ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଦେଶରେ ବକ୍ସ ଅଫିସ୍‌ କଲେକ୍ସନ୍‌ ରେକର୍ଡ ଭାଙ୍ଗିଲା ସ୍ତ୍ରୀ-୨’, ରିଲିଜ୍‌ର ୩୪ ଦିନରେ ଟପିଲା ୫୮୬ କୋଟି

ମୁମ୍ବାଇ ୧୯/୦୯: ବକ୍ସ ଅଫିସ୍‌ର ସବୁ ରେକର୍ଡ ଚୁର୍‌ମାର । ଭାରତର ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମର ଟାଇଟଲ ଛଡ଼ାଇ ନେଇଛି ରାଜକୁମାର ରାଓ ଓ ଶ୍ରଦ୍ଧା କପୁର ଷ୍ଟାରର୍‌ ସ୍ତ୍ରୀ-୨’ । ଘରୋଇ ବକ୍ସ ଅଫିସ୍‌ରେ ସର୍ବାଧିକ ବ୍ୟବସାୟ କରି ଶାହରୁଖ ଖାନ୍‌ଙ୍କ ‘ଯୱାନ’ ରେକର୍ଡକୁ ଧୂଳିସାତ୍‌ କରିଛି । ରିଲିଜ୍‌ର ୩୪ ଦିନ ପରେ ୫୮୬ କୋଟିରୁ ଅଧିକ ବ୍ୟବସାୟ କରି ଦେଶରେ ‘ଯୱାନ୍‌’ର ଲାଇଫ୍‌ଟାଇମ୍‌ କଲେକ୍ସନ୍‌(୫୮୨.୩୧ କୋଟି)କୁ ପଛରେ ପକାଇଛି । ଏହି ରେକର୍ଡ ଜରିଆରେ ଘରୋଇ ବକ୍ସ ଅଫିସ୍‌ରେ ଶୀର୍ଷ ସ୍ଥାନ ଛୁଇଁଛି ‘ସ୍ତ୍ରୀ-୨’ । 

ବଲିଉଡ୍‌ର ଜଣାଶୁଣା ସିନେ ବିଶ୍ଳେଷକ ତରନ ଆଦର୍ଶ ଏକ୍ସ ପ୍ଲାଟ୍‌ଫର୍ମରେ ଏହା ଶେୟାର କରି ଲେଖିଛନ୍ତି ‘ସ୍ତ୍ରୀ-୨’ ଇତିହାସ ଚରିଲା... ସର୍ବକାଳୀନ ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ ହେଲା... ‘ଯୱାନ୍‌’ର (ହିନ୍ଦୀ ସଂସ୍କରଣ) ଲାଇଫ୍‌ଟାଇମ୍‌ କଲେକ୍ସନ୍‌କୁ ଟପିଲା... ଆଗାମି ଷ୍ଟପ୍‌: ୬୦୦ କୋଟି କ୍ଲବ୍‌ର ଉଦ୍‌ଘାଟନ । ୫ମ ସପ୍ତାହ- ଶୁକ୍ରବାର ୩.୬୦ କୋଟି, ଶନିବାର ୫.୫୫ କୋଟି, ରବିବାର ୬.୮୫ କୋଟି, ସୋମବାର ୩.୧୭ କୋଟି, ବୁଧବାର ୨.୬୫ କୋଟି । ମୋଟ୍‌ କଲେକ୍ସନ୍‌ ୫୮୬ କୋଟି ।’ ‘ସ୍ତ୍ରୀ-୨’ର ପ୍ରଡକ୍ସନ୍‌ ହାଉସ୍‌ ମ୍ୟାଡ୍‌ଡକ ଫିଲ୍ମସ ଏକ ସ୍ୱତନ୍ତ୍ର ପୋଷ୍ଟର୍‌ ଶେୟାର କରି ଏହି ଖବର ଜାରି କରିଛି । ପୋଷ୍ଟ୍‌ ସହିତ ଉଲ୍ଲେଖ କରିଛି ‘ୱ ସ୍ତ୍ରୀ ହୈ ଔର୍‌ ଉସ୍‌ନେ ଆଖିର୍‌ କର୍‌ ଦିଖାୟା... ହିନ୍ଦୁସ୍ତାନ୍‌ କି ସବ୍‌ ସେ ସର୍ବଶ୍ରେଷ୍ଠ ନମ୍ବର-୧ ହିନ୍ଦୀ ଫିଲ୍ମ ଅଫ୍‌ ଅଲ୍‌ ଟାଇମ୍‌!!! ଏ ଇତିହାସ ଆମ ସହ ରଚିବା ପାଇଁ ସବୁ ଫ୍ୟାନ୍‌ଙ୍କୁ ବହୁତ ବହୁତ ଧନ୍ୟବାଦ । ସ୍ତ୍ରୀ ଏବେ ବି ସିନେମାଘରେ ସଫଳତାପୂର୍ବକ ଯାତ୍ରା ଜାରି ରଖିଛି । ଥିଏଟର ଆସନ୍ତୁ, ଆଉ କିଛି ନୂଆ ରେକର୍ଡ କରିବା ।’ 

