ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପଟୌଦୀ ପ୍ୟାଲେସ୍‌ର ଖର୍ଚ୍ଚ ବଞ୍ଚାଇବାକୁ ସୈଫ୍ ଅଲ୍ଲୀ ଖାନ୍ କରନ୍ତି ଏହି କାମ

ମୁମ୍ୱାଇ : ସୈଫ୍‌ ଅଲ୍ଲୀ ଖାନଙ୍କ ଭଉଣୀ ସୋହା ଅଲ୍ଲୀ ଖାନଙ୍କର ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଗତ କିଛି ଦିନ ହେବ ଯଦିଓ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଦୂରେଇ ଯାଇଛନ୍ତି , କିନ୍ତୁ ଏବେ ସେ ଖୁବ୍ ଶୀଘ୍ର ଦମଦାର କମବ୍ୟାକ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ଏବେ ନିକଟରେ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ପଟୌଦୀ ପ୍ୟାଲେସ୍‌ ବିଷୟରେ ବଡ଼ ଖୁଲାସା କରିଛନ୍ତି।  

ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ନିକଟରେ ନିଜ ପରିବାରର ରାଜକୀୟ ଐତିହ୍ୟ ଓ ତାଙ୍କର ଐତିହାସିକ ଘର ,ପଟୋଦୀ ପ୍ୟାଲେସ୍‌ ବିଷୟରେ ସୂଚନା ଦେଇଛନ୍ତି। ଯାହାର ଦାୟିତ୍ୱ ମୁଖ୍ୟ ରୂପେ ତାଙ୍କର ଭାଇ ସୈଫ୍ ଅଲ୍ଲୀ ଖାନ କରିଥାନ୍ତି। ସେ ଏହି କଥାକୁ ସ୍ପଷ୍ଟ କରିଛିନ୍ତି ଯେ, ମହଲକୁ ରଙ୍ଗ କରିବା ପରିବର୍ତ୍ତେ ସ ତାଙ୍କର ଭାଇ (ସୈଫ୍‌) ଖର୍ଚ୍ଚ କମାଇବାକୁ ଧଳ ରଙ୍ଗରେ ରଙ୍ଗେଇଛନ୍ତି। 

ହାଇସିଂ ଡଟ୍‌ କମ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସାଇରସ୍‌ ବ୍ରୋଚାଙ୍କ ସହ ଏକ ସାକ୍ଷାତକାରରେ , ସୋହା କହିଛନ୍ତି , ତାଙ୍କର ମାଆ ଶର୍ମିଳା ଟାଗୋର ଘରର ହିସାବ କିତାବର ତଦାରଖ କରନ୍ତି ଏବଂ ସବୁ କିଛି ଠିକ୍‌ ଠାକ୍‌ ଥିବାର ଜଣାଇଥାନ୍ତି। 

ହିନ୍ଦୁସ୍ତାନ ଟାଇମ୍ସ ଡଟ୍‌ କମ୍‌ ଅନୁସାରେ , ପଟୌଦୀ ପ୍ୟାଲେସ୍‌ ବର୍ତ୍ତମାନ ସୈଫ୍‌ଙ୍କ ମାଲିକାନାରେ ରହିଛି। ସେ ଅଭିନେତ୍ରୀ କରୀନା କପୁରଙ୍କୁ ବିବାହ କରିଛନ୍ତି। ଏହା ତାଙ୍କ ପୂର୍ବରୁ ତାଙ୍କ ପିତା ଦିବଙ୍ଗତ କ୍ରିକେଟର ମନସୁର ଅଲ୍ଲୀ ଖାନଙ୍କର ଥିଲା। ହେଲେ ଏକ ହୋଟେଲ କମ୍ପାନୀ ଦ୍ୱାରା ସଂପତ୍ତିକୁ କବଜା କରିବା ପରେ , ସୈଫ୍‌ ଏହାକୁ ନିଜର ଟଙ୍କାରେ ପୁଣି କିଣିବାକୁ ନିଷ୍ପତ୍ତି ନେଲେ। ଏହାର ନିର୍ମାଣ ସୈଫ୍‌ଙ୍କ ଜେଜେ ବାପା ପଟୌଦୀ ନବାବ , ଇଫିତଖାର ଅଲ୍ଲୀ ଖାନ ପଟୌଦୀ କରାଇ ଥିଲେ। ବର୍ତ୍ତମାନ ସୈଫଙ୍କ ମାଆ ଅଭିନେତ୍ରୀ ଶର୍ମିଳା ଟାଗୋର ସେଠାରେ ରହୁଛନ୍ତି। 

ଏହି ପ୍ୟାଲେସ୍‌କୁ ଇବ୍ରାହିମ କୋଠି ନାମରେ ମଧ୍ୟ ଜଣାଯାଏ ଏବଂ ଏହା ହରିଆଣାର ଗୁଡଗାଓଁ ଜିଲ୍ଲାର ପଟୌଦୀ ସହରରେ ରହିଛି। ଏହି ମହଲ ନିଜର ରାଜକୀୟ ଓ ଆକର୍ଷଣୀୟ ଆଭନ୍ତରୀଣ ସାଜସଜ୍ଜା ନେଇ ଖୁବ୍‌ ଜଣାଶୁଣା। ଏହା ୧୦ ଏକରରେ ପ୍ରସାରିତ । ଏଥିରେ ୧୫୦ଟି କୋଠରୀ , ଯେଉଁଥିରେ ୭ଟି ଡ୍ରେସିଂ ରୁମ୍‌ , ୭ ବେଡରୁମ୍‌ , ୭ ବିଲିୟର୍ଡ ରୁମ୍‌ , ଏହାସହ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଡ୍ରଇଁ ରୁମ୍‌ ଓ ଡାଇନିଂ ରୁମ୍‌ ସାମିଲ ଅଛି। 

ପରିବାର ସଦସ୍ୟ ଏବେ ଏହାକୁ ଛୁଟି ସମୟରେ ଘର ଭାବେ ବ୍ୟବହାର କରନ୍ତି । ଫିଲ୍ମ ନିର୍ମାଣ ପାଇଁ ଏହାକୁ ସୁଟିଂ ପାଇଁ ଭଡ଼ାରେ ଦେଇଥାଏ। ନିକଟରେ ଆସିଥିବା ଫିଲ୍ମ ଆନିମଲ ଓ ସୈଫ୍‌ଙ୍କ ନିଜର ଷ୍ଟ୍ରିମିଂ ସିରିଜ ତାଣ୍ଡବକୁ ଏହି ପ୍ରତିଷ୍ଠାନର ସ୍ଥାନରେ ସୁଟିଂ କରାଯାଇ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.