ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

'ବେଟି ବଚାଓ'କୁ ନେଇ ସୋସିଆଲ ମେସେଜ ଦେଲେ ବିଗ ବି

ମୁମ୍ବାଇ ୧୮।୦୯ : ଆଧୁନିକ ଯୁଗରେ ମଧ୍ୟ ସମାଜରେ ଏପରି କିଛି ସମସ୍ୟା ଅଛି ଯାହା ଉପରେ ସମସ୍ତେ କଥାବାର୍ତ୍ତା କରନ୍ତି । ଏହିପରି ଅନେକ ସାମାଜିକ ପ୍ରସଙ୍ଗରେ ଚଳଚ୍ଚିତ୍ର ତାରକାମାନେ ମଧ୍ୟ ପ୍ରତିକ୍ରିୟା ଦେଇଥିବା ବେଳେ ତାରକାଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଅନ୍ୟତମ । ସେ ପ୍ରାୟତଃ ସାମାଜିକ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଥାନ୍ତି । ଏପରି ସମୟରେ ବର୍ତ୍ତମାନ ବିଗ ବି ପରିବେଶ ସୁରକ୍ଷା ଏବଂ ବେଟି ବଚାଓ ଅଭିଯାନ ନେଇ କଥାବାର୍ତ୍ତା କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଅମିତାଭ ବଚ୍ଚନ ତାଙ୍କ ଅଫିସିଆଲ୍ ଏକ୍ସରେ ଏକ ସାମାଜିକ ବାର୍ତ୍ତା ଦେଉଥିବା ଦୁଇଟି ଭିଡିଓ ସେୟାର କରିଛନ୍ତି । ସେଥିରୁ ଏକ ଭିଡିଓରେ ଅମିତାଭ ନିଜେ ମରାଠୀ ଭାଷାରେ କହୁଥିବାର ନଜର ଆସିଛନ୍ତି। ସେଥିର ସେ କହୁଛନ୍ତି ଯେ, ''ମୁଁ ପ୍ରତିଶ୍ରୁତି ନେଉଛି ଯେ ମୁଁ ଅଳିଆ କରିବି ନାହିଁ ।'' ଅର୍ଥାତ୍ ଏହା ମାଧ୍ୟମରେ ସେ ପରିବେଶକୁ ପରିଷ୍କାର ଏବଂ ନିରାପଦ ରଖିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି । ସେହିପରି ଦ୍ୱିତୀୟ ଭିଡିଓ ଏକ ପ୍ରସିଦ୍ଧ ବିଜ୍ଞାପନ କମ୍ପାନୀରୁ ଆସିଛି, ଯାହା ବେଟି ବଚାଓ ଅଭିଯାନ ଅଧୀନରେ ପ୍ରସ୍ତୁତ ହୋଇଛି । ଏହି ଭିଡିଓର କ୍ୟାପସନରେ ଅମିତାଭ ବଚ୍ଚନ ଲେଖିଛନ୍ତି, ''କେବଳ ଝିଅ ହୋଇ ଆସ ।'' ଏହି ଭିଡିଓ ମାଧ୍ୟମରେ ସେ ପୁଣିଥରେ ଦେଶର ଲୋକଙ୍କୁ ନିଜ ଝିଅମାନଙ୍କୁ ବଞ୍ଚାଇବା ବିଷୟରେ ଅବଗତ କରାଇଛନ୍ତି । ଯାହାକୁ ଲୋକେ ବେଶ ପସନ୍ଦ କରିଛନ୍ତି । ପ୍ରକାଶ ଥାଉକି, ନିକଟରେ ଅମିତାଭ ବଚ୍ଚନ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ 'କଲ୍କି 2898AD' ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କୁ ଅଶ୍ୱତ୍ଥାମା ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ସେହିପରି ତାଙ୍କର ଆଗାମୀ ଚଳଚ୍ଚିତ୍ର ଭେଟିୟାନରେ ନଜର ଆସିବେ ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.