ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

‘ଅତିଥି’ ଟ୍ରେଲର୍‌, ଅଡିଓ ରିଲିଜ, ଆସନ୍ତା ୨୭ରେ ମୁକ୍ତିଲାଭ କରିବ

ଭୁବନେଶ୍ୱର,୧୯/୦୯: ତାରିଖ ସ୍ଥିର । ପ୍ରସ୍ତୁତି ଶେଷ । ଅତିଥି ଆସୁଛନ୍ତି । ଆସନ୍ତା  ୨୭ ତାରିଖରେ ଆସି ସିନେ ପ୍ରେକ୍ଷାଳୟରେ ପହଞ୍ଚିବେ। ପ୍ରଯୋଜନା ସଂସ୍ଥା ରିଲ୍ସ ଆଣ୍ଡ୍‌ ରିଲ୍ସ  ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର  ‘ଅତିଥି-ଦ ଅନ୍‌ୱାଣ୍ଟେଡ୍‌ ଗେଷ୍ଟ’ର ବୁଧବାର ସନ୍ଧ୍ୟାରେ ଟ୍ରେଲର୍‌ ସହିତ ଅଡିଓ ରିଲିଜ୍‌  ଓ ପୋଷ୍ଟର୍‌ ଉନ୍ମୋଚିତ ହୋଇଛି । ଯାହାକୁ ଆରମ୍ଭରୁ ଦର୍ଶକଙ୍କ ଭଲପାଇବା ସହ ପୂର୍ଣ୍ଣ  ସମର୍ଥନ ମିଳିଛି । ଆଶା ଓ ଭରସା ଏ ସିନେମା  ପ୍ରେକ୍ଷାଳୟରେ କିଛି ନୂଆ ଘଟଣା ଘଟାଇବ । ବୁଧବାର ମୁକ୍ତିଲାଭ ତାରିଖ ଘୋଷଣା ପରେ  ଏବେ ସମସ୍ତେ ସେହି ମୂହର୍ତ୍ତର ସାଖୀ ହେବା  ଅପେକ୍ଷାରେ ରହିଛନ୍ତି । ସିନେମାର ସେନ୍‌ସର୍‌  ପରେ ଜୁରିମାନେ ବହୁତ ପ୍ରଶଂସା କରିବା  ସହ ୟୁ/ଏ ସାର୍ଟିଫିକେଟ୍‌ ମଧ୍ୟ ଦେଇଛନ୍ତି ।  

ସମ୍ପୂର୍ଣ୍ଣ ନୂଆ ଶୈଳୀର ଏକ ମୌଳିକ  ଓଡ଼ିଆ ସିନେମା ହେଉଛି ‘ଅତିଥି’ । ଯାହାର  କଥାବସ୍ତୁରେ ୩ ଜଣ ଉଚ୍ଚଶିକ୍ଷିତ ଯୁବକ  ପ୍ରତିଶୋଧ ପରାୟଣ ହୋଇ ରାଜ୍ୟର  ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।  ସେମାନେ ନିଜକୁ ବଞ୍ଚାଇବାକୁ ଯାଇ ଏକ  ପରିବାରକୁ ବନ୍ଧକ ରଖିଛନ୍ତି । ଘଟଣାକୁ  ଜଣେ ଦକ୍ଷ ପୁଲିସ୍‌ ଅଧିକାରୀ ନିଜ ଦଳ  ସହ ପରିଚାଳନା କରୁଛନ୍ତି । ଶେଷରେ  ସମ୍ପୃକ୍ତ ଯୁବକମାନଙ୍କ ସତ୍ୟତା ଜଣାପଡ଼ୁଛି । ବାକି କଥା ପାଇଁ ହଲ୍‌କୁ ଯିବାକୁ ହେବ ଏବଂ  ଅତିଥିଙ୍କୁ ଆତିଥ୍ୟତା ବାଢ଼ିବାକୁ ପଡ଼ିବ ।  ସିନେମାରେ ପ୍ରମୁଖ ଭୂମିକାରେ ଅନୁ ଚୌଧୁରୀ, ଦିବ୍ୟାଦିଶା ମହାନ୍ତି, ମନୋଜ  ମିଶ୍ର, ସାୟଲ ମୂଖାର୍ଜୀ, ଶ୍ରୁତି ଶୁଭଶ୍ରୀ,  ଚିନ୍ମୟ ମିଶ୍ର, ଅଭିଷେକ ଗିରି, ଦୀପନ୍ୱିତ  ଦାଶ ମହାପାତ୍ର, ଜୀବନ ପଣ୍ଡା, ସୁକାନ୍ତ  ରଥ, ପ୍ରସନ୍ନଜିତ୍‌ ମହାପାତ୍ର, ବିଘ୍ନେଶ  ପଣ୍ଡା, ପ୍ରସିଦ୍ଧି ଓ ସର୍ବେଶ୍ୱର ସୂତାର ପ୍ରମୁଖ  ଅଭିନୟ କରିଛନ୍ତି । ସମସ୍ତଙ୍କ ଅଭିନୟ  ଟ୍ରେଲର୍‌ରେ ପସନ୍ଦ ଆସୁଛି, କିନ୍ତୁ ବାକି  କଥା ସିନେମା ପରେ ଜଣାପଡ଼ିବ । 

