ସେ ତାଙ୍କର ସ୍କ୍ରିନ୍ ଟାଇମ୍କୁ କମାଇବାକୁ ଚେଷ୍ଟା କରିଥାନ୍ତି, କାରଣ ଦୁହେଁ ତାଙ୍କୁ ତାଙ୍କର ସ୍କ୍ରିନ୍ ଟାଇମ୍କୁ ନେଇ ପ୍ରଶ୍ନ ପଚାରିବାକୁ ଲାଗନ୍ତି।
ଅଭିନେତ୍ରୀଙ୍କ ପାଇଁ ଉଭୟ ପିଲାଙ୍କ ସ୍କ୍ରିନ୍ ଟାଇମିଂକୁ ନିୟନ୍ତ୍ରଣ କରିବା ଖୁବ୍ ମୁସ୍କିଲ ରହିଥାଏ। ସେ କହିଛନ୍ତି, ସୋମବାର ଠାରୁ ଶୁକ୍ରବାର ଯାଏ ତାଙ୍କର ସ୍କ୍ରିନ୍ ଟାଇମ୍ କମ୍ ରହିଥାଏ। ସେମାନେ ସର୍ବଦା ପଚାରନ୍ତି ଯେ, ତୁମେ ଟିଭି କାହିଁକି ଦେଖୁଛ ? ତୁମେ ଫୋନ୍ କାହିଁକି ୟୁଜ୍ କରୁଛ ? ଏହି ସମୟରେ ଉଭୟ ମାତା - ପିତାଙ୍କୁ ମଧ୍ୟ ସେ ସବୁ ଜିନିଷ କରିବାକୁ ପଡ଼ିଥାଏ, ଯାହା ସେ ନିଜ ପିଲାଙ୍କ ଦ୍ୱାରା କରାଇବାକୁ ଚାହାନ୍ତି। ଏହି ସ୍ଥିତିରେ ଆମେ ତାଙ୍କୁ ଶୁଆଇବାକୁ ଚାହୁଁ , ତ ଆମେବି ପଢୁ ଏବଂ ଯେପର୍ଯ୍ୟନ୍ତ ସେ ନଶୁଅନ୍ତି, ସେପର୍ଯ୍ୟନ୍ତ ଟିଭି ଦେଖି ନଥାଉ। ମୋତେ ଲାଗୁଛି କି, ପିଲା ଉଦାହରଣରେ ଶିଖନ୍ତି , ଯଦି ସେମାନେ ଆମକୁ ଫୋନ୍ ବ୍ୟବହାର କରୁଥିବାର ଦେଖନ୍ତି ,ତ ସେ ବି ଏମିତି କରିବାକୁ ଲାଗନ୍ତି।
ଉଲ୍ଲେଖନୀୟ ଯେ, କରୀନା କପୁର ଖାନ ନିଜର ଆଗାମୀ ଫିଲ୍ମ ଫେଷ୍ଟିଭାଲକୁ ନେଇ ପ୍ରେସ୍ କନଫରେନ୍ସରେ ଉପସ୍ଥିତ ଥିଲେ। ପିଭିଆର ଆଇନକ୍ସ ଫିଲ୍ମ ଇଣ୍ଟଷ୍ଟ୍ରୀରେ ତାଙ୍କର ୨୫ ବର୍ଷ ପୂରଣର ଉତ୍ସବ ପାଳନ କରୁଛି। ଏଥିରେ ତାଙ୍କର କିଛି ବଛା ବଛା ଫିଲ୍ମ ୨୦ ସେପ୍ଟେମ୍ୱରରୁ ୨୭ ସେପ୍ଟେମ୍ୱର ଯାଏ ୧୫ଟି ସହରରେ ଏବଂ ୩୦ରୁ ଅଧିକ ଫିଲ୍ମ ହଲରେ ପ୍ରଦର୍ଶିତ କରାଯିବ। ଏହି ଫେଷ୍ଟିଭାଲରେ ତାଙ୍କର ଅଶୋକା , କଭି ଖୁସି କଭି ଗମ୍ , ଚମେଲି , ଓମକାରା , ଜବ୍ ୱି ମେଟ୍ ଓ ଦ ବକିଙ୍ଘମ୍ ମର୍ଡର୍ସ ଭଳି ଫିଲ୍ମ ପ୍ରଦର୍ଶିତ ହେବ।