ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଯୌନ ନିର୍ଯାତନା ଅଭିଯୋଗରେ ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟର ଗିରଫ

ମୁମ୍ବାଇ,୧୯/୦୯: ବନ୍ଧା ହେଲେ ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟର। ଜଣେ ମହିଳା ସହକର୍ମୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ କରି ଆଜି  ପୋଲିସ ଜାନି ମାଷ୍ଟରଙ୍କୁ ଗିରଫ କରିଛି । ପୋଲିସ କହିଛି ଯେ ଜାନି ମାଷ୍ଟରଙ୍କ ପ୍ରକୃତ ନାମ ହେଉଛି ଶେଖ ଜାନି । ତାଙ୍କୁ ଗୋଆର ସାଇବରବାଦ ପୋଲିସ ଗିରଫ କରିଥିଲା । ବର୍ତ୍ତମାନ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ । କୋର୍ଟରୁ ଟ୍ରାଞ୍ଜିଟ୍ ୱାରେଣ୍ଟ ପାଇବା ପରେ ତାଙ୍କୁ ହାଇଦ୍ରାବାଦ ଅଣାଯିବ ।

ତେବେ ବୁଧବାର ବିଳମ୍ବିତ ରାତିରେ ସେ ତାଙ୍କ ଘରୁ ନିଖୋଜ ଥିବା ଏବଂ ତାଙ୍କ ଫୋନ୍ ମିଳିନଥିବା ସୂଚନା ପାଇବା ପରେ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା । କୋରିଓଗ୍ରାଫର ଆନ୍ଧ୍ରପ୍ରଦେଶର ନେଲୋର କିମ୍ବା ଲଦାଖରେ ଥାଇପାରନ୍ତି ବୋଲି ପୋଲିସ ସୂଚନା ପାଇଥିଲା କାରଣ ଏହି ଦୁଇଟି ସ୍ଥାନରେ ତାଙ୍କ ଫିଲ୍ମର ସୁଟିଂ ଚାଲିଥିଲା । ଏହି ସୂଚନା ପାଇବା ପରେ ଉଭୟ ସ୍ଥାନକୁ ପୋଲିସ ଟିମ୍ ପଠାଯାଇଥିଲା । ଏହା ପରେ ଗୋଆରୁ କୋରିଓଗ୍ରାଫରଙ୍କୁ ଗିରଫ କରାଯାଇଛି । ତେବେ ସେପ୍ଟେମ୍ୱର ୧୫ରେ ହାଇଦ୍ରାବାଦର ରାଇଦୁର୍ଗମ ପୋଲିସ ଷ୍ଟେସନରେ ଜାନି ମାଷ୍ଟରଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା । ୨୧ ବର୍ଷ ବୟସ୍କା ମହିଳା କୋରିଓଗ୍ରାଫରଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମହିଳା ଜଣକ ଅଭିଯୋଗ କରି କହିଥିଲେ ଯେ ସେ ଗତ କିଛି ମାସ ହେବ ଜାନି ମାଷ୍ଟରଙ୍କ ସହ କାର୍ଯ୍ୟ କରି ଆସୁଥିଲେ । ଏହି ସମୟରେ ସେ ତାଙ୍କ ଠାରୁ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ଜାନି ନିକଟରେ ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ସ୍ତ୍ରୀ ୨'ରେ କୋରିଓଗ୍ରାଫିଂ 'ଆଏ ନାହି... ' ଗୀତ ପାଇଁ ଚର୍ଚ୍ଚାରେ ରହିଥିଲେ । ଅଭିଯୋଗକାରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ନାବାଳିକା ଥିଲେ ସେବେଠାରୁ ତାଙ୍କୁ ଜାନି ମାଷ୍ଟର ଯୌନ ଶୋଷଣ କରିବା ଆରମ୍ଭ କରିଥିଲେ । ତେଣୁ ପୋଲିସ ଯୌନ ଅପରାଧ ସଂରକ୍ଷଣ  ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିଛନ୍ତି । ଜାନିଙ୍କ ବିରୋଧରେ ଆଇପିସି ଧାରା ଅଧୀନରେ ଏକ ମାମଲା ରୁଜୁ କରାଯାଇଥିଲା । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.