ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ନାଗାର୍ଜୁନଙ୍କ ଫିଲ୍ମ କୁଲୀର ସିନ୍ ହେଲା ଲିକ୍, ନିର୍ଦ୍ଦେଶକ କହିଲେ ଏଭଳି କିଛି...

ନୂଆଦିଲ୍ଲୀ, ୧୯/୯ : ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ଲକ୍ଷାଧିକ ଫ୍ୟାନ୍ସ ତାଙ୍କ ଅପକମିଂ ଫିଲ୍ମକୁ ବହୁ ଅପେକ୍ଷା କରିଛନ୍ତି । ନାଗାର୍ଜୁନଙ୍କ ଫିଲ୍ମ କୁଲୀ ରିଲିଜ ହେବାକୁ ଅଛି । ନାଁ ଏହି ଫିଲ୍ମର ଟିଜର ଆସିଛି ନାଁ ଟ୍ରେଲର ମାତ୍ର ରିଲିଜ ପୂବରୁ ଫିଲ୍ମ ମେକର୍ସଙ୍କ ଲାଗି ଏକ ବଡ଼ ଝଟକା ଲାଗିଛି । ଯେଉଁଥିରେ କୁହାଯାଇଛି କି ଫିଲ୍ମର ଏକ ମୁଖ୍ୟ ସିନ୍ ଅନଲାଇନ୍ ଲିକ୍ ହୋଇଯାଇଛି । ଏବେ ଏହି ମାମଲାକୁ ନେଇ ଫିଲ୍ମର ନିର୍ଦ୍ଦେଶକ ଲୋକେଶ କନଗରାଜ ନିଜ ଦୁଃଖ ସେୟାର କରିଛନ୍ତି ।

ନାଗାର୍ଜୁନଙ୍କ ଏହି ଫିଲ୍ମ ୨୦୨୫ରେ ରିଲିଜ ହେବାକୁ ଯାଉଛି । କୁହାଯାଉଛି କି ନୂଆ ବର୍ଷରେ ଏହି ଫିଲ୍ମକୁ ରିଲିଜ କରାଯିବ । ମାତ୍ର ଫିଲ୍ମର ରିଲିଜ ପୂର୍ବରୁ ନାଗାର୍ଜୁନଙ୍କ ଏକ ସିନ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି କି ଏହାକୁ ଲିକ୍ କରି ଭାଇରାଲ କରାଯାଉଛି । ଯାହା ଉପରେ ଏବେ ନିର୍ଦ୍ଦେଶକ ଲୋକେଶ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଲୋକମାନଙ୍କୁ କହିଛନ୍ତି କି ସେ ଏହି ପ୍ରକାର ଜିନିଷରେ ସାମିଲ ହୁ୍ଅନ୍ତୁ ନାହିଁ । 

ଭାଇରାଲ ହୋଇଥିବା ଭିଡ଼ିଓରେ ନାଗାର୍ଜୁନ ଏକ ସଫା ରଙ୍ଗର ସୁଟ୍ ପିନ୍ଧି ଜଣେ ବ୍ୟକ୍ତିଙ୍କୁ ମାରୁଥିବା ଦେଖାଯାଉଛି । ଏହାସହ ଏକ କ୍ଲିପ୍ ଆହୁରି ଅଛି ଯେଉଁଥି‌ରେ ନାଗାର୍ଜୁନ ଏକ ସିନ୍ କରୁଥିବା ଦେଖାଯାଉଛି । କୁହାଯାଉଛି କି ଏହି କ୍ଲିପ ଫିଲ୍ମର ଜଣେ କ୍ରୁ ମେମ୍ବର ରେକର୍ଡ଼ କରିଥିଲେ ଏବଂ ତାକୁ ସୋସିଆଲ ମିଡ଼ିଆରେ ପହଞ୍ଚିବାକୁ ସମୟ ଲାଗିନାହିଁ । ଏହି ଫିଲ୍ମରେ ନାଗାର୍ଜୁନଙ୍କ ବ୍ୟତୀତ ସୁପରଷ୍ଟାର ରଜନୀକାନ୍ତ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମର ପୋଷ୍ଟର ଦୁଇ ସେପ୍ଟେମ୍ବରରେ ରିଲିଜ କରାଯାଇଥିଲା । ନିଜେ ଲୋକେଶ କନଗରାଜ ପୋଷ୍ଟରକୁ ଏକ୍ସରେ ସେୟାର କରିଥିଲେ ଏବଂ ଲେଖିଥିଲେ କି ‘ସୁପରଷ୍ଟାର ରଜନୀକାନ୍ତ ସାର୍ କୁଲୀରେ ଦେବା ରୂପରେ ନଜର ଆସୁଛନ୍ତି । ରଜନୀକାନ୍ତ ସାର୍, ଆପଣଙ୍କୁ ବହୁତ ଧନ୍ୟବାଦ... ଏହା ଏକ ଧମାକାଦାର ଫିଲ୍ମ ହେବ ।’ 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.