ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ରେକର୍ଡ ଭାଙ୍ଗିଲା 'ସ୍ତ୍ରୀ ୨' , ବନିଲା ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ

ମୁମ୍ବାଇ ୧୮।୦୯ :ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ସ୍ତ୍ରୀ ୨' । ଯାହା ପ୍ରେକ୍ଷାଳୟରେ ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି ହେଲେ ଏହାର ପ୍ରଭାବ ବଜାୟ ରଖିଛି । ଅଗଷ୍ଟ  ୧୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ନୂତନ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ସହ କଡା ପ୍ରତିଯୋଗିତା ସତ୍ତ୍ୱେ କ୍ରେଜ ଜାରି ରଖିଛି । ଫିଲ୍ମ ଦର୍ଶକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ କରିଛି । ଏହି ଫିଲ୍ମ ଏବେ ଜବାନ, ପଠାନ, ଗଦର ୨, ଆନିମଲ, କେଜିଏଫ ୨ ଏବଂ ବାହୁବଳି ୨ ଭଳି ଫିଲ୍ମକୁ ପଛରେ ପକାଇ ଇତିହାସ ରଚିଛି । ୫୦ କୋଟି ବଜେଟରେ ନିର୍ମିତ 'ସ୍ତ୍ରୀ ୨' ସବୁଠାରୁ ଅଧିକ ଆୟ କରିଥିବା ପ୍ରଥମ ହିନ୍ଦୀ ଫିଲ୍ମ ହୋଇ ସଫଳତା ହାସଲ କରିଛି ।

ତେବେ ରିଲିଜ୍ ହେବାର ପ୍ରଥମ ଦିନରୁ 'ସ୍ତ୍ରୀ ୨' ବକ୍ସ ଅଫିସରେ ଏକ ମାସ ପରେ ମଧ୍ୟ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ଏହି ଚଳଚ୍ଚିତ୍ର ସଫଳ ହୋଇଛି । ଏହା ସହିତ ପ୍ରତିଦିନ ଏହି ଚଳଚ୍ଚିତ୍ରର ସଂଗ୍ରହ ମଧ୍ୟ କୋଟି କୋଟି ବୃଦ୍ଧି ପାଉଛି । ୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ବହୁ ପୂର୍ବରୁ ଏହାର ବଜେଟ ମୂଲ୍ୟରୁ ମଧ୍ୟ ଅଧିକ ଆୟ କରିଛି । ସାକନିକଙ୍କ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, 'ସ୍ତ୍ରୀ ୨' ରିଲିଜ୍ ହେବାର ପ୍ରଥମ ସପ୍ତାହରେ ଏହା ୨୯୧.୬୫ କୋଟି, ଦ୍ୱିତୀୟ ସପ୍ତାହରେ ୧୪୧.୪କୋଟି, ତୃତୀୟ ସପ୍ତାହରେ ୭୦.୨ କୋଟି ଏବଂ ଚତୁର୍ଥ ସପ୍ତାହରେ 3୬.୧ କୋଟି ଟଙ୍କା ଆୟ କରିଛି ଏବଂ ପଞ୍ଚମ ଶୁକ୍ରବାରରେ ୩.୩୫ କୋଟି, ପଞ୍ଚମ ଶନିବାର(31ଦିନ)ରେ ୫.୪କୋଟି, ପଞ୍ଚମ ରବିବାର (32ଦିନ)ରେ ୬.୭୫ କୋଟି ରୋଜଗାର କରିଛି। ସେହିପରି 5ମ ସୋମବାର(33ଦିନ)ରେ ୩ କୋଟି ଏବଂ ୩୪ ତମ ଦିନରେ ଅର୍ଥାତ୍ ପଞ୍ଚମ ମଙ୍ଗଳବାର ଦିନ ୨.୫୦କୋଟି ଟଙ୍କା ସଂଗ୍ରହ କରିଛି । ତେବେ ଫିଲ୍ମର ମୋଟ କଲେକ୍ସନ 583.30 କୋଟିରେ ପହଞ୍ଚିଛି। ଏହା ସହିତ ଘରୋଇ ବକ୍ସ ଅଫିସରେ ଭାରତୀୟ ସିନେମାର ସର୍ବାଧିକ ଆୟ କରିଥିବା ସ୍ତ୍ରୀ ୨ ହୋଇପାରିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.