ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସ୍ତ୍ରୀ ୨ ହେଲା ସବୁଠାରୁ ଅଧିକ କଲେକ୍ସନର ହିନ୍ଦୀ ଫିଲ୍ମ, ଶ୍ରଦ୍ଧା କପୁର ଶାହରୁଖ ଖାନଙ୍କ ‘ଜଓ୍ବାନ’ଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ, ୧୭/୯ : ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ଼ କରୁଛି ଏବଂ ଧ୍ବଂସ କରୁଛି ସ୍ତ୍ରୀ ୨ । ଏବେ ପୁଣି ଏକ ବଡ଼ ରେକର୍ଡ଼ ଭାଙ୍ଗିଛି । ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ୍ବଙ୍କ ଫିଲ୍ମ ମଙ୍ଗଳବାର କଲେକ୍ସନ ସହ ପୁଣି ଏକ ବଡ଼ ରେକର୍ଡ଼ ନିଜ ନାଁରେ କରି ନେଇଛି ।  ପ୍ରକାଶ ଯେ, ୧୫ଅଗଷ୍ଟରେ ରିଲିଜ ହୋଇଥିବା ଶ୍ରଦ୍ଧା କୁପର ଏବଂ ରାଜକୁମାର ରାଓ୍ବଙ୍କ ଏହି ହରର କମେଡ଼ି ଫିଲ୍ମ ଗୋଟିଏ ମାସ ପରେ ବି ଲୋକଙ୍କ ହୃଦୟ ଜିତୁଛି । ଫିଲ୍ମ ନିଜର ୩୪ଦିନର କଲେକ୍ସନ ସହ ଏବେ ଶାହରୁଖ ଖାନଙ୍କ ଫିଲ୍ମ ‘ଜଓ୍ବାନ’ର ବଡ଼ ରେକର୍ଡ଼ ଭାଙ୍ଗି ଇତିହାସ ରଚିଛି । 

ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶଙ୍କ ଦ୍ବାରା ଜାରି କରାଯାଇଥିବା ସଂଖ୍ୟା ମୁତାବକ ସୋମବାର ପର୍ଯ୍ୟନ୍ତ ସ୍ତ୍ରୀ ୨ର ଟୋଟାଲ କଲେକ୍ସନ ୫୮୩.୩୫କୋଟି ଟଙ୍କା ହୋଇଥିଲା । ସେହିଭଳି ସ୍ୟାକନିଲ୍କର ରିପୋର୍ଟ ଅନୁସାରେ ସ୍ତ୍ରୀ ୨ ନିଜ ୩୪ତମ ଦିନ ସନ୍ଧ୍ୟା ୫ଟା ସୁଦ୍ଧା ୧କୋଟି ଟଙ୍କା କଲେକ୍ସନ କରି ନେଇଛି । ଏହା ସହ ସ୍ତ୍ରୀ ୨ର ଟୋଟାଲ କଲେକ୍ସନ ୫୮୪.୩୫କୋଟି ଟଙ୍କା ହୋଇସାରିଛି ।

ପ୍ରକାଶ ଯେ, ଶାହରୁଖ ଖାନଙ୍କ ଜଓ୍ବାନ ଏବେ ପର୍ଯ୍ୟନ୍ତ ହିନ୍ଦୀ ଭର୍ସନର ଘରୋଇ ବକ୍ସ ଅଫିସରେ ସବୁଠାରୁ ଅଧିକ କଲେକ୍ସନ କରିଥିବା ଫିଲ୍ମ ଥିଲା । ସେହିଭଳି ଏବେ ସ୍ତ୍ରୀ ୨ର ନାଁ ଯୋଡ଼ି ହୋଇଛି । ଜଓ୍ବାନର ହିନ୍ଦୀ ଭର୍ସନ ୫୮୪କୋଟି ଟଙ୍କା କଲେକ୍ସନ କରିଥିଲା । ଯାହାକି ଏବେ ଏହି ସଂଖ୍ୟାକୁ ପାର୍ କରି ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ୍ବଙ୍କ ଫିଲ୍ମ ନମ୍ବର ୧ ହିନ୍ଦୀ ଫିଲ୍ମ ହୋଇଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.