୫୦ କୋଟି ବଜେଟ୍‌ରେ ନିର୍ମିତ ‘ସ୍ତ୍ରୀ-୨’ ବିଶ୍ୱସ୍ତରରେ ୮୨୬.୧୫ କୋଟିରୁ ଅଧିକ ବ୍ୟବସାୟ କରିଛି । ଏହି କଲେକ୍ସନ୍‌ ଜରିଆରେ ଏହା ୨୦୨୪ର ୨ୟ ସର୍ବାଧିକ ବ୍ୟବସାୟ କରିଥିବା ଭାରତୀୟ ଫିଲ୍ମର ଟାଇଟଲ ହାସଲ କରିଛି । ଏଥିସହିତ ବିଶ୍ୱସ୍ତରରେ ୭ମ ସର୍ବାଧିକ ବକ୍ସ ଅଫିସ୍‌ କଲେକ୍ସନ୍‌ କରିଥିବା ହିନ୍ଦୀ ଫିଲ୍ମ ଏବଂ ସର୍ବକାଳୀନ ୧୧ତମ ସର୍ବାଧିକ କଲେକ୍ସନ୍‌ କରିଥିବା ଭାରତୀୟ ଫିଲ୍ମ ହୋଇଛି ‘ସ୍ତ୍ରୀ-୨’ । ବକ୍ସ ଅଫିସ୍‌ କଲେକ୍ସନ୍‌ ଜରିଆରେ ଦେଶର ସର୍ବଶ୍ରେଷ୍ଠ ଫିଲ୍ମର ଟାଇଟଲ ହାସଲ କରିଥିବା ‘ଯୱାନ’ ୩୭୦ କୋଟି ବଜେଟ୍‌ରେ ନିର୍ମିତ ହୋଇଥିଲା । ଇଣ୍ଡଷ୍ଟ୍ରିର ସୁପର୍‌ଷ୍ଟାର୍‌ଙ୍କୁ ନେଇ ଏହା ପ୍ରସ୍ତୁତ ହୋଇଥିବାବେଳେ ଶହେ କୋଟିରୁ ବି କମ୍‌ ବଜେଟ୍‌ରେ ପ୍ରସ୍ତୁତ ‘ସ୍ତ୍ରୀ୨’ରେ ଜଣେ ବି ଏ-ଲିଷ୍ଟର୍‌ କଳାକାର ନାହାନ୍ତି । ଏହା ପ୍ରମାଣ କରିଛି, ଦର୍ଶକ ଆଗଧାଡ଼ିର ଷ୍ଟାର୍‌ ନୁହେଁ ବରଂ ଭଲ କାହାଣୀ ଓ ପ୍ରଦର୍ଶନ ଚାହାନ୍ତି । 

ନିକଟରେ ରାଜକୁମାର ରାଓ ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ‘ସ୍ତ୍ରୀ-୨’ର ବକ୍ସ ଅଫିସ୍‌ କଲେକ୍ସନ୍‌କୁ ନେଇ ଖୁସି ଜାହିର କରିଥିଲେ । ସେ କହିଥିଲେ ‘ସ୍ତ୍ରୀ’ର ପ୍ରଥମ ଭାଗକୁ ଯେଉଁଭଳି ଭଲପାଇବା ମିଳିଥିଲା, ତାକୁ ଦେଖି ଆମେ ନିଶ୍ଚିତ ଥିଲୁ ଯେ ୨ୟ ଭାଗକୁ ମଧ୍ୟ ସେହିଭଳି ଆଦୃତି ମିଳିବ । ‘ସ୍ତ୍ରୀ’ର ବହୁ ସଂଖ୍ୟକ ଫ୍ୟାନ୍‌ ଅଛନ୍ତି । ମୁଁ ମଧ୍ୟ ‘ସ୍ତ୍ରୀ’ର ଜଣେ ବଡ଼ ଫ୍ୟାନ୍‌ । କିନ୍ତୁ ଏହାର ସଫଳତା ଆମ ଆଶାଠୁ ଉଦ୍ଧ୍ୱର୍ରେ । ଆମେ ଆନନ୍ଦିତ ଓ ଖୁବ୍‌ ଉତ୍ସାହିତ । ‘ସ୍ତ୍ରୀ’ ଭଳି ଫିଲ୍ମକୁ ନେଇ ଏତେ କ୍ରେଜ୍‌ ଦେଖି କୃତଜ୍ଞ, କାରଣ ଏହା ଏକ ବିଷୟ-ଆଧାରିତ ଫିଲ୍ମ ।’ ‘ସ୍ତ୍ରୀ-୨’ ୨୦୧୮ ମସିହାରେ ମୁକ୍ତିପ୍ରାପ୍ତ ହରର୍‌ କମେଡି ‘ସ୍ତ୍ରୀ’ର ସିକ୍ୱେଲ । ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅପାରଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ ଓ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତମନ୍ନା ଭାଟିଆ, ଅକ୍ଷୟ କୁମାର ଓ ବରୁଣ ଧୱନଙ୍କର ଝଲକ୍‌ ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.