ଏଥିରେ  ୩ଟି ଗୀତ ରହିଛି । ପ୍ରଥମ ଗୀତ ‘ତୁ ମୋ ପଲକର ଛାଇ’କୁ ଲେଖିଛନ୍ତି ରାକେଶ  ଦାଶ, ଗାଇଛନ୍ତି କୁଲଦୀପ ପଟ୍ଟନାୟକ ଓ ସଞ୍ଚିତା ଶୁଭଦର୍ଶିନୀ । ଦ୍ୱିତୀୟ ଗୀତ ‘ଅଜଣା  ଅତିଥି’କୁ ଲେଖିଛନ୍ତି ସ୍ଥିତ ପଟ୍ଟନାୟକ,  ଗାଇଛନ୍ତି ହ୍ୟୁମାନ୍‌ ସାଗର ଓ ଅର୍ପିତା  ଚୌଧୁରୀ । ଗୀତ ଦୁଇଟିକୁ ସଙ୍ଗୀତରେ  ସଜାଇଛନ୍ତି ସୋମେଶ ଶତପଥୀ । ତୃତୀୟ  ଗୀତ ‘ରାତି ସରେ’କୁ ଲେଖିଛନ୍ତି  ସୁମିତ ପଣ୍ଡା, ଗାଇଛନ୍ତି ବିରାଜ ରଥ ।  ସଙ୍ଗୀତ ବୁନ୍ନି ମହାନ୍ତି ଦେଇଥିଲାବେଳେ ଶ୍ରୁତି ପ୍ରକାଶ ଦାଶ ସଂଯୋଜନା କରିଛନ୍ତି ।  ଗୀତଗୁଡ଼ିକ ବି ବହୁତ ମନଛୁଆଁ ହୋଇଛି । ଏହାର ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ  ସଂଳାପ ଲେଖିଛନ୍ତି ରବିନାରାୟଣ  ଦାସ । କାହାଣୀ ରଚନା କରିଛନ୍ତି ମାନସ  ପଢ଼ିଆରୀ । ନିର୍ଦ୍ଦେଶନା ଦେଇଛନ୍ତି ଅଜୟ  ପାଢ଼ୀ । ପ୍ରଥମ ଥର ଓଡ଼ିଆ ସିନେମା  ପ୍ରଯୋଜନାରେ ସ୍ଥିତ ପଟ୍ଟନାୟକ ପ୍ରବେଶ  କରିଥିଲାବେଳେ ସହ ପ୍ରଯୋଜନାରେ  ସହାୟତା କରିଛନ୍ତି ପ୍ରତିମା ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.