ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବିଗ ବସ୍ ୧୮ ର ପ୍ରୋମୋ ଏବଂ ଥିମ୍ ରିଲିଜ

ମୁମ୍ବାଇ,୧୭/୦୯: ସବୁଠାରୁ ବିବାଦୀୟ ରିଆଲିଟି ଶୋ' ବିଗ ବସ୍ ୧୮ ତମ ସିଜନ୍ ସହ ପୁଣି ଫେରୁଛନ୍ତି ସଲମାନ ଖାନ । 'ବିଗ୍ ବସ୍ ୧୮' ର ବହୁ ପ୍ରତୀକ୍ଷିତ ପ୍ରଥମ ପ୍ରମୋ ରିଲିଜ୍ ହୋଇଛି ।  ୧୬ ସେପ୍ଟେମ୍ବର ସୋମବାର ରାତିରେ ବିଗ ବସ୍ ସିଜନ୍ ୧୮ ର ପ୍ରୋମୋ ମୁକ୍ତିଲାଭ କରିଛି । ଏହା ପ୍ରଶଂସକ ଏବଂ ଦର୍ଶକଙ୍କୁ ଉତ୍ସାହିତ କରିଛି । ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ରିଆଲିଟି ଶୋ’ର ଥିମ୍ ମଧ୍ୟ ନିର୍ମାତାମାନେ ପ୍ରକାଶ କରିଛନ୍ତି। ତେବେ ଗତ ସୋମବାର ବିଳମ୍ବିତ ରାତିରେ 'ବିଗ ବସ୍'ର ନିର୍ମାତା ଶୋ'ର ସିଜନ 18 ର ପ୍ରୋମୋ ଏବଂ ଥିମ୍ ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି । ଏଥର ଲୋକପ୍ରିୟ ରିଆଲିଟି ଶୋ 'ଟାଇମ୍ କା ତାଣ୍ଡବ' ଥିମ୍ ଉପସ୍ଥାପନ କରିଛି, ଯାହା ହାଇଡ୍ରାମା ଏବଂ ସସପେନ୍ସ ରେ ପରିପୂର୍ଣ୍ଣ ।

'ବିଗ ବସ୍' ସିଜନ୍ ୧୮ ର ପ୍ରୋମୋ ରିଲିଜ କରି ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, 'ମନୋରଞ୍ଜନର ସମସ୍ତ ଇଚ୍ଛା ପୂରଣ ହେବ, ଯେତେବେଳେ ସମୟର ଖେଳ ସହ ବିଗ ବସ୍ ଏକ ନୂଆ ମୋଡ଼ ଆଣିବ । ଆପଣ ସିଜନ ୧୮ ପାଇଁ ପ୍ରସ୍ତୁତ କି? ଏଥିସହ ସଲମାନ ଖାନଙ୍କ ଘୋଷଣା ସହ ଆରମ୍ଭ ହେଉଥିବା ପ୍ରମୋକୁ କଲର୍ସ ଟିଭି ସେୟାର କରିଛି । ସଲମାନ ଖାନ କୁହନ୍ତି, 'ବିଗ୍ ବସ୍ ଦେଖିବେ ଘରଲୋକଙ୍କ ଭବିଷ୍ୟତ । ବର୍ତ୍ତମାନ ସମୟର ହେବ ତାଣ୍ଡବ ।ବିଗ ବସ୍ ୧୮ କେବେ ଆରମ୍ଭ ହେବ ତାହା ସର୍ବଶେଷ ପ୍ରମୋ ପ୍ରକାଶ କରାଯାଇନାହିଁ। ତେବେ ରିପୋର୍ଟ ଅନୁସାରେ ଅକ୍ଟୋବର ୫ ରୁ ଏହି ଶୋ’ପ୍ରସାରିତ ହୋଇପାରେ। ନିର୍ମାତାମାନେ ଏହା ଏପର୍ଯ୍ୟନ୍ତ ଘୋଷଣା କରିନାହାଁନ୍ତି । ଏହି ଶୋ' ଘୋଷଣା ପରେ ଫ୍ୟାନ୍ସ ଏହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସେପଟେ ଏହି ଶୋ'ରେ ଏଥର କାହାକୁ ମିଳିଛି ଏଣ୍ଟ୍ରି ତାହା ଉପରେ ବି ସମସ୍ତଙ୍କ ନଜର ